ଆମେରିକା ବିରୁଦ୍ଧରେ ହେଇଗଲେ ନାଟୋ ଦେଶ, ଏମିତି କଣ ଖେଳ କରିଦେଲେ ପୁଟିନ ? ଦେଖନ୍ତୁ… 

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ଦୁଇ ସପ୍ତାହରୁ ଅଧିକ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ତେବେ ଏହି ଯୁଦ୍ଧ ମଧ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଯାଇଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ନୂତନ ଯୁଦ୍ଧ ବିଷୟରେ କହିବାକୁ ଯାଉଛୁ । ଏହି ନୂତନ ଯୁଦ୍ଧଟି ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ୟୁକ୍ରେନ ଋଷ ଯୁଦ୍ଧ ମଧ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

ଏହି ଯୁଦ୍ଧଟି ଆମେରିକା ଓ ନାଟୋ ଦେଶ ମଧ୍ୟରେ ହେଉଛି । ଗତ କିଛି ସମୟ ପୂର୍ବରୁ ନାଟୋର କିଛି ଦେଶ ବୟାନ ଦେଇଛନ୍ତି ଯେଉଁଥିରୁ ଜଣା ପଡୁଛି ନାଟୋ ଦେଶ ଗୁଡିକ ଆମେରିକା ପାଇଁ ଖୁସି ନାହାନ୍ତି । ପ୍ରଥମ ଦିନରୁ ଆମେରିକା ଚାହୁଁ ଥିଲା ଋଷ ଉପରୁ ୟୁରୋପୀୟ ଦେଶ ଗୁଡିକର ନିର୍ଭରତା ଶେଷ ହୋଇଯାଉ ଓ ଋଷର ଅର୍ଥ ବ୍ୟବସ୍ଥା ବରବାଦ ହେଇଯାଉ ।

ଏଥିପାଇଁ ଆମେରିକା ୟୁକ୍ରେନକୁ ମୋହରା ବନାଇଲା ୟୁକ୍ରେନକୁ ନାଟୋରେ ସାମିଲ କରିବାର ସ୍ଵପ୍ନ ଦେଖାଇଥିଲା । ହେଲେ ୟୁକ୍ରେନ ଆମେରିକାର ଏହି ଚାଲରେ ଫଶି ଗଲା । ଆମେରିକା ଲଗାଇଥିବା ଏହି ନିଆଁରେ କେତେକ ୟୁରୋପୀୟ ଦେଶ ଗୁଡିକ ଜଳିବାକୁ ଲାଗିଲେଣି । ବନ୍ଧୁଗଣ ନାଟୋର ଦୁଇ ବଡ ଦେଶ ଆମେରିକାର ଚିନ୍ତା ବଢାଇଛନ୍ତି ଏହି ଦୁଇଟି ଦେଶ ହେଉଛନ୍ତି ଜର୍ମାନୀ ଓ ଫ୍ରାନ୍ସ ।

ଏହି ଦୁଇଟି ଦେଶ ଋଷର ନିନ୍ଦା କରିବା ସହ ଋଷ ସହିତ ଭାରତ ନ୍ୟୁଟ୍ରଲ ଷ୍ଟାଣ୍ଡକୁ ସମର୍ଥନ ବି କରିଲେ । ବନ୍ଧୁଗଣ ନାଟୋର ଅନେକ ଦେଶ ଆମେରିକାକୁ ଟାର୍ଗେଟ କରି ବୟାନ ଦେଉଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *