ଓଡିଶାରେ ପ୍ରଥମ ଥର ପାଇଁ ଦେଖାଗଲା ସବୁଠୁ ବିରଳ ଧଳା ନାଗ ସାପ (Albino Cobra), ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଓଡିଶାରେ ପ୍ରଥମ ଥର ପାଇଁ ଆଲବିନୋ କୋବ୍ରା ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ରେନାନ୍ଦା ପାଟଣା ଗାଁରୁ ଏହି ବିରଳ ସାପକୁ ଉଦ୍ଧାର କରାଯାଇଛି । ମିଡିଆ ରିପୋର୍ଟସ ଅନୁସାରେ ସାପଟିର ଲମ୍ବ 5 ଫୁଟରୁ ଅଧିକ ହେବ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଛନ୍ତି । ଓଡିଶାରେ ପ୍ରଥମ ଥର ପାଇଁ ଏହି ସାପ ଦେଖିଥିବା କୁହାଯାଉଛି ।

ଏଭଳି ବିରଳ ପ୍ରଜାତିର ସାପ ଗୁଡିକ ପ୍ରାୟ ଭାରତର ହିମାଳୟ ପାଦଦେଶରେ ଦେଖିବାକୁ ମିଳିଥାଏ । ସ୍ନେଳ ହେଲ୍ପ ଲାଇନର ଜଣେ ସଦସ୍ୟ କହିଛନ୍ତି, ମୁଁ 14 ବର୍ଷର ସାପ ଧରାଳି କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସାପକୁ କେବେ ଧରା ହୋଇନଥିଲା । ବହୁତ ବିରଳ ଘଟଣା ଓଡିଶାରେ ତ ପ୍ରାୟ ଏହି ସାପ ଦେଖାଯାନ୍ତି ନାହିଁ । ଏହି ସାପର ନାମ ହେଉଛି ଆଲବିନୋ କୋବ୍ରା । 10 ରୁ 20 ହଜାର ସାପ ଜନ୍ମ ନେଲେ ସେଥିମଧ୍ୟରୁ ଗୋଟେ ଆଲବିନୋ କୋବ୍ରା ରହିଥାଏ ।

ଯେମିତି କି ଧଳା ବାଘ, ଧଳା ସିଂହ ସେହି ଭଳି ଏ ଗୋଟେ ବିରଳ ପ୍ରଜାତି । ମୁଁ ଫରେଷ୍ଟ ଡିପାର୍ଟମେଣ୍ଟଙ୍କୁ ଅନୋରୋଧ କରିବି ଏହି ସାପକୁ ସୁରକ୍ଷା ଦେବା ପାଇଁ । ବନ୍ଧୁଗଣ ଏହି ସାପକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା । ଅନେକ ଲୋକ ଏହି ସାପକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *