କେବେ ଶେଷ କରିବେ ହୋମ ଆଇସୋଲେସନ, କେବେ କରିବେ ସିଟି ସ୍କାନ, ଜାଣି ରଖନ୍ତୁ କୋଭିଡ-୧୯ ର ସମସ୍ତ ନିୟମ- Dr. Rana Chanchal

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।

ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରନା ନିମନ୍ତେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି । ତେବେ ବନ୍ଧୁଗଣ ଯଦି ଆପଣ କରନା ସଂକ୍ରମିତ ହେଉଛନ୍ତି ତେବେ କେଉଁ ସମୟ ରେ କେଉଁ ପରୀକ୍ଷା କରିବା ଆବଶ୍ୟକ ସେ ବିଷୟ ରେ ଆଜି ଆପଣଂକୁ ଜଣାଇବୁ ।

ବନ୍ଧୁଗଣ ଯଦି ଆପଣ ସାଧାରଣ ଭାବେ କରନା ଭୁତାଣୁ ଦ୍ଵାରା ସଂକ୍ରମିତ ହେଉଛନ୍ତି ତେବେ ଆପଣଂକୁ ମେଡିକାଲ ଯିବାର କୌଣସି ଆବଶ୍ୟକତା ନାହିଁ । ଆପଣ ଘରେ ଚାହିଁଲେ ମଧ୍ୟ ଆଇସଲେସନ ରେ ରହିପାରିବେ । ଆପଣ ଯେଉଁ ସମୟ ରେ କରନା ସଂକ୍ରମିତ ହେଉଛନ୍ତି ସେହି ସମୟ ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆପଣ ଗୋଟିଏ ଘରେ ଆଇସଲେସନ ରେ ରହିଯାଅନ୍ତୁ । ଯଦି ଏହି ଦୁଇ ସପ୍ତାହ ପୂର୍ବରୁ ମଧ୍ୟ ଆପଣଙ୍କ ର କୌଣସି ଲକ୍ଷଣ ଦେଖାଯାଉ ନାହିଁ ଓ ଆପଣ ସୁସ୍ଥ ହେଇଯାଇଛନ୍ତି ତେବେ ମଧ୍ୟ ଆପଣ ବାହାରକୁ ଆସନ୍ତୁ ନାହିଁ ।

କାରଣ ୧୪ ଦିନ ପରେ ଆପଣ ବାହାରକୁ ଆସିବା ଦ୍ଵାରା ଅନ୍ୟ ମାନଂକୁ ସଂକ୍ରମଣ ହେବାର ଏତେ ଆଶଙ୍କା ରହି ନ ଥାଏ । ଯଦି ଆପଣଙ୍କ ର କୌଣସି ଲକ୍ଷଣ ଦେଖା ଦେଉଛି ତେବେ ଆପଣ ପ୍ରଥମେ ଆର.ଟି.ପି ସି ଆର ଟେଷ୍ଟ କରିବା ଆବଶ୍ୟକ । କିନ୍ତୁ ଆପଣ ଯଦି କିଛି ଦିନ ମଧ୍ୟରେ ସୁସ୍ଥ ହୋଇ ଯାଉଛନ୍ତି କିମ୍ବା ଆପଣଙ୍କ ଶରୀର ରେ କୌଣସି ଲକ୍ଷଣ ଦେଖା ଦେଉନାହିଁ ତେବେ ଆପଣ ପୁନର୍ବାର ଏହି ଟେଷ୍ଟ କରିବାରେ କୌଣସି ଆବଶ୍ୟକତା ନାହିଁ ।

କାରଣ ଆପଣ ସୁସ୍ଥ ହେବା ପରେ ମଧ୍ୟ ଯଦି ଆପଣଙ୍କ ଶରୀର ରେ ଭୁତାଣୁ ର ମୃ-ତ ଅଂଶ ମଧ୍ୟ ରହିଯାଇଥାଏ ତେବେ ଏହି ଟେଷ୍ଟ ରେ ତାହା ପଜେଟିଭ ଆସିଥାଏ ଏବଂ ଏପରି ୯୦ ଦିନ ପର୍ଯ୍ୟନ୍ତ ହୋଇଥାଏ । ତେଣୁ ଆପଣ ସୁସ୍ଥ ହେବାର ୯୦ ଦିନ ପର୍ଯ୍ୟନ୍ତ ଯଦି ଆପଣଙ୍କ ର କୌଣସି ଲକ୍ଷଣ ଦେଖାଯାଉନାହିଁ ତେବେ ଆପଣ ଆର.ଟି.ପିସିଆର ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ ।

ଯଦି ଆପଣଙ୍କ ର କରନା ପଜେଟିଭ ଆସୁଛି ତେବେ ଆପଣଙ୍କୁ ଦ୍ଵିତୀୟ ଥର ଏହି ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ କେବଳ ଏହାର ସମସ୍ତ ନିୟମ କୁ ମାନି ଚଳନ୍ତୁ । ଅନେକ ଲୋକ କରନା ରେ ଆକ୍ରାନ୍ତ ହେବା ପରେ ସିଟି-ସ୍କାନ ମଧ୍ୟ କରାଉଛନ୍ତି ।

କିନ୍ତୁ ଏଠି ଆମେ କହି ରଖୁଛୁ ଯେ ଯଦି ଆପଣଙ୍କ ର ଛାତି ରେ କୌଣସି ଅସୁବିଧା ଦେଖା ଦେଉଛି କିମ୍ବା ଶ୍ଵାସକ୍ରିୟା କରିବାରେ ଅସୁବିଧା ହେଉଛି ତେବେ ସିଟି-ସ୍କାନ କରନ୍ତୁ ଅନ୍ୟଥା ଏହା କରିବାର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ଜାଣିବା ସି ଆର ପି କଣ ? ଯଦି ଆମ ଶରୀର ରେ କୌଣସି ଇଂଫେକସନ ହୁଏ ତେବେ ସି ଆର ପି ବା ସି ରିଆକ୍ଟିଭ ପ୍ରୋଟିନ ବାହାରିଥାଏ । ସି ଆର ପି କେବେ ମଧ୍ୟ କମ ହୋଇ ନ ଥାଏ ଯେତେବେଳେ ଶରୀର ରେ ଇଂଫେକ୍ସନ କମ ହୋଇଯାଏ ସେତେବେଳେ ସି ଆର ପି ମଧ୍ୟ ଆପେ ଆପେ କମିଯାଏ ।

ଯେଉଁମାନେ କରନା ଦ୍ଵାରା ସାଧାରଣ ଭାବେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ର ସି ଆର ପି ୧୦ ରୁ ୨୦ ମଧ୍ୟରେ ଆସିଥାଏ । ଯଦି ୨୦ ରୁ ୫୦ ମଧ୍ୟରେ ଆସିଥାଏ ତେବେ ଏହା ମଧ୍ୟମ ଧରଣ ର ହୋଇଥାଏ । ଯଦି ୫୦ ରୁ ଉପରକୁ ଆସିଥାଏ ତେବେ ଆପଣ କରନା ଦ୍ଵାରା ବହୁତ ମାତ୍ରା ରେ ଆକ୍ରାନ୍ତ ଅଛନ୍ତି ବୋଲି ଜାଣିପାରିବେ ।

ଯଦି ଏହାର ମାତ୍ରା ୭୦ ରୁ ଅଧିକ ହୁଏ ତେବେ ଆପଣଂକୁ ଅମ୍ଳଜାନ ର ଆବଶ୍ୟକ ହୋଇଥାଏ । ଆକ୍ରାନ୍ତ ହେବାର ୫ ଦିନ ପରେ ହିଁ ସି ଆର ପି ଠିକ ଭାବରେ ଜଣା ପଡିଥାଏ । ତେବେ ଆଶା କରୁଛୁ ଆପଣଙ୍କ ମନ ରେ ଯେଉଁ ସବୁ ଆଶଙ୍କା ରହିଥିଲା କରନା କୁ ନେଇ ତାହା ଦୂର ହୋଇଯାଇଥିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *