ଦୁନିଆର ଏମିତି ଏକ ମନ୍ଦିର ଯାହାକୁ ଦେଖିବା ମାତ୍ରେ ଡରରେ ବୈଜ୍ଞାନିକ ମାନେ ଦୌଡି ପଳେଇଲେ, ପୁଣି ଆଉ କେବେ ବି ଆସିଲେଣି, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ଗତ କିଛି ବର୍ଷ ତଳେ ବୈଜ୍ଞାନିକ ମାନଙ୍କୁ ମଧ୍ୟପ୍ରଦେଶର ଏକ ମନ୍ଦିର ବିଷୟରେ କିଛି ଅଦ୍ଭୁଦ ସୂଚନା ଜାଣିବାକୁ ମିଳିଲା । ସେହି ସମୟରେ ଏହି ମନ୍ଦିର ବିଷୟରେ ସୋସିଆଲ ମିଡିଆରେ କୌଣସି ଖବର ନଥିଲା ଓ ଅଧିକାଂଶ ଲୋକ ସେହି ମନ୍ଦିର ବିଷୟରେ ଜାଣି ନଥିଲେ । ସେହି ମନ୍ଦିରର ଆଖ ପାଖରେ ରହୁଥିବା ଲୋକ ମାନେ ହିଁ ସେହି ମନ୍ଦିର ବିଷୟରେ ଜାଣିଥିଲେ । କିଛି ଲୋକ ବୈଜ୍ଞାନିକ ମାନଙ୍କୁ କହିଥିଲେ, ସନ୍ଧ୍ୟା ହେବା ପରେ ସେହି ମନ୍ଦିର ଭିତରକୁ କେହି ବି ଯାଇ ପାରିବେ ନାହିଁ ।

ମନ୍ଦିର ସହ ଜଡିତ ରହସ୍ୟ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ମାନେ ସେହି ମନ୍ଦିରକୁ ଯାଇଥିଲେ । ଯେତେବେଳେ ସେହି ମନ୍ଦିରକୁ ବୈଜ୍ଞାନିକ ମାନେ ଦେଖିଥିଲେ ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏହା ପରେ କୌଣସି ବୈଜ୍ଞାନିକ ସେହି ମନ୍ଦିରକୁ ଗଲେ ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମନ୍ଦିର ସହ ଜଡିତ ସମସ୍ତ ରହସ୍ୟ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଭାରତର ମଧ୍ୟପ୍ରଦେଶ ରାଜ୍ୟର ମୋରେନାରେ ଏକ ହଜାର ବର୍ଷ ପୁରୁଣା ଏକ ରହସ୍ୟ ମୟ ମନ୍ଦିର ଅଛି । ଏହି ମନ୍ଦିର ପରି ଦୁନିଆରେ ଅନ୍ୟ କୌଣସି ମନ୍ଦିର ନାହିଁ । ଏହି ମନ୍ଦିରର ନାମ ହେଉଛି କକନମଠ ମନ୍ଦିର ଓ ଏହା ଶିବ ମନ୍ଦିର ଅଟେ । ଏହି ମନ୍ଦିରର କଳା ସ୍ଥାପତ୍ୟ ବହୁତ ଅଦ୍ଭୁଦ ଅଛି । ପ୍ରାଚୀନ କାଳର କଳା କୃତିତ୍ଵ ଆପଣ ମାନେ ଦେଖି ମନ୍ଦିରରେ ଦେଖିବାକୁ ପାଇବେ ।

କକନମଠ ମନ୍ଦିରଟି ବଡ ବଡ ପଥରରେ ନିର୍ମାଣ କରାଯାଇଛି । ଏହି ମନ୍ଦିର ନିର୍ମାଣରେ କୌଣସି ସିମେଣ୍ଟ ବା ମାଟିର ବ୍ୟବହାର ହୋଇ ନାହିଁ । ମନ୍ଦିରକୁ ଦେଖିଲେ ଲାଗିବ ଯେମିତି ଏହି ମନ୍ଦିରଟି ପଡିଯିବ ହେଲେ ବର୍ଷ ବର୍ଷ ହେବ ଏହି ମନ୍ଦିର ଅଛି । ବନ୍ଧୁଗଣ ଏହି ମନ୍ଦିର ସହ ଜଡିତ ଏକ ବଡ ରହସ୍ୟ ଅଛି । କୁହାଯାଏ ଏହି ମନ୍ଦିରକୁ କୌଣସି ମଣିଷ ନୁହେଁ ଭୁତ ମାନେ ବନେଇ ଛନ୍ତି ।

ଆଗରୁ ଏହି ସ୍ଥାନରେ କୌଣସି ମନ୍ଦିର ନଥିଲା ହେଲେ ଗୋଟେ ଦିନ ସଖାଳ ସମୟରେ ହଠାତ ଏହି ମନ୍ଦିର ନଜର ଆସିଥିଲା । ଗାଁ ଲୋକଙ୍କ ମତରେ ଭୁତ ପ୍ରେତ ଭଗବାନ ଶିବଙ୍କୁ ପୂଜା କରନ୍ତି ଓ ସେହି ସ୍ଥାନରେ କୌଣସି ଶିବ ମନ୍ଦିର ନଥିଲା । ତେଣୁ ଭୁତ ମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଗୋଟିଏ ରାତିରେ ଏହି ମନ୍ଦିର ନିର୍ମାଣ କରିଦେଲେ ।

ଯେତେବେଳେ ବୈଜ୍ଞାନିକ ମାନେ ଏହି ମନ୍ଦିର ଦେଖିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଏହି ପରିକା ମନ୍ଦିର ସେମାନେ କେବେବି ଦେଖି ନଥିଲେ । ମନ୍ଦିର ଉପରେ ଯଦି ଗବେଷଣା ହୋଇଥାନ୍ତା ତା ହେଲେ ବୋଧେ ଏହି ମନ୍ଦିର ତଳେ ପଡି ଯାଇଥାନ୍ତା ସେଥିପାଇଁ ବୈଜ୍ଞାନିକ ମାନେ ସେହି ସ୍ଥାନ ଛାଡି ଚାଲିଯାଇଥିଲେ । ଏହି ମନ୍ଦିର ପାଖକୁ ସନ୍ଧ୍ୟା ସମୟରେ କେହି ବି ଯାନ୍ତି ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ରହସ୍ୟମୟ ମନ୍ଦିର କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *