80 ଦଶକରେ Bollywood ରେ ରାଜ କରୁଥିବା Actress ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପିଲା

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ୮୦ ଦଶକରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରି ଅଭିନେତ୍ରୀ ମାନଙ୍କର ସୁନ୍ଦରତା ଉପରେ ଅଧିକ ଗୁରୁତ୍ଵ ଦେଉଛି ହେଲେ ସେତେବେଳେ ଅଭିନେତ୍ରୀ ମାନଙ୍କର ଅଭିନୟକୁ ଅଧିକ ଗୁରୁତ୍ଵ ଦିଆଯାଉଥିଲା । ସେହି ସମୟରେ କିଛି ଅଭିନେତ୍ରୀ ବହୁତ ବଡ ସଫଳତା ହାସଲ କରିଥିଲେ ଓ ଚର୍ଚାରେ ମଧ୍ୟ ରହୁଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ମାନେ ବୁଢୀ ହୋଇସାରିଛନ୍ତି ଓ ଲାଇମଲାଇଟ ଠାରୁ ଦୂରରେ ରହୁଛନ୍ତି ।

କିନ୍ତୁ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କର ପିଲା ମାନଙ୍କୁ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଅମୃତା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ୮୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଅମୃତା ସିଂହ  ।ଅମୃତା ଗୋଟେ ସମୟରେ ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇଥିଲେ । ତାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି ।

ଅମୃତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛି । ତାଙ୍କ ଝିଅର ନାମ ହେଉଛି ସାରା ଅଲି ଖାନ ଯିଏ ବର୍ତ୍ତମାନ ବଲିଉଡ ଫିଲ୍ମରେ କାମ କରୁଛନ୍ତି ଓ ତାଙ୍କ ପୁଅର ନାମ ହେଉଛି ଇବ୍ରାହିମ ଖାନ । ଇବ୍ରାହିମ ବର୍ତ୍ତମାନ ପାଠ ପଢୁଛନ୍ତି ହେଲେ ଷ୍ଟାର କିଡ ହୋଇଥିବାରୁ ସେ ଲାଇମ ଲାଇଟରେ ରହୁଛନ୍ତି ।

ରିନା ରୋଏ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରିନା ରୋଏ । ରିନା ଅନେକ ସୁପର ହିଟ ଫିଲ୍ମରେ କାମ କରି ସଫଳତା ହାସଲ କରିଛନ୍ତି । ତାଙ୍କର ସୁନ୍ଦର ଅଭିନୟକୁ ଆଜି ପର୍ଯ୍ୟନ୍ତ ଲୋକମାନେ ଭୁଲି ପାରି ନାହାନ୍ତି । ବନ୍ଧୁଗଣ ରିନାଙ୍କର ଏକ ଝିଅ ଅଛି ଯାହାର ନାମ ହେଉଛି ସନମ ଖାନ । ରିନା ନିଜ ଝିଅକୁ ବହୁତ ଅଧିକ ଭଲ ପାନ୍ତି । ସନମ ମୁମ୍ବାଇରେ ନିଜ ମାଙ୍କ ସହ ଏକ ଆକଟିଙ୍ଗ ସ୍କୁଲର ମାଲିକ ଅଛନ୍ତି ।

ତନୁଜା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ତନୁଜା । ତନୁଜା ହେଉଛନ୍ତି ଏକ ପ୍ରସିଦ୍ଧ ଅଭିନେତ୍ରୀ ଓ ସେ ନିଜ ଅଭିନୟର ଜାଦୁରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ତନୁଜାଙ୍କର ଦୁଇଟି ଝିଅ ଅଛନ୍ତି । ପ୍ରଥମ ଝିଅ ହେଉଛନ୍ତି ଅଭିନେତ୍ରୀ କାଜୋଲ ଓ ଦ୍ଵିତୀୟ ହେଉଛନ୍ତି ଅଭିନେତ୍ରୀ ତନିଶା । ତନୁଜା ନିଜ ଦୁଇ ଝିଅଙ୍କୁ ବହୁତ ଅଧିକ ଭଲ ପାନ୍ତି ।

ରାଖୀ ଗୁଲଜାର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରାଖୀ ଗୁଲଜାର । ରାଖୀ ବଲିଉଡର ଅନେକ ସୁପର ହିଟ ଫିଲ୍ମରେ କାମ କରି ସଫଳତା ହାସଲ କରିଛନ୍ତି । ରାଖୀଙ୍କ ଝିଅ ହେଉଛନ୍ତି ମେଘନା ଗୁଲାଜାର । ମେଘନା ହେଉଛନ୍ତି ବଲିଉଡର ଏକ ପ୍ରସିଦ୍ଧ ଡାଇରେକ୍ଟର ।

ପୁନମ ଡିଲୋ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପୁନମ ଡିଲୋ । ପୁନମ ନିଜ ସୁନ୍ଦରତା ପାଇଁ ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ୮୦ ଦଶକରେ ସେ ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ପୁନମଙ୍କ ଝିଅର ନାମ ହେଉଛି ପାଲୁମା ଥକେରିଆ ଯିଏ ଜଣେ ମଡେଲ ଅଟନ୍ତି ଓ ତାଙ୍କ ପୁଅର ନାମ ହେଉଛି ଅନମୋଲ ଥକେରିଆ ।

Leave a Reply

Your email address will not be published. Required fields are marked *