ଗେଟ୍ ଭାଙ୍ଗିବା ପୂର୍ବରୁ କିଛି ଏମିତି ଥିଲା ଦୃଶ୍ୟ, ଏମିତି ମାଡ଼ି ଆସିଥିଲେ ଶତାଧିକ ମହିଳା, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ କଳହ ମାମଲାରେ ଗତ କାଲି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ବର୍ତ୍ତମାନ ତପସ୍ଵିନୀଙ୍କ ସମର୍ଥନରେ ଜନସାଧାରଣ ମାନେ ଛିଡା ହୋଇଛନ୍ତି । ଯେତେବେଳେ ଜନସାଧାରଣ ମାନେ ତପସ୍ଵିନୀଙ୍କୁ ସମର୍ଥନ ଦେଲେ ସେତେବେଳେ ପ୍ରମୋଦ ସାହୁଙ୍କ ଗେଟ ଭାଙ୍ଗିବା ପାଇଁ ଓ ଘରର ଲାଇନ କାଟିବା ପାଇଁ କହିଥିଲେ । ବନ୍ଧୁଗଣ ଗତ କାଲି ଲୋକମାନେ ନିଜର ଏହି କଥାକୁ ସତ କରିଛନ୍ତି ।

ଗତ କାଲି କିଛି ମହିଳା ମାନେ ପ୍ରମୋଦଙ୍କ ଗେଟ ଭାଙ୍ଗି ପଶି ଯାଇଥିଲେ । ତେବେ ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଗତ କାଲି ସୁମିତ ଓ ତପସ୍ଵିନୀଙ୍କ ସେଶନ କୋର୍ଟ ଶୁଣାଣି ଥିଲା । ଆଗରୁ ସେଶନ କୋର୍ଟ ଯେଉଁ ରାୟ ଦେଇ ଥିଲେ ସେହି ରାୟ ପୁନର୍ବାର ଦୋହରେଇ ଛନ୍ତି ।

ସେହି ରାୟରେ ଏସଡିଜିଏମ ଉଲ୍ଲେଖ କରି ନାହାନ୍ତି ଯେ, ତପସ୍ଵିନୀ କେଉଁଠି ରହିବେ ଓ କେତେଦିନ ରହିବେ । ତପସ୍ଵିନୀଙ୍କୁ ଭଡା ଘରେ ସୁମିତ ରଖିବେ ଓ ଟଙ୍କାର ଭରଣ ପୋଷଣ କରିବେ ବୋଲି ଏସଡିଜିଏମ କୋର୍ଟ ରାୟ ଦେଇଛନ୍ତି । ତେବେ କୋର୍ଟ ନିଷ୍ପତ୍ତି ଦେବା ପରେ ଧାରଣା ସ୍ଥଳରେ ଜନସାଧାରଣ ମାନଙ୍କର ଭିଡ ଜମି ଯାଇଥିଲା । ମହିଳା ମାନେ ତପସ୍ଵିନୀଙ୍କ ନ୍ୟାୟ ପାଇଁ ଶୀତ କାକରରେ ପ୍ରମୋଦ ସାହୁଙ୍କ ଘର ସାମ୍ନାରେ ଭିଡ ଜମାଇ ଥିଲେ ।

ସ୍ଥାନୀୟ ଲୋକମାନେ ଗତ କାଲି କହିଥିଲେ, ତପସ୍ଵିନୀଙ୍କୁ ନ୍ୟାୟ ନିଶ୍ଚୟ ମିଳିବା ଦରକାର ଯଦି ନ୍ୟାୟ ନମିଳିବ ତା ହେଲେ ସେମାନେ ପ୍ରମୋଦ ସାହୁଙ୍କ ଗେଟ ଭାଙ୍ଗି ଘରେ ପସିବେ । ଗତ କାଲି ସେହି ଘଟଣା ହେବା ପୂର୍ବରୁ ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ କହିଥିଲେ-‘ମୁ ନିଶ୍ଚୟ ନ୍ୟାୟ ପାଇଁ ଲଢିଛି ଓ ଆଗକୁ ମଧ୍ୟ ଲଢିବି । ମୋ ଜିତ ହେଉଛି ସମସ୍ତ ଝିଅଙ୍କ ଜିତ ଆଉ ମୁ ନିଶ୍ଚୟ ଶାଶୁ ଘରକୁ ଯିବି ଆଉ ଏହି ଘଟଣା ସମସ୍ତ ଝିଅଙ୍କ ପାଇଁ ଏକ ଉଦାହରଣ ହେବ । ଯେଉଁ ମାନେ ନ୍ୟାୟ ପାଇଁ ଲଢେଇ କରୁଛନ୍ତି ସେମାନଙ୍କୁ ନିଶ୍ଚୟ ନ୍ୟାୟ ମିଳିବ’ ।

ତେବେ ବନ୍ଧୁଗଣ ତପସ୍ଵିନୀ ଏହି ବୟାନ ଦେବାର କିଛି ସମୟ ପରେ ସ୍ଥାନୀୟ ମହିଳା ମାନେ ପ୍ରମୋଦ ସାହୁଙ୍କ ଘର ଗେଟ ଭାଙ୍ଗି ଭିତରେ ପଶି ଯାଇଥିଲେ ଓ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *