ଏବେ ଆଉ ରହିବ ନାହିଁ ପେଟ୍ରୋଲ, ଡିଜେଲ ଚିନ୍ତା, ଏଣିକି ପାଣିରେ ଗଡିବ ଗାଡି, ନିଜେ ସଡକ ପରିବହନ ମନ୍ତ୍ରୀ Nitin Gadkari କଲେ ଏହି ବଡ ଘୋଷଣା, ଦେଖନ୍ତୁ କଣ କହିଲେ !

ବନ୍ଧୁଗଣ ଯଦି ଆପଣଙ୍କୁ ୧୦୦ ଟଙ୍କାରେ ୧୦୦ କିଲୋମିଟର ଯାତ୍ରା କରିବାକୁ କୁହା ହୁଏ ତା ହେଲେ ଆପଣ ଭାବିବେ ଏହା ଗୋଟେ ପାଗଳାମି । ପେଟ୍ରୋଲ ଡିଜେଲର ଆକାଶ ଛୁଆଁ ଦର ଭିତରେ ଏହା କାଳ୍ପନିକ କଥା ଭଳି ଲାଗିବ ନିଶ୍ଚୟ । ହେଲେ ବହୁତ ଶୀଘ୍ର ସେ ଦିନ ପାଖେଇ ଆସୁଛି ଯେଉଁ ଦିନ ଏହି କାଳ୍ପନିକ କଥା ବାସ୍ତବରେ ସତ ହୋଇଯିବ । ଏହି କଥାକୁ ଦାବି କରିଛନ୍ତି ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରି ।

ହେଲେ ଏହା ସମ୍ଭବ ହେବ କିପରି ତାକୁ ନେଇ ଲୋକ ମାନଙ୍କ ମନରେ ଏକ ବଡ ପ୍ରଶ୍ନ ଉଠୁଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସୂଚନା ମୁତାବକ ପେଟ୍ରୋଲ ଡିଜେଲରୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ମୁକ୍ତି ଓ ପାଣିରେ ଗଡିବ ଗାଡି । ଖୁବ ଶୀଘ୍ର ଏକ ହାଇଡ୍ରୋଜେନ ଚାଳିତ କାର ଚଳାଇବେ ନିଜେ ନିତିନ ଗଡକରି ।

ଦେଶରେ ଖୁବ ଶୀଘ୍ର ଆସିବାକୁ ଯାଉଛି ହାଇଡ୍ରୋଜେନରେ ଚାଲୁ ଥିବା କାର । ଏହି ବଡ ଖବରର ଖୁଲାସା କରିଛନ୍ତି ନିଜେ ଗଡକରି । ନିତିନ କହିଛନ୍ତି, ଏବେ ଗ୍ରୀନ ହାଇଡ୍ରୋଜେନର ସମୟ ଆସିଯାଇଛି ଖୁବ ଶୀଘ୍ର ରାସ୍ତାରେ ଗଡିବ ହାଇଡ୍ରୋଜେନ ଚାଳିତ କାର ।

ଭାରତୀୟ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଖୁବ ଶୀଘ୍ର ତାଙ୍କ ପାଖରେ ଏକ ହାଇଡ୍ରୋଜେନ କାର ଥିବ । ବନ୍ଧୁଗଣ ପାଣିରୁ ହାଇଡ୍ରୋଜେନ ଓ ଆକ୍ସିଜେନକୁ ଅଲଗା କରିବା ପରେ ଏହି ହାଇଡ୍ରୋଜେନରେ ଗାଡି ଚାଲିବ । ଲୋକମାନେ ଏହାକୁ ବିଶ୍ଵାସ ନକଲେ ମଧ୍ୟ ଏହା ସତ ହେବାକୁ ଯାଉଛି ।

ଯେତେବେଳେ ଗଡକରି ନିଜେ ଦିଲ୍ଲୀ ରାସ୍ତାରେ ଏହି କାର ନେଇ ଚଳାଇବେ ସେତେବେଳେ ସମସ୍ତଙ୍କୁ ଏହି କାର ହାଇଡ୍ରୋଜେନରେ ଚାଲୁଛି ବୋଲି ବିଶ୍ଵାସ ହୋଇଯିବ । ଏହି କାର ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ ହେବ ବୋଲି ସେ କହିଛନ୍ତି । ଗଡକରିଙ୍କ କହିବା ମୁତାବକ ଭାରତରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର କରିବାକୁ ପାଇଲଟ ପ୍ରୋଜେକ୍ଟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ମହା ନଗରିରୁ ସବୁଦିନ ବାହାରୁଛି ବହୁତ ପ୍ରଦୂଷିତ ପାଣି ହେଲେ ଏବେ ଏହି ପ୍ରଦୂଷିତ ପାଣିର ବ୍ୟବହାରରେ ରାସ୍ତାରେ ଗାଡି ଚାଲିବ । ପ୍ଳାଣ୍ଟରେ ଏହାକୁ ନେଇ ପ୍ରକ୍ରିୟା କରାଯାଇ ଏଥିରୁ ହାଇଡ୍ରୋଜେନ ଗ୍ଯାସ ବାହାର କରାଯିବ । ଏହି ହାଇଡ୍ରୋଜେନକୁ ଗାଡିର ଇନ୍ଧନ ଭାବରେ ବ୍ୟବହାର କରାଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *