20 Interesting Gk Questions: ଦିନରେ ଶୁଏ, ରାତିରେ କାନ୍ଦେ, ଯେତେ କାନ୍ଦିବ ସେତେ ଖାଇବା ! କୁହନ୍ତୁ ସେ କିଏ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

୧:- ଦେହ ଅଛି ମୁଣ୍ଡ ନାହିଁ ମୁଣ୍ଡ ନ ଥାଇ ଟୋପି ପିନ୍ଧେ ?

ଉତ୍ତର – ବୋତଲ ।

୨:- ଡେଣା ନ ଥାଇ ଆକାଶରେ ଉଡେ ମଣିଷକୁ ଝାମ୍ପି ନିଏ ?

ଉତ୍ତର – ଆକାଶ ଛତା ।

୩:- ଦୁଇ ବାଳକର ରଙ୍ଗ ସମାନ ଜଣେ ହଜିଗଲେ ଆଉ ଜଣେ କୋଉ କାମ କୁ ନୁହଁ ?

ଉତ୍ତର – ଚପଲ ।

୪:- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା ?

ଉତ୍ତର – ସୂର୍ଯ୍ୟ ଓ ଚନ୍ଦ୍ର ।

୫:- ସୂର୍ଯ୍ୟ ପୃଥିବୀରେ କେବେହେଲେ କ’ଣ ଦେଖିନାହିଁ ?

ଉତ୍ତର – ଅନ୍ଧାର ।

୬:- ଦୁଇ ଭାଇ ଜଣକୁ ଖାଇଲେ ପେଟ ଥଣ୍ଡା ଆଉ ଜଣଙ୍କୁ ଖାଇଲେ ପେଟ ଗରମ ?

ଉତ୍ତର – ମିଶିରି ଓ ଚିନି ।

୭:- ଜନ୍ମ ନିଏ ରାତିରେ ସକାଳ ହେଲେ ଏଦୁଆର ସେଦୁଆର ଦେଖିସାରିଲେ ମରଣ ତାର ?

ଉତ୍ତର – ଖବର କାଗଜ ।

୮:- ଦିନରେ ଶୁଏ ରାତିରେ କନ୍ଦେ ଯେତେ କାନ୍ଦିବ ସେତେ ଖାଇବ ?

ଉତ୍ତର – ମହମ ବତୀ ।

୯:- ନା କେବେ କରେ ସେ ଝଗଡ଼ା ନା କେବେ ସେ ରୁଷେ ତଥାପି ସେ ମାଡ଼ ଖାଏ ?

ଉତ୍ତର :- ଢୋଲ ।

୧୦:- ଏମିତି ଏକ କାମ ଅଛି ପୁରୁଷ ଜୀବନରେ ଥରେ କରେ କିନ୍ତୁ ମହିଳା ସବୁଦିନ କରନ୍ତି ?

ଉତ୍ତର – ସିନ୍ଥିରେ ସିନ୍ଦୂର ନାଇବା ।

୧୧:- ଏମିତି ଏକ କଣ ଜିନିଷ ଅଛି ଯାହାକୁ ଫେଣ୍ଟୁ, ବାଣ୍ଟୁ ଓ ଭାଗ କରୁ କିନ୍ତୁ ଖାଇ ନ ଥାଉ ?

ଉତ୍ତର – ତାସ ପାଲି

୧୨;- ହଳିଥାଏ କିନ୍ତୁ ଗଛ ନୁହେଁ, ଚାଲିଥାଏ କିନ୍ତୁ ଗାଡି ନୁହେଁ, ଟିକ ଟିକ କରେ ସେ ଘଡି ନୁହେଁ, ତାହା କଣ ?

ଉତ୍ତର;- ଟାଇପି ମେସିନ ।

୧୩;- ଛୋଟ ପିଲାଙ୍କର ଏମିତି ଏକ ଖେଳଣା ଅଛି, ଯାହାକୁ ଧନ ଥିବା ବଡଲୋକ ମଧ୍ୟ କିଣିପାରିବେ ନାହିଁ ତାହା କ’ଣ ?

ଉତ୍ତର;- ଜହ୍ନ ମାମୁଁ ।

୧୪;- କେଉଁ ହାଣ୍ଡି ରେ ରୋଷେଇ କରିଲେ କଳା ହୁଏ ନାହିଁ ?

ଉତ୍ତର;- କଳାହାଣ୍ଡି ।

୧୫;- କେଶ ମୂଳରେ କେଉଁ ଗ୍ରନ୍ଥି ଥାଏ ?

ଉତ୍ତର;- ଥାଇରଏଡ ।

୧୬;- ଖାଦ୍ୟ ନଳୀର ଲମ୍ବ କେତେ ?

ଉତ୍ତର;- ୨ ଫୁଟ ।

୧୭;- ପାକସ୍ଥଳୀର ଲମ୍ବ ?

ଉତ୍ତର;- ୧ ଫୁଟ ।

୧୮;- କ୍ଷ୍ୟୁଦ୍ରାନ୍ତର ଲମ୍ବ ?

ଉତ୍ତର;- ୨୩ ଫୁଟ ।

୧୯;- ଶରୀରରେ କେତୋଟି ବୃକକ ?

ଉତ୍ତର;- ୨ ଟି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *