ୟୁକ୍ରେନର ବଡ ଦାବି, ଯାହା 30 ବର୍ଷରେ ହୋଇ ନଥିଲା ଆମେ ତାହା 13 ଦିନରେ କରି ଦେଖେଇଛୁ…କିନ୍ତୁ ତାହା କଣ ? ଦେଖନ୍ତୁ…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ଦୁଇ ସପ୍ତାହରୁ ଅଧିକ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ଏହି ମହାଯୁଦ୍ଧରେ ଋଷ ହରାଇଲାଣି ୧୨ ହଜାର ସୈନ୍ୟ । ୩୦ ବର୍ଷରେ ଯେତିକି ନଥିଲା ୧୩ ଦିନରେ ସେତିକି ହେଲା । ଏବେ ଯୁଦ୍ଧ ବେଳେ ଚର୍ଚ୍ଚାରେ ରହିଛି ଜେଲେନ୍ସକିଙ୍କ ବୟାନ । ଋଷିଆ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମି ବାର ନାଁ ନେଉ ନାହିଁ । ବନ୍ଧୁଗଣ ଏହାରି ମଧ୍ୟରେ ଜେଲେନ୍ସକି ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ।

ଜେଲେନ୍ସକି କହିଛନ୍ତି, ୟୁକ୍ରେନ ଋଷ ଯୁଦ୍ଧକୁ ୧୪ ଦୀନ ହେଲାଣି ଆଉ ୟୁକ୍ରେନକୁ ଛାରଖାର କରିବା ପାଇଁ ଋଷିଆ ଯେଉଁ ଭଳି ଭାବରେ ଅସ୍ତ୍ର ଶସ୍ତ୍ର ବ୍ୟବହାର କରୁଛି ତାହା ଆଗାମୀ ଦିନରେ ଋଷିଆକୁ ଭୟଙ୍କର ଅସୁବିଧାରେ ପକାଇବ । ଏମିତି କି ଜେଲେନ୍ସକି କହିଛନ୍ତି ଯେ, ଋଷ ଏ ପର୍ଯ୍ୟନ୍ତ ଯେତିକି ଅସ୍ତ୍ର ଶସ୍ତ୍ର ହରାଇଲାଣି ସେତିକି ଯୁଦ୍ଧାସ୍ତ୍ର ଗତ ୩୦ ବର୍ଷ ମଧ୍ୟରେ କେବେବି ହରାଇ ନଥିଲା ।

ଏହି ଯୁଦ୍ଧରେ ଋଷର ପାଖାପାଖି ୧୨ ହଜାର ସୈନ୍ୟ ନିହୋତ ହୋଇଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି । ତେବେ ଏହି ଯୁଦ୍ଧରେ ଭୟଙ୍କର କ୍ଷତି ସହିଲାଣି ଋଷିଆ । ଅଧିକ ଦିନ ଯୁଦ୍ଧ ଲାଗି ରହିଲେ ଭୟଙ୍କର ସ୍ଥିତିର ସାମ୍ନା କରିପାରେ ଋଷିଆ । ମହାଯୁଦ୍ଧରେ ଋଷିଆର ୧୨ ହଜାର ସୈନ୍ୟକୁ ୟୁକ୍ରେନ ମାରି ସାରିଥିବା ଦାବି କରିଛି ହେଲେ ଏହାକୁ ଋଷ ମାନି ନାହିଁ ।

ଋଷ କହିଛି, ଆମେ ଆମ ସୈନ୍ୟଙ୍କୁ ହରାଇଛୁ ସତ ହେଲେ ୧୨ ହଜାର ନୁହେଁ । ତେବେ ବନ୍ଧୁଗଣ ଋଷିଆ ପାଖରେ ଅସ୍ତ୍ର ଶସ୍ତ୍ର ନଥିବା କଥାକୁ ଗୁଜବ ବୋଲି ମସ୍କୋ କହିଛି । ତେବେ ଏହି ଯୁଦ୍ଧ ସମୟରେ ଋଷ ଓ ୟୁକ୍ରେନ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ହେବାକୁ ନେଇ ଚର୍ଚ୍ଚା ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *