ଗାଡି ଚାଳକଙ୍କ ପାଇଁ ଆସିଗଲା ସରକାରଙ୍କ ନୂଆ ନିୟମ, ଏଣିକି ହେଲମେଟ ପିନ୍ଧିଥିଲେ 2000 ଟଙ୍କା କଟିବ ଫାଇନ

ବନ୍ଧୁଗଣ, ସୂଚନା ଅନୁଯାୟୀ ଗାଡି ଚାଳକ ପାଇଁ ଏକ ନୂତନ ନିୟମ ଲାଗୁ ହୋଇଛି । ଏହା ଏକ ବଡ ଖବର ଅଟେ ଏଣିକି କାଗଜପତ୍ର ଥିଲେ ମଧ୍ୟ କଟିବ ଫାଇନ । ତେବେ କେଉଁ କାରଣ ନିମନ୍ତେ ଜୋରିମାନା ଦେବାକୁ ହେବ ତା’ ସମ୍ବନ୍ଧରେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଆପଣ ମାନେ ଏହି ଘଟଣା ଶୁଣିବା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ । ଏବଂ ଚିନ୍ତା କରିବେ ଯେ ଗାଡିର ସବୁ କାଗଜପତ୍ର ଥିଲେ ଆମ୍ଭେ ଫାଇନ କାହିଁକି ଦେବୁ ? ତେବେ ଆସନ୍ତୁ ଜାଣିବା କାହିଁକି ଏବଂ କେଉଁ କାରଣରୁ ଫାଇନ କାଟି ପାରିବ ପୋଲିସ ।

ରାସ୍ତାରେ ଦୁର୍ଘଟଣା କମାଇବା ନିମନ୍ତେ ଦିନକୁ ଦିନ କଡାକଡି ହେବାରେ ଲାଗିଛି ନିୟମ । ଏଣୁ ଟ୍ରାଫିକ ବ୍ୟବସ୍ଥା କୁ ଆପଣ ମାନେ ନ ମାନିଲେ ଜୋରିମାନା କାଟିବ ପୋଲିସ । କେବଳ ଜୋରିମାନା କାଟିବ ତାହା ନୁହେଁ ବରଂ ଗାଡି ଚାଳକଙ୍କ ଲାଇସେନ୍ସ ରଦ୍ଧ କରିପାରେ ପୋଲିସ । ଏହିସବୁ ଦିଗ ଉପରେ ଧ୍ୟାନ ନ ଦେଲେ ଅଯଥାରେ ଆପଣ ମାନେ ଦେଇପାରନ୍ତି ଜୋରିମାନା ।

ମଟର ଭେଇକଲ ଆକ୍ଟ ନିୟମ ଅନୁସାରେ ଯଦି ଆପଣ ଗାଡି ଚେକିଙ୍ଗ ବେଳେ ଟ୍ରାଫିକ ପୋଲିସଙ୍କୁ କୌଣସି ପ୍ରକାରର ଦୁର୍ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ନାମରେ ଚାଲାଣ କାଟିପାରିବ ପୋଲିସ । ୧୭୯ ଏମଭିଏ ଆକ୍ଟରେ ଆପଣଙ୍କର ଚାଲାଣ କାଟିବାକୁ ଟ୍ରାଫିକ ପୋଲିସଙ୍କୁ ଅଧିକାର ଦିଆଯାଇଅଛି । ତେଣୁ ଚିକିଙ୍ଗ ବେଳେ ଦୁର୍ବ୍ୟବହାର ମହଙ୍ଗା ପଡିପାରେ ।

ଚେକିଙ୍ଗ ସମୟରେ ଟ୍ରାଫିକ ପୋଲିସ ସହିତ ଯୁକ୍ତିତର୍କ କରିଲେ ଆପଣଙ୍କୁ ଦେବାକୁ ପଡିପାରେ ଫାଇନ । ଯଦି ଆପଣ କୌଣସି କାରଣରୁ ମଧ୍ୟ ଅଯଥାରେ ଟ୍ରାଫିକ ପୋଲିସ ସହିତ ଯୁକ୍ତିତର୍କ କରନ୍ତି ତେବେ ଦେବାକୁ ପଡିପାରେ ଫାଇନ । ନୂଆ ଟ୍ରାଫିକ ନିୟମ ଅନୁସାରେ ଯଦି ଆପଣ ହେଲମେଟ ପିନ୍ଧିଛନ୍ତି ଆଉ ଟ୍ରାଫିକ ପୁଲିସକୁ ଦୁର୍ବ୍ୟବହାର କରୁଛନ୍ତି ତେବେ ମଧ୍ୟ ଆପଣଙ୍କ ବିରୁଦ୍ଧରେ ଚାଲାଣ କଟିପାରେ । ଆପଣଙ୍କ ଚାଲାଣ କଟୁଛି କି ନାହିଁ କେମିତି ଜାଣିବେ ? ଚାଲାଣ କଟିଛି କି ନାହିଁ ଜାଣିବା ନିମନ୍ତେ ଆପଣଙ୍କୁ ଏହି ୱେବସାଇଟ କୁ ଯିବାକୁ ହେବ ।

ପେଜ ଖୋଲିବା ପରେ ଚେକ ଚାଲାଣ ଅପସନ ଉପରେ କିଳ୍କ କରିବାକୁ ହେବ । ଏହାପରେ ଆପଣଙ୍କୁ ଚାଲାଣ ନମ୍ବର ଭେଇକେଲ ନମ୍ବର, ଏବଂ ଟ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଇଥିବା ପରେ ଆପଣ ଜାଣିପାରିବେ ଯେ ଆପଣଙ୍କ ନାମରେ ଜୋରିମାନା କଟିଛି କି ନାହିଁ ? ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେ ଦିନକୁ ଦିନ ଟ୍ରାଫିକ ନିୟମରେ ଅନେକ ପରିବର୍ତ୍ତନ ହେବାରେ ଲାଗିଛି । ନିୟମ ନ ମାନିଲେ ଆପଣଙ୍କ ଉପରେ ମଧ୍ୟ ହୋଇପାରେ କଡା କାର୍ଯ୍ୟନୁଷ୍ଠାନ ତେବେ ସାବଧାନ ରୁହନ୍ତୁ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *