ସାମ୍ନାକୁ ଆସିଲା ପ୍ରକୃତ ସତ ! ଏମିତି ହୋଇଥିଲା CDS Bipin Rawat ଙ୍କ ଚପ୍ପର କ୍ରାସ, ଦେଖନ୍ତୁ ଏହି Special Report

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ତାମିଲନାଡୁ କୁନ୍ନୁର ନିକଟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟରରରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୪ ଜଣ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ସିଡିଏସ ବିପିନ ରାୱତଙ୍କୁ ଗୁରୁତର ଅବସ୍ଥାରେ ହସିପିଟାଲକୁ ନିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସିଡିଏସ ବିପିନ୍ ରାୱତ ଏବଂ ତାଙ୍କର ପରିବାର ସଦସ୍ୟ ଏମ ଆଇ ହେଲିକପ୍ଟରରେ ଯାତ୍ରା କରୁଥିଲେ । ତେବେ ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ.ଏସ ଲିଡର, ଲେଫଟ୍‌ନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ,ନାଏକ ଗୁରସେୱ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଯାତ୍ରା କରୁଥିଲେ ସହ ମୋଟ ୧୪ ଜଣ ଥିଲେ ।

ତେବେ ତାମିଲନାଡ଼ୁର ସୁଲୁର ଏବଂ କୋଏମ୍ବାଟୁର ମଧ୍ୟରେ ଏହି ହେଲିକପ୍ଟରଟି କ୍ରାସ୍ କରିଥିବା ଏଏନଆଇ ରିପୋର୍ଟ କରିଥିଲା । ବିପିନ୍ ରାୱତ ଓ ଅନ୍ୟମାନେ କୋଏମ୍ବାଟୁରର ସୁଲର ଏୟାରବେସ୍‌ରୁ କନ୍ନୁରୁର ୱେଲିଂଟନ୍‌ ଅଭିମୁଖେ ସେନା ହେଲିକପ୍ଟରରେ ଯାତ୍ରା କରୁଥିଲେ । ତେବେ ହେଲିକପ୍ଟରଟି କୌଣସି କାରଣରୁ କ୍ରାସ୍‌ କରିଥିଲା ତାହାର ସତ୍ୟ ଧୀରେ ଧୀରେ ବାହାରୁଛି ।

ତେବେ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ଟି ପାଗ ଖରାପ ଯୋଗୁଁ ହୋଇଛି । ତେବେ ହେଲିକ୍ୟାପ୍ଟର ଟି ଲ୍ୟାଣ୍ଡ କରୁଥିବା ସମୟରେ ପାଗ ଖରାପ ଯୋଗୁଁ ଏହି ଭଳି ଦୁର୍ଘଟଣା ଟି ଘଟି ଯାଇଛି । ତେବେ ଏହି ସମୟରେ ପାଇଲଟ ମଧ୍ୟ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡେ । ତେବେ ସାଧାରଣତଃ ପାଇଲଟ ବୈଷୟିକ ସାମ୍ୟ ହରାଇଲେ କିମ୍ବା ପାଗର ପୂର୍ବ ଅନୁମାନ ନ କଲେ ଏହି ଭଳି ଦୁର୍ଘଟଣା ଟି ଘଟି ଥାଏ ।

ତେବେ ଏହି ପାଗ ଖରାପ ବିଷୟରେ ପାଇଲଟ କୁ ଆଗରୁ ସୂଚନା ମିଳିଥିଲା କିମ୍ବା ନାହିଁ ତାହା ବର୍ତ୍ତମାନ ଜଣା ନାହିଁ ଏଵଂ ବିଶୃତ ରିପୋର୍ଟ ମଧ୍ୟ ମିଳିନାହିଁ । ତେବେ ବିଶେଷଜ୍ଞ ଙ୍କ ଅନୁସାରେ ପାଗ ଖରାପ ଥିବା ସମୟରେ ଏବଂ ଲ୍ୟାଣ୍ଡ କଲାବେଳେ ଏହିଭଳି ଘଟଣା ଘଟିଥାଏ । ତେବେ ହେଲିକ୍ୟାପ୍ଟର ରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା ବୋଲି ତଦନ୍ତ କମିଟି ସ୍ପଷ୍ଟ କରିଛି ଏବଂ ଆହୁରି ଭଲ ଭାବରେ ଏହା ଉପରେ ତଦନ୍ତ କରୁଛି ଏବଂ ବାୟୁସେନାର ଆଇନ ପରାମର୍ଶ ନେଉଛନ୍ତି ।

ତେବେ ବାୟୁସେନାର ଏୟାରଚିଫ ମାର୍ଶାଲ ମୁଖ୍ୟ ବିଆର ଚୌଧୁରୀ ଙ୍କୁ ହସ୍ତାନ୍ତର କରାଯିବ ଏବଂ ପରେ ସତ୍ୟ କଣ ତାହା ଜଣା ଯିବ । ତେବେ ଆମେ ଆମ ଦେଶର ଜଣେ ବୀର ପୁରୁଷ ଙ୍କୁ ହରାଇଛୁ ଯାହା ଏକ ଅପୁରଣୀୟ କ୍ଷତି । ତେବେ ଏହା ଉପରେ ଆପଣ ଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *