Vastu Tips- ଏମିତି ଟଏଲେଟ ଓ ବାଥ୍ରୁମ ଦରିଦ୍ରତା ଓ ପଇସା ବର୍ବାଦ ର ହୋଇଥାଏ କାରଣ, ଦେଖନ୍ତୁ ଆପଣଙ୍କ ଘରେ ଏମିତି ଭୁଲ ହେଉ ନାହିଁ ତ ?

ବନ୍ଧୁଗଣ ଆମ ବାସ୍ତୁଶାସ୍ତ୍ର ଅନୁସାରେ ସ୍ଥାନ, କାଳ ଓ ବାତାବରଣର ବହୁତ ଗୁରୁତ୍ଵ ରହିଛି । ଯେଉଁପରି ଭାବରେ ଜ୍ୟୋତିଷ୍ୟ ଶାସ୍ତ୍ରରେ ଗ୍ରହ ଓ ରାଶି ମାନଙ୍କର ମହତ୍ଵ ରହିଛି ଠିକ ସେହିପରି ବାସ୍ତୁଶାସ୍ତ୍ରରେ ସ୍ଥାନ ଏବଂ ସମୟର ବହୁତ ମହତ୍ଵ ରହିଛି । ସାଧାରଣତଃ ସମସ୍ତ ମଣିଷ ନିଜ ଘରକୁ ସଜାଇବା ପାଇଁ ବହୁତ ଜିନିଷ ଘରକୁ ଆଣିଥାନ୍ତି । ହେଲେ ବନ୍ଧୁଗଣ ଏହି ଘରକରଣ ଜିନିଷ ଗୁଡିକୁ ଯଦି ଘରର ସଠିକ ଦିଗରେ ରଖାଯିବ ତା ହେଲେ ଏହାର ମହତ୍ଵ ରହିବ ।

ଯଦି ସେହି ଜିନିଷ ଗୁଡିକୁ କୌଣସି ଅଲଗା ସ୍ଥାନରେ ରଖାଯିବ ତା ହେଲେ ସେହି ଘରର ଲୋକ ମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ତେଣୁ ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଆମ ଘରର ସମସ୍ତ ରୁମ ଛୋଟ ଥାଉ ବା ବଡ ସବୁ ରୁମର ଦିଗ ସଠିକ ରହିବା ନିହାତି ଆବଶ୍ୟକ ।

ବନ୍ଧୁଗଣ ଆମ ଘରେ ଥିବା ସୌଚାଳୟ ଓ ସ୍ନାନ ଘର ସବୁଠାରୁ ଅଧିକ ନକରାତ୍ମକ ପ୍ରଭାବ ଘରେ ପକାଇଥାଏ । ଯଦି ଆମ ସୌଚାଳୟ ଓ ସ୍ନାନ ଘରେ ବାସ୍ତୁଦୋଷ ଥିବ ତା ହେଲେ ଆମକୁ ଏହାର କୁପରିଣାମ ସହିବାକୁ ପଡିବ ।

ବନ୍ଧୁଗଣ ଏହାର ଖରାପ ପ୍ରଭାବ ଆମ ଜୀବନ ଓ ଆର୍ଥିକ ସ୍ଥିତି ଉପରେ ପଡିଥାଏ । ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଘରର ସୌଚାଳୟ କିପରି ହେବା ଉଚିତ ଓ କେଉଁ ଦିଗରେ ରହିବା ଉଚିତ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ପୂର୍ବ-ଉତ୍ତର ଦିଗକୁ ଭଗବାନଙ୍କ ଦିଗ ମାନା ଯାଇଛି । ତେଣୁ ବନ୍ଧୁଗଣ ଏହି ଦିଗରେ କେବେହେଲେ ଶୌଚଳୟ ରଖିବା ଉଚିତ ନୁହେଁ । ଏହି ଦିଗରେ କେବଳ ଧାର୍ମିକ କାର୍ଯ୍ୟ ତଥା ପୂଜା ପାଠ କରିବା ଉଚିତ । ବନ୍ଧୁଗଣ ଏହି ଦିଗରେ ଶୌଚଳୟ ରହିବା ଦ୍ଵାରା ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ ଓ ଘରେ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ । ତେଣୁ ବନ୍ଧୁଗଣ ଘରର ସୌଚାଳୟକୁ ସବୁବେଳେ ପଶ୍ଚିମ ଦିଗରେ ରହିବା ଉଚିତ ।

୨. ବନ୍ଧୁଗଣ କେବେହେଲେ ଶୌଚଳୟ ଘରର ମଧ୍ୟ ଭାଗରେ ରଖିବା ଉଚିତ ନୁହେଁ । ଏହା ସହିତ ସୌଚାଳୟର କବାଟ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗ ଆଡକୁ ରହିବା ଉଚିତ । ସୌଚାଳୟର ପାଣି ପାଇପ ସବୁବେଳେ ଉତ୍ତର-ପୂର୍ବରେ ରହିବା ଉଚିତ । ଏହା ସହିତ ସୌଚାଳୟର ବ୍ୟବହାର କରୁଥିବା ମଣିଷର ମୁହଁ ସବୁବେଳେ ପୂର୍ବ ଓ ପଶ୍ଚିମ ଦିଗରେ ରହିବା ଉଚିତ ନୁହେଁ ।

୩. ବନ୍ଧୁଗଣ ସୌଚାଳୟକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ ଏହା ଘର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଏହା ସହିତ ସୌଚାଳୟର କାନ୍ଥର ରଙ୍ଗ ଧଳା ରହିବା ଉଚିତ । ବନ୍ଧୁଗଣ ସୌଚାଳୟର କାନ୍ଥରେ କେବେହେଲେ କୌଣସି ଦେବିଦେବତା ମାନଙ୍କ ଫଟୋ ଲଗାଇବା ଉଚିତ ନୁହେଁ । ଏହା ବହୁତ ଅଶୁଭ ହୋଇଥାଏ । ତା ହେଲେ ବନ୍ଧୁଗଣ ଘରର ସୌଚାଳୟ ସହିତ ଜଡିତ ଏହି ସବୁ ନୀତି ନିୟମର ପାଳନ ନିଶ୍ଚୟ କରନ୍ତୁ ଓ ଆଜୀବନ ଏକ ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଅତିବାହିତ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *