‘ସୁଟିଙ୍ଗ ସେଟ ରେ ଆରମ୍ଭ ହେଇ ଏମିତି ସବୁ ତିନି ମାସିଆ ବର୍ଷିକିଆ ପ୍ରେମ ଚାଲେ, ବୁଲି ବୁଲି ଟିକେ ମୁହଁ ନ ମାରିଲେ…’ ଦେଖନ୍ତୁ କଣ କହିଲେ Rani Panda

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି ଯେ ମୋ ମତରେ ତୃପ୍ତି ଠିକ କରିଛନ୍ତି । ମାତ୍ର ମୁଁ ମଧ୍ୟ ଯଦି ବିବାହ କରିଥାନ୍ତି ମୋ ସ୍ଵାମୀକୁ ମଧ୍ୟ ଯଦି କେହି ଏଭଳି କରିଥାନ୍ତା ମୁଁ ମଧ୍ୟ ତାକୁ କହିଥାନ୍ତି । ମାତ୍ର ତାଙ୍କ କହିବାର କଥା ଯେ ସିନେମାରେ ମିଶି କାମ କରିବା ଅଲଗା କଥା । ମୁଁ ମଧ୍ୟ ଏହି ଲାଇନରେ ଅଭିନୟ କରୁଛି, ଏବଂ ଏହି ଲାଇନରେ ଅଭିନୟ କରିବା ପରେ ଯେତିକି ଯାହା ସିଷ୍ଟମ ହୋଇଯିବ ସେତିକି ।

ମାତ୍ର ସିରିୟଲରେ ମଧ୍ୟ ହିରୋ ହିରୋଇନଙ୍କୁ ଜାଣିନଥିବା ଏବଂ ହିରୋଇନ ହିରୋକୁ ଜାଣିନଥିବ କିନ୍ତୁ ଉଭୟଙ୍କ ମଧ୍ୟରେ ଯଦି ୨ ରୁ ୩ ବର୍ଷ ସିରିୟଲ ଚାଲିଲା ତେବେ ଉଭୟଙ୍କ ମଧ୍ୟରେ ଫ୍ୟାର ହୋଇଯାଏ ସେଇଠି । ଏହା ପରେ ଆଉ କିଛିଦିନପରେ ଦେଖିଲେ ସେ ତାକୁ ଛାଡି ଆଉ କାହା ପାଖରେ ସେ ତାକୁ ଛାଡି ଆଉ କାହା ପାଖରେ । ତେବେ ବର୍ତ୍ତମାନ ସିରିୟଲରେ ମଧ୍ୟ ସେମିତି ହେଉଛି ।

ଯଦି କେଉଁ ହିରୋକୁ କହିବା ଆସୁନ ମୋ ସହିତ କାମ କରିବା ତେବେ ସେ କହିବ ଯେ ନାଇ ମୁଁ ମୋ ଲଭରକୁ ନପଚାରିଲେ କାମ କରିବି ନାହିଁ । ମାତ୍ର ଏଭଳି ଆଜିକାଲି ବହୁଳ ପରିମାଣ ରେ ଦେଖିବାକୁ ମିଳିଲାଣି । ଏବଂ ବିଚ ରାସ୍ତାରେ ଏଭଳି ହେବା ଆଦୌ ଠିକ ନୁହେଁ । ନିଜ ଘର କଥା ଘରେ ରହିଲେ ଠିକ ।

ରାନୀ ଏହା କହିଛନ୍ତି ଯେ ମୁଁ ଦେଖିଲି ଯେ ମନ୍ମଥ ମିଶ୍ର ଥାନାରେ କେସ ଦେଇଛନ୍ତି, କିନ୍ତୁ ସେ ଜାଣିବା ଦରକାର ଯେ ସେ ଜଣେ ଓଡିଆ ଚଳଚିତ୍ର ଜଗତର ତାଙ୍କର କେତେ ଖ୍ୟାତିନାମା ଅଛି ତଥା କେତେ ଉଚ୍ଚ କୋଟିର ଜଣେ ଲୋକ ଅଟନ୍ତି । ସେ ଏହିସବୁ ମାମଲାରେ ଚୁପଚାପ ରହିବା କଥା ମାତ୍ର ଓଲଟା ଯାଇ କେସ କରୁଛନ୍ତି । ତେବେ ଝିଅ ଭୁଲ କରିଛି ଝିଅ ଭୁଲକୁ ଘୋଡାଇ ଦେଉଛ, ଆଉ ନିଜେ ଯାଇ କେସ କରୁଛ ତେବେ କେସ କରି ଲାଭ କଣ ?

ଉପରବାଲା ଦେଖୁଛି ଏବଂ ଯାହା ଜୀବନରେ ଘଟୁଛି ସେମାନେ ଜାଣିଛନ୍ତି । ଏଣୁ ମିଛ କହି ଲାଭ କ’ଣ ? ଏଭଳି କାର୍ଯ୍ୟକଳାପ ଯୋଗୁଁ କଳାକ୍ଷେତ୍ର ମଧ୍ୟ ବରବାଦ ହେଉଛି । ଏବଂ ଏହା ସହିତ ସମାଜ ମଧ୍ୟ ବରବାଦ ହେବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *