‘ଦୈତାରୀ ନନା ଆଜି ଯାହା କିଛି ବି ହେଇଛନ୍ତି ସବୁ ଲତା ଅପାଙ୍କ ପାଇଁ, ନହେଲେ ସେ ଆଜି…’ Daitari Panda ଙ୍କ ମାମଲାରେ ଅଭିନେତ୍ରୀ ଅନୁପମା ଦାସ ଯାହା କାହିଲେ ନା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡା ଙ୍କୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ହେଉଛି । ତାଙ୍କ ନାମରେ ଥାନାରେ ଯାତ୍ରା ଜଗତର ମାଲିକ ଅଭିଯୋଗ ଆଣିଛନ୍ତି ଯେ ସେ ୧୫ ଲକ୍ଷ ଟଙ୍କା ଆଡଭାନ୍ସ ନେଇ ପାର୍ବତୀ ଗଣନାଟ୍ୟରେ କାମ କରିବେ ବୋଲି କହିଥିଲେ କିନ୍ତୁ ସେଥିରୁ ବର୍ତ୍ତମାନ ଓହରି ଯାଇ ପଇସା ନେଇ ଫୋନ ରିସିଭ କରୁ ନାହାଁନ୍ତି ତଥା ଅନ୍ୟତ୍ର ଯାତ୍ରା ମାଲିକଙ୍କ ପାଖରେ କାମ କରିବେ ବୋଲି ମନ ବଳାଇଛନ୍ତି ।

ତେବେ ଏହି ସମସ୍ତ ଅଭିଯୋଗ ମିଥ୍ୟା ବୋଲି ଦୈତାରୀ ପଣ୍ଡା କହିଥିଲେ । ଏବଂ ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ମିଛରେ ବଦନାମ କରାଯାଉଅଛି । ସେ କୌଣସି ଟଙ୍କା ଠକେଇ ନେଇ ନାହାଁନ୍ତି ତାଙ୍କ କାମର ପ୍ରାପ୍ୟ ହିସାବରେ ସେ ଟଙ୍କା ନେଇଛନ୍ତି । ଏହାକୁ ନେଇ ବର୍ତ୍ତମାନ ଯାତ୍ରା ଜଗତର ଆଉ ଏକ ଅଭିନେତ୍ରୀ ଅନୁପମା ଦାସ ମି-ଡି-ଆ ସାମ୍ନାରେ କହିଛନ୍ତି ଯେ, ଦୈତାରୀ ନନା ଯାହା ମନକୁ ଆସୁଛି କହିଯାଉଛନ୍ତି । କିନ୍ତୁ ସେ ଟଙ୍କା ନେଇଛନ୍ତି ପାର୍ବତୀ ଗଣନାଟ୍ୟର ମାଲିକଙ୍କ ପକ୍ଷରୁ । ନେଇକି ମିଛକଥା କହୁଛନ୍ତି ।

ଅନୁପମା ଏହା ମଧ୍ୟ କହିଛନ୍ତି ଯେ ଦୈତାରୀ ନନା ଜଣେ ବ୍ୟାନର କଳାକାର ବୋଲି ଆମ୍ଭେ ମାନୁଛୁ । କିନ୍ତୁ ସେ ଲତା ଅପାଙ୍କ ନିମନ୍ତେ ବ୍ୟାନର ହୋଇଛନ୍ତି । ରାଇଟର ମାନେ ତାଙ୍କୁ ବ୍ୟାନର କରିଛନ୍ତି । ମାତ୍ର ତାଙ୍କର କ’ଣ ଏକ୍ସଟ୍ରା କାପାସିଟି ଅଛି ସେ କହୁଛନ୍ତି ସଭକଳାକାର ? ମାତ୍ର ସଭକଳାକାର କଣ ଆମ୍ଭେମାନେ ଜାଣିନୁ । କଳାକାରର କଳାକାର । ଦୈତାରୀ ପଣ୍ଡା ଏବଂ ଅନୁପମା ଦାସ ଓଡିଶା ଅପେରାରେ ଏକାଠି ଥିଲେ ।

ସେତେବେଳେ ଅନୁପମା ବହୁତ ଛୋଟ ଥିଲେ । ଏବଂ ଦୈତାରୀ ପଣ୍ଡା ଙ୍କୁ ସେ ବହୁତ ସମ୍ମାନ ଦିଅନ୍ତି ବୋଲି କହିଛନ୍ତି । କୋରନା ସମୟରେ ଘରେ ବସିଥିବ ସମୟରେ ତାଙ୍କୁ ଚାକିରୀ ପବିତ୍ର ବାବୁ ପାର୍ବତୀ ଗଣନାଟ୍ୟର ମାଲିକ ଦେଇଥିଲେ । ମାତ୍ର ଆଜି ସେ କହିବେ ସହକଳାକାର ତାଙ୍କୁ ଟିକିଏ ଖରାପ ଲାଗିଲାନି ଏହି କଥା କହିବାକୁ ? କଳାକାରଙ୍କ ଜୀବନ ନେବାକୁ ସେ ଚାହିଁଛନ୍ତି ।

ମାତ୍ର ସେ ସିନା ୧୫ ଲକ୍ଷ ୨୦ ଲକ୍ଷ ନେଇଯାଉଛନ୍ତି, କିନ୍ତୁ ଯେଉଁମାନେ ମଧ୍ୟମ ଧରଣର କଳାକାର ଅଛନ୍ତି ତାଙ୍କ ଦାନା କାହିଁ ମାରୁଛନ୍ତି ? ସେମାନେ ଏଥିରୁ ରୋଜଗାର କରି ନିଜ ଘର ଚଳାଉଛନ୍ତି । ସେ ଟଙ୍କା ନେଇ ମିଛ କଥା କହୁଛନ୍ତି ବୋଲି ଅନୁପମା ଦାସ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *