ପ୍ରଥମେ Child Artist ହେଇ Bollywood ରେ ଏଣ୍ଟ୍ରି କରିଥିଲେ ଏହି 4 ଜଣ Actor, ଏବେ Bollywood ରେ କରୁଛନ୍ତି ରାଜ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବଲିଉଡରେ ଅଭିନୟ କରୁଥିବା ଏହି ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଛନ୍ତି । ହେଲେ ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ମଧ୍ୟ କିଛି ଅଭିନେତା ଅଛନ୍ତି ଯେଉଁ ମାନେ ଗୋଟେ ସମୟରେ ଶିଶୁ କଳାକାର ରୂପେ ବଲିଉଡରେ ଏଣ୍ଟ୍ରି କରିଥିଲେ ଓ ବର୍ତ୍ତମାନ ସେ ବଲିଉଡର ଦିଗଜ ଅଭିନେତା ରୂପେ ପରିଚିତ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।

ହ୍ରୀତିକ ରୋଷନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ସୁପର ଷ୍ଟାର ହ୍ରୀତିକ ରୋଷନ । ଆପଣ ମାନେ ସମସ୍ତେ ହ୍ରୀତିକଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ହ୍ରୀତିକ ନିଜ କାରିୟରର ଆରମ୍ଭ ପ୍ରଥମେ ଏକ ଶିଶୁ କଳାକାର ରୂପେ କରିଥିଲେ । ପ୍ରଥମେ ସେ ୧୯୮୦ ମସିହାରେ ଆସିଥିବା ଫିଲ୍ମ ‘ଆଶା’ରେ ଅଭିନୟ କରିଥିଲେ । ଏହାପରେ ୧୯୮୬ ମସିହାରେ ଆସିଥିବା ଫିଲ୍ମ ‘ଭଗବାନ ଦାଦା’ରେ ମଧ୍ୟ ସେ ଅଭିନୟ କରିଥିଲେ । ହେଲେ ବର୍ତ୍ତମାନ ସେ ବଲିଉଡର ଜଣେ ଦିଗଜ ଅଭିନେତା ।

ଆମିର ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଆମିର ଖାନ । ଆପଣ ମାନେ ସମସ୍ତେ ଆମିରଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ହେଲେ ବନ୍ଧୁଗଣ ସେ ପ୍ରଥମେ ଶିଶୁ କଳାକାର ରୂପେ ୧୯୭୩ ମସିହାରେ ଆସିଥିବା ଫିଲ୍ମ ‘ୟାଦେ’ରେ ଅଭିନୟ କରିଥିଲେ । ଏହି ଫିଲ୍ମ ପରେ ସେ ‘ହୋଲି’ ଫିଲ୍ମରେ ମଧ୍ୟ ନଜର ଆସିଥିଲେ ।

ସଞ୍ଜୟ ଦତ୍ତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ । ସଞ୍ଜୟ ଦତ୍ତ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇ ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ସଞ୍ଜୟ ପ୍ରଥମେ ଏକ ଶିଶୁ କଳାକାର ରୂପେ ଫିଲ୍ମ ରେଶ୍ମା କି ସେରା’ରେ ନଜର ଆସିଥିଲେ । ହେଲେ ମୁଖ୍ୟ ଅଭିନେତା ରୂପେ ସେ ଫିଲ୍ମ ‘ରକି’ରେ ନଜର ଆସିଥିଲେ ।

ଋଷି କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଷ୍ଟାର ଋଷି କପୁର । ଋଷି ବର୍ତ୍ତମାନ ଏହି ଦୁନିଆରେ ନଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା କମିନାହିଁ । ବନ୍ଧୁଗଣ ଋଷି ପ୍ରଥମେ ଏକ ଶିଶୁ କଳାକାର ରୂପେ ଫିଲ୍ମ ‘ଶ୍ରୀ ୪୨୦’ରେ କାମ କରିଥିଲେ । ଏହାପରେ ସେ ଅନ୍ୟାନ୍ୟ ଫିଲ୍ମରେ କାମ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *