ଭଉଣୀ Draupadi ଙ୍କ ର ମନ ଜାଣି ପାରିଲେ ଭାଇ CM Naveen Patnaik…

ବନ୍ଧୁଗଣ, NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କିଛି ଏଭଳି କହିଛନ୍ତି ଯେ “ବନ୍ଧୁଗଣ ଆପଣ ମାନେ ଜାଣନ୍ତି ଯେ ଏହି ମାସ ୧୮ ତାରିଖରେ ଭାରତର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେଲି । ଆପଣଙ୍କ ସ୍ନେହ, ଶ୍ରଦ୍ଧା, ସହଯୋଗ ନିମନ୍ତେ ଆପଣ ମାନଙ୍କୁ ଧନ୍ୟବାଦ ଦେଉଅଛି । ମୋ ପୂର୍ବରୁ ଯେତେ ମନ୍ତ୍ରୀ, ସାଂସଦ ମାନେ ମୋର ସମର୍ଥନ ନିମନ୍ତେ ସେ ତାଙ୍କର ପ୍ରତିଶ୍ରୁତି ଦେଇ ସାରିଛନ୍ତି । ଆମ୍ଭେ ସମସ୍ତେ ଜାଣୁ ଯେ ଓଡିଶା ଜଗନ୍ନାଥ ସଂସ୍କୃତିରେ ବିଶ୍ଵାସ କରେ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ମୁଁ ଜଗନ୍ନାଥ ଭାବରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧିଛି ।

ଆମ୍ଭ ସଂସ୍କୃତିରେ ଭଉଣୀ ମାଗିବା ପୂର୍ବରୁ ଭାଇ ମନଜାଣି ତାଙ୍କର ଉପହାର ଦେଇଥାନ୍ତି । ଏଣୁ ଆଜି ମୁଁ ମାଗିବା ପୂର୍ବରୁ ଯେତେବେଳେ ମୋର ନାଁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଲା, ମୁଁ ମାଗିବା ପୂର୍ବରୁ ସେହି ସମର୍ଥନର ହାତ ସହଯୋଗର ହାତ ମୋ ପ୍ରତି ବଢାଇ ଦେଇଛନ୍ତି ।

ସେ କେବଳ ହାତ ବଢାଇ ନାହାଁନ୍ତି ସମସ୍ତଙ୍କୁ ଆହ୍ଵାନ ମଧ୍ୟ କରିଛନ୍ତି । ଏ ମାଟିର ଝିଅ ତଥା ଏହି ମାଟିର ସନ୍ତାନ ହିସାବରେ ମୁଁ ମୋର ପ୍ରତିଶ୍ରୁତି ନିଶ୍ଚିତ ଭାବରେ ରକ୍ଷା କରିବି” । ମୟୂରଭଞ୍ଜ ଜିଲ୍ଲାର କୁଶ୍ମିବଢା ଗାଁର ଉପରିବେଢାରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଏହା ଏକ ପାହାଡ ତଳିଆ ଗାଁ ଅଟେ । ବିରାଟ ବଡ ଗାଁ ବିଭିନ୍ନ ବର୍ଗର ତଥା ବିଭିନ୍ନ ଜାତିର ଲୋକେ ସେଠାରେ ବସବାସ କରନ୍ତି ।

ପିଲାଦିନୁ ଦ୍ରୌପଦୀ ମୁର୍ମୁ ବହୁତ ଅଭାବ ଅନାଟନରେ ରହିଛନ୍ତି । ଦ୍ରୌପଦୀ କହିଛନ୍ତି ଯେ ସୁଖ ଏବଂ ଦୁଖଃ ଭଗବାନ ମଧ୍ୟ ସୃଷ୍ଟି କରିଛନ୍ତି ଦିନ ଏବଂ ରାତି । ତେବେ ମଣିଷ ଜୀବନରେ ସୁଖ ଯେତେବେଳେ ରହିଥାଏ କିଛି ଦୁଖଃ ମଧ୍ୟ ରହିଥାଏ । ତାଙ୍କର ଜୀବନ ଉତ୍ଥାନ ପତନ ଭିତରେ ବିତିଛି ବୋଲି ସେ କହିଛନ୍ତି । ନିଜ ସ୍ଵାମୀ ଏବଂ ସନ୍ତାନକୁ ହରାଇ ସେ ଦିନେ ଦୁଖଃରେ ଭାଙ୍ଗି ପଡିଥିଲେ ।

କିନ୍ତୁ ସମୟ କ୍ରମେ ସେ ନିଜକୁ ସମ୍ଭାଳି ଆଗକୁ ବଢିଲେ ଝିଅକୁ ପାଳିପୋଷି ମଣିଷ କରି ବିବାହ ମଧ୍ୟ କରାଇଲେ । ବର୍ତ୍ତମାନ ସଂଘର୍ଷ ସହିତ ନିଜ ଜୀବନକୁ ଆଗକୁ ବଢାଇ ଚାଲିଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହାକୁ ନେଇ ଓଡିଶାବାସୀ ବହୁତ ଗର୍ବ ଅନୁଭବ କରିବା ସହିତ ଶୁଭ କାମନା ମଧ୍ୟ ଜଣାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *