Odia Gk- ତିନି ଅକ୍ଷର ମୋର ନାମ, ପ୍ରଥମ କାଟିଲେ ରାମ ଦ୍ଵିତୀୟ କାଟିଲେ ଫଳର ନାମ, କୁହନ୍ତୁ ଏହାର ଉତ୍ତର କଣ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଭିନ୍ନ ପ୍ରକାର ମଜାଳିଆ ତଥା ଜ୍ଞାନପୂର୍ଣ୍ଣ ଜାଣିବା ପ୍ରତ୍ଯେକଟି ବ୍ୟକ୍ତି ପାଇଁ ଆବଶ୍ୟକତା ରହିଥାଏ । ଯାହା ଦ୍ଵାରା ସେ କିଛି ନୂଆ ନୂଆ ଜ୍ଞାନ ଆହୋରାଣ କରିବା ସହିତ କିଛି ଲୋକଙ୍କୁ ନିଜ ବାର୍ତ୍ତା ଦ୍ଵାରା ଜ୍ଞାନ ମଧ୍ୟ ବାଣ୍ଟିପାରିବ । ଯାହା ଦ୍ଵାରା ଆପଣଙ୍କର ଜ୍ଞାନବର୍ଦ୍ଧକ ହେବା ସହିତ ଯାହାକୁ ଏହି ବାର୍ତ୍ତା ଦେବେ, ତାଙ୍କର ମଧ୍ୟ ବୁଦ୍ଧି ନିଶ୍ଚୟ ବଢିବ । ତେବେ ଚାଲନ୍ତୁ ସେହିପରି କିଛି ଢଗଢମାଳୀ ବିଷୟରେ ପୋଷ୍ଟ ମାଧ୍ୟମରେ ଆଲୋଚନା କରିନେବା ।

୧ ;- ସରଗରୁ ଆସିଲା ଟୋକାଟିଏ ତା’ ମୁଣ୍ଡରେ ଟୋପିଟିଏ ?

ଉତ୍ତର ;- ସରଗରୁ ଆସିଲା ତ ମୁଣ୍ଡରେ ଟୋପିର ଅର୍ଥ ହେଉଛି ତାଳ ।

୨ ;- ଚାରିଟି ଅକ୍ଷରେ ନାମ ମୋହର ଚାରିଟି ଅକ୍ଷରେ ହର୍ଶେଇ କାର କହିଲ ଦେଖି ନାମ କଣ ?

ଉତ୍ତର ;- ଚାରିଟି ଅକ୍ଷର ନାମ ମୋହର ଚାରିଟି ଅକ୍ଷରେ ହର୍ଶେଇ କାର ହେଉଛି ଝିଟିପିଟି ।

୩ ;- ଗୋଟିଏ ଘର ବାର ଦୁଆର ତିନି ଲୋକ ଚଳପ୍ରଚଳ ?

ଉତ୍ତର ;- ଗୋଟିଏ ଘର ବାର ଦୁଆର ତିନି ଲୋକ ଚଳପ୍ରଚଳ ହେଉଛି ଘଣ୍ଟା ।

୪ ;- ଗରମ ପାଇଲେ ଆକାଶେ ଉଡେ ଶୀତଲ ପାଇଲେ ତଳକୁ ପଡେ ?

ଉତ୍ତର ;- ଗରମ ପାଇଲେ ଆକାଶେ ଉଡେ ଓ ଶୀତଳ ପାଇଲେ ତଳକୁ ପଡେ ହେଉଛି ବାଷ୍ପ ।

୫ ;- ଦେଖିବାକୁ ଗୋଲ୍ କିନ୍ତୁ ବଲ୍ ନୁହେଁ ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲଞ୍ଜ ଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର ;- ତାର ଲଞ୍ଜରେ ଖେଳନ୍ତି ସେ ହେଉଛି ବେଲୁନ ।

୬ ;- କେଉଁ ଜିନିଷ ପ୍ରଥମ ଦୁଇଥର ମାଗଣାରେ ମିଳେ, କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ?

ଉତ୍ତର ;- ଦାନ୍ତ ପ୍ରଥମ ଥର ଦୁଇଥର ମାଗଣାରେ ମିଳେ, କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ।

୭ ;- ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ?

ଉତ୍ତର ;- ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ହେଉଛି ପଣଷ ।

୮ ;- ବଣରୁ ଆସିଲା କୁତି ଖାଇବାରେ ଦେଲା ମୁତି ?

ଉତ୍ତର ;- ବଣରୁ ଆସିଲା କୁତି ଖାଇବାରେ ଦେଲା ମୁତି ହେଉଛି ଲେମ୍ବୁ ।

୯ ;- ତିନି ଅକ୍ଷର ମୋର ନାମ ପ୍ରଥମ କାଟିଲେ ରାମ ଦିତୀୟ କାଟିଲେ ଫଳର ନାମ ଏହାର ଉତ୍ତର କଣ ?

ଉତ୍ତର ;- ତିନି ଅକ୍ଷର ମୋର ନାମ ପ୍ରଥମ କାଟିଲେ ରାମ, ଦିତୀୟ କାଟିଲେ ଫଳର ନାମ ହେଉଛି ଆରାମ ।

୧୦ ;- କେଉଁ ଶବ୍ଦଟି ଏକ ଝିଅ, ରଙ୍ଗ ଓ ଫଳର ନାମ ହୋଇପାରେ ?

ଉତ୍ତର ;- କମଳା ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *