ସରକାରୀ ଓ ବେସରକାରୀ ଚାକିରିଆଙ୍କ ପାଇଁ ବଡ ଖବର, ସପ୍ତାହକୁ ମାତ୍ର 4 ଦିନ କାମ କରି 3 ଦିନ ନେବେ ଛୁଟି, କିନ୍ତୁ କରିବାକୁ ହେବ ଏହି କାମ !

ବନ୍ଧୁଗଣ, ବର୍ତ୍ତମାନ ସରକାର ଙ୍କ ତରଫରୁ ଚାକିରିଆ ଙ୍କ ପାଇଁ ବଡ ଖବର । ଏଣିକି ଆପଣ ମାନେ ସପ୍ତାହକୁ ୪ ଦିନ କାମ କରିବେ, ଏବଂ ବାକି ୩ ଦିନ ଛୁଟି ପାଇବେ । କେନ୍ଦ୍ର ସରକାର ଆସନ୍ତା ବର୍ଷ ୪ ଶ୍ରମ ଆଇନ ଲାଗୁ କରିବାକୁ ଯାଉଛନ୍ତି । ଏହାଦ୍ଵାରା ଆପଣ ମାନେ ଏହାର ସିଧାସଳଖ ଲାଭ ପାଇପାରିବେ । ଯଦି ଏହି ନିୟମ ଲାଗୁ ହେବ ତେବେ ସିଧା ସଳଖ ଭାବେ ସରକାରୀ ଏବଂ ବେସରକାରୀ କର୍ମଚାରୀ ମାନେ ଏହାର ଲାଭ ପାଇବେ ।

ସପ୍ତାହ କୁ ୪ ଦିନ ହେବ ଅଫିସ । ଘରୋଇ ଏବଂ ସରକାରୀ ଚାକିରିଆ ମାନଙ୍କ ଉପରେ ଏଣିକି କାମର ବୋଝ କମିବ । କାରଣ କର୍ମଚାରୀ ଙ୍କୁ ଖୁସ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ଦିନରେ କର୍ମଚାରୀ ଙ୍କ ବେତନ ଠାରୁ ଆରମ୍ଭ କରି ଛୁଟି ତଥା ଦୈନିକ କାର୍ଯ୍ୟ କରିବାର ସମୟରେ ବଡ ପରିବର୍ତ୍ତନ ହେବ । ମାତ୍ର ନୂଆ ଆଇନ ଆସିଲେ ଶ୍ରମିକ ମାନଙ୍କୁ ଦୈନିକ ୧୨ ଘଣ୍ଟା କାମ କରିବାକୁ ପଡିବ ।

ନୂଆ ଆଇନ ଅନୁଯାୟୀ ଯେଉଁ କର୍ମଚାରୀ ମାନେ ସପ୍ତାହ କୁ ୧୨ ଘଣ୍ଟା କାମ କରିବେ, ସେମାନଙ୍କୁ ସପ୍ତାହ ର ୩ ଦିନର ଛୁଟି ମିଳିବ । କିନ୍ତୁ ଯେଉଁମାନେ ଦୈନିକ ୮ ଘଣ୍ଟା କାମ କରୁଥିବେ, ସେମାନେ ପ୍ରତି ସପ୍ତାହ ରେ ଗୋଟିଏ ଦିନ ଅର୍ଥାତ ମାସକୁ ୪ କିମ୍ବା ୫ ଟି ଛୁଟି ପାଇବେ ବୋଲି କୁହାଯାଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ୪୮ ଘଣ୍ଟା ର ଡିଉଟି ପରେ, କର୍ମଚାରୀ ଙ୍କ ସପ୍ତାହନ୍ତ ଛୁଟି ନିର୍ଦ୍ଧାରିତ ହେବ ।

୧୨ ଘଣ୍ଟା କାମ କରୁଥିଲେ ୩ ଦିନ ଏବଂ ୮ ଘଣ୍ଟା କାମ କରୁଥିଲେ, ୧ ଦିନ ଛୁଟି ମିଳିବ ବୋଲି ପ୍ରସ୍ତାବ ଦିଆଯାଇଅଛି । ସୂଚନା ଅନୁଯାୟୀ କମିବ ଦରମା, ନୂଆ ନିୟମ ଅନୁସାରେ କର୍ମଚାରୀ ଙ୍କ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଏହା ଫଳରେ ବର୍ତ୍ତମାନ କର୍ମଚାରୀ ମାନେ ଯେତିକି ଟଙ୍କା ଦରମା ପାଉଛନ୍ତି, ତାହା ଆଗାମୀ ଦିନରେ କିନ୍ତୁ କମିଯିବ । କମ୍ପାନୀ ମାନେ ଦରମା ଟଙ୍କା କୁ ଅନେକ ପ୍ରକାର ଭତ୍ତା ରେ ବାଣ୍ଟିଦେବେ । ଫଳରେ କର୍ମଚାରୀ ଙ୍କ ମୂଳବେତନ କମ ରହିବା ସହ ସେମାନଙ୍କ ଭବିଷ୍ୟତ ନିଧି ଜମା ମଧ୍ୟ କମୁଛି । ଏବେ ଭବିଷ୍ୟନିଧି କର୍ମଚାରୀ ଙ୍କ ମୂଳ ବେତନ ର ୫୦ ପ୍ରତିଶତ ଜମା କରାଯିବ ।

ବଳକା ବେତନ କର୍ମଚାରୀ ଙ୍କୁ ଦିଆଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ର ଏହି ଆଇନ ଲାଗୁ କରିବା ନିମନ୍ତେ ୧୩ ଟି ରାଜ୍ୟ ପ୍ରସ୍ତୁତ ହେଲେଣି । କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଗତ ସପ୍ତାହ ପ୍ରାରମ୍ଭରେ, ରାଜ୍ୟସଭା ରେ ଏହି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ୨୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ, ଏବେ ଏହି ଆଇନ ନିମନ୍ତେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଥିବା ନେଇ ସୂଚନା ଦେଇଛନ୍ତି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *