Odia Puzzle- ଏମିତି କଣ ଅଛି, ଯାହାକୁ ଝିଅ ମାନେ ଦେଖେଇକି ବୁଲନ୍ତି କିନ୍ତୁ ପୁଅମାନେ ଲୁଚେଇକି ବୁଲନ୍ତି ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ତାହା କେଉଁ ଜିନିଷ ଯାହାକୁ କଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?

ଉତ୍ତର- ଜନ୍ମଦିନ କେକ୍ କାଟିବା ପରେ ସମସ୍ତ ଲୋକ ଗୀତ ଗାଇଥାନ୍ତି ।

୨. ରାତିରେ ଦେଖିଲେ ଲକ୍ଷେ ଗାଈ ସକାଳ ବେଳକୁ ଆଉ କେହି ନାହିଁ ?

ଉତ୍ତର- ତାରା ରାତିରେ ଦେଖାଯାଏ ହେଲେ ସକାଳେ ନଥାଏ ।

୩. ଆବୁ ଆବୁକା ମୋଟା ଚମଡା ପାଣିରେ ମୋର ଘର ଭୁଇଁରେ ଶୁଏ ଗୋଡାଇ ଖାଏ ସଭିଙ୍କ ମନରେ ଡର ?

ଉତ୍ତର- କୁମ୍ଭୀରର ଉପର ଅଂଶଟି ମୋଟା ଚମଡା ଥାଏ ଓ ପାଣିରେ ସେ ରୁହେ । ସେ ଭୁଇଁରେ ଶୁଏ ତାକୁ ସମସ୍ତେ ଭୟ କରନ୍ତି ।

୪. ତାହା କେଉଁ ଜିନିଷ ଯାହାକୁ ଝିଅମାନେ ବର୍ଷରେ କେବଳ ଥରେ ମାତ୍ର କିଣିଥାନ୍ତି ?

ଉତ୍ତର- ଝିଅ ମାନେ ରକ୍ଷାବନ୍ଧନ ଦିନରେ ରାକ୍ଷୀ ଥରେ କିଣି ଥାନ୍ତି ।

୫. ନୂଆ ନୂଆ ଭାରି ଆଦର ନୂଆରୁ ପୁରୁଣା ହେଲେ ତୁଠ ପଥର ?

ଉତ୍ତର- ନୂଆକରି ଆସିଥିବା ଲୋକ ପ୍ରଥମେ ଅଧିକ ଆଦର ପାଇଥାଏ ହେଲେ ପୁରୁଣା ହେଇଗଲେ ତାକୁ ପ୍ରାୟ ସେତେ ପଚାରି ନଥାନ୍ତି ।

୬. ଘରେ ନ ପଶୁଣୁ ବାଜିଲା ଚାଳ ଆଉ କି ରହିବ ମୁଣ୍ଡର ବାଳ ?

ଉତ୍ତର- କାର୍ଯ୍ୟ ଆରମ୍ଭରୁ ବିଘ୍ନ ଦେଖାଦେବା ।


୭. ଆଶା କରିଥିଲି ଟଟେ କାଉକୁ ଯେମିତି କୋଇଲି ଭଣ୍ଡାଏ ସେହିପରି କଲୁ ମୋତେ ?

ଉତ୍ତର- ସ୍ଵାର୍ଥ ପାଇଁ ଠକି ଦେଇ ଯିବା ।

୮. କଣ ଦାନ କଲେ ନିଜର ବୃଦ୍ଧି ହୁଏ କିନ୍ତୁ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର- ଜ୍ଞାନ ଦାନ କଲେ ନିଜର ବୃଦ୍ଧି ହୁଏ ହେଲେ ସାଇତି ରଖିଲେ ଏହା କ୍ଷୟ ହୋଇଥାଏ ।

୯. ଏମିତି କଣ ଅଛି  ଯାହା ଝିଅ ମାନେ ଦେଖାଇକି ବୁଲନ୍ତି କିନ୍ତୁ ପୁଅମାନେ ଲୁଚେଇକି ବୁଲନ୍ତି ?

ଉତ୍ତର-  ମନି ପର୍ସ

୧୦. ପାଣିରୁ ଜନମ ପାଣି ଛୁଏନି ଛୁଇଁଦେଲେ ପାଣି ମୁଁ ରୁହେନି ?

ଉତ୍ତର- ଲୁଣ

୧୧. ହାତ ଅଛି ଗୋଡ ନାହିଁ, ନାହିଁ ତାର ମଥା ମଣିଷକୁ ଗିଳିଦେଉଛି ଏକ ବିଚିତ୍ର କଥା ?

ଉତ୍ତର- T-ସାର୍ଟ

୧୨. ଏମିତି ଏକ ସ୍ଥାନ କୁହ ଯେଉଁଠି ଧନୀ ହେଉକି ଗରିବ ସମସ୍ତେ ଗିନା ଧରିକି ଛିଡା ହୁଅନ୍ତି ?

ଉତ୍ତର- ଗୁପୁଚୁପ ଷ୍ଟାଣ୍ଡ

Leave a Reply

Your email address will not be published. Required fields are marked *