ଏତେ ବଡ କଥା କାହିଁକି କହିଲେ ଶାଶ୍ଵତ (Saswat Joshi) ? ଶାଶ୍ଵତଙ୍କ ପୋସ୍ଟକୁ ନେଇ ଏବେ ହେଉଛି ସବୁଥି ଚର୍ଚ୍ଚା…

ବନ୍ଧୁଗଣ, ନୃତ୍ୟଶିଳ୍ପୀ ଶାଶ୍ଵତ ଯୋଶୀଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ । ଶାଶ୍ଵତ ଯୋଶୀ ଏମିତି ଜଣେ କଳାକାରଙ୍କ ନାମ ଯିଏ ନିଜ ନାମକୁ ଅକ୍ଷରେ ଅକ୍ଷରେ ଶାଶ୍ଵତ ତଥା ସାକାର କରିଛନ୍ତି । ଅତି କମ ବୟସରେ ନାମ-ଫେମ, ସମ୍ମାନ, ପୁରଷ୍କାର ସବୁକିଛି ପାଇଛନ୍ତି ଶାଶ୍ଵତ । କିନ୍ତୁ ଓଡିଶାର ଏହି ପ୍ରତିଭାବାନ ଓଡିଶୀ ନୃତ୍ୟଶିଳ୍ପୀଙ୍କ ପଛରେ ପଡିଛି କିଏ ? କିଏ ଏବଂ କାହିଁକି ଶାଶ୍ଵତ ଯୋଶୀଙ୍କ ଭଳି ଜଣେ କଳାକାରଙ୍କୁ ଅଯଥାରେ ଅପମାନିତ କରିବାକୁ ଚେଷ୍ଟା କରୁଛି ?

ସୋ-ସି-ଆ-ଲ ମି-ଡି-ଆ ଯୁଗରେ କିଏ ଏବଂ କାହିଁକି ଶାଶ୍ଵତଙ୍କୁ ଟ୍ରଲ କରିବାକୁ ମନସ୍ଥ କରିଛନ୍ତି ? ଏହିସବୁ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଖ୍ୟାତନାମା ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ଵତ ଯୋଶୀ ନିଜ ଫେସବୁକ ଆକାଉଣ୍ଟରେ ଏଭଳି କିଛି ଲେଖିଛନ୍ତି, ଯାହା ଜଣେ ସଭ୍ୟ ମଣିଷକୁ ବିବ୍ରତ କରିବ ନିଶ୍ଚିତ । ଶାଶ୍ଵତ ଯୋଶୀ ନିଜ ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି ଯେ ନିଜସ୍ଵ ଢଙ୍ଗରେ ବଞ୍ଚିବା ଏକ କଳା । ଯଦି ଆପଣ ଏଥିରେ ନିପୁଣ ତେବେ ଆପଣ ଜୀବନର ଖେଳରେ ସିଦ୍ଧ ହସ୍ତ ।

ମୁଁ ଯେମିତି ମତେ ଲୋକେ ସେମିତି ଗ୍ରହଣ କରନ୍ତୁ ବୋଲି ମୁଁ ଚାହେଁ । ମାତ୍ର ଯଦି ଆପଣଙ୍କର ଏହା ପସନ୍ଦ ନୁହେଁ ତେବେ ଆପଣ ନିଜ ସ୍ଥାନରେ ଚୁପଚାପ ରୁହନ୍ତୁ । ଆପଣଙ୍କର ଟ୍ରୋଲିଙ୍ଗର କୌଣସି ପ୍ରଭାବ ମୋ ଉପରେ ପଡେ ନାହିଁ। କିନ୍ତୁ ଏହାର ପ୍ରଭାବ ମୋର ବାପା ମା’ ଏବଂ ପରିବାର ଉପରେ ପଡେ । ଯଦି କିଛି ଘଟେ ସେଥିପାଇଁ ଆପଣ ମାନେ ହିଁ ଦାୟୀ ରହିବେ ।

ତେବେ ଏଠାରେ ପ୍ରଶ୍ନ ହେଉଛି ଏତେ ବଡ ଜଣେ ନୃତ୍ୟଶିଳ୍ପୀ କାହିଁକି ଏବଂ କେଉଁ କାରଣ ନିମନ୍ତେ ଏଭଳି ଲେଖିବାକୁ ବାଧ୍ୟ ହେଲେ । ଶାଶ୍ଵତ ଯୋଶୀଙ୍କୁ ଅପମାନିତ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଉଦେଶ୍ୟ, କ’ଣ ଥାଇପାରେ ? ତେବେ କିଏ ଗ୍ରହଣ କରନ୍ତୁ କିମ୍ବା ନକରନ୍ତୁ ଅତି କମ ବୟସରେ ଅଧିକ ଲୋକପ୍ରିୟତା ପାଇଯାଇଛନ୍ତି ଶାଶ୍ଵତ ଯୋଶୀ । ହୁଏତ ତାଙ୍କୁ ବିରୋଧ କରୁଥିବା ତଥା ତାଙ୍କ ସଫଳତାରେ ଈର୍ଷା କରୁଥିବା ଲୋକେ ହିଁ ଏଭଳି କରିପାରନ୍ତି ।

ତେବେ ଏହିଭଳି ଶାଶ୍ଵତ ଯୋଶୀ କହି ଦୁଖଃ ପ୍ରକାଶ କରିବା ସହିତ ନିଜ ଆକାଉଣ୍ଟରେ ଏଭଳି ଜବାବ ରଖିଛନ୍ତି । ଶାଶ୍ଵତ ବିବାହ କରିଛନ୍ତି ଏବଂ ଝିଅ ମଧ୍ୟ ଅଛି ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *