ସକାଳୁ ଉଠିବା ମାତ୍ରେ ମହିଳାଙ୍କର ଏହି 1 ଜିନିଷ କେବେ ବି ଦେଖନ୍ତୁ ନାହିଁ, ପୁରା ପରିବାର ହେଇଯାଏ ବର୍ବାଦ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ କହିବୁ । ଚାଣକ୍ୟ ନୀତି ମହାନ ଜ୍ଞାନୀ ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏହି ଗ୍ରନ୍ଥ ର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ମାନବ ସମାଜକୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ମହାନ ଜ୍ଞାନୀ ନିଜ ନୀତି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥିଲେ । ଏହି ଚାଣକ୍ୟ ନୀତି ରେ ଥିବା ନିୟମ ପ୍ରତ୍ୟେକ ମନୁଷ୍ୟ ଜାଣିବା ନିହାତି ଆବଶ୍ୟକ ଅଟେ ।

ବନ୍ଧୁଗଣ କୁହାଯାଏ ଯେ, ଦିନର ଆରମ୍ଭ ଯଦି ଭଲ ହୋଇଥାଏ ତେବେ ଅନ୍ତ ମଧ୍ୟ ଭଲରେ ହୋଇଥାଏ । ଯଦି ଦିନର ଆରମ୍ଭ ରେ ହିଁ କୌଣସି ବାଧା ବିଘ୍ନ ଆସିଥାଏ ତେବେ ପୁରା ଦିନ ଖରାପ ରେ ବିତିଥାଏ । ସକାଳୁ ଉଠିବା ପରେ ପ୍ରତ୍ୟେକ ବ୍ୟକ୍ତି ର ମନରେ ନୂତନ ଆଶା ର ସଂଚାର ହୋଇଥାଏ । ଚାଣକ୍ୟ ନୀତି ଅନୁସାରେ କିଛି ଏଭଳି ଜିନିଷ ରହିଛି ଯାହାକୁ ସକାଳୁ ଉଠି ଦର୍ଶନ କରିବା ଦ୍ଵାରା ପୁରା ଦିନ ମନ୍ଦ ରେ କଟିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ସକାଳୁ ଉଠିବା ପରେ କେବେବି କୌଣସି ଗର୍ବୀ ବ୍ୟକ୍ତି ଏବଂ ଚରିତ୍ର ହୀନା ମହିଳା ଙ୍କୁ ଆଦୋୖ ଦେଖିବା ଉଚିତ ନୁହେଁ । ଏମାନଙ୍କୁ ଦେଖିବା ଦ୍ୱାରା ସମ୍ପୂର୍ଣ୍ଣ ଦିନ ଅଶୁଭ ମୟ ହୋଇଥାଏ ଏବଂ କାର୍ଯ୍ୟ ରେ ବିଘ୍ନ ସୃଷ୍ଟି ହୋଇଥାଏ । ସର୍ବଦା ସକାଳୁ ଉଠିବା ପରେ ମାତା ପିତା ଏବଂ ଭଗବାନ ଙ୍କ ଦର୍ଶନ କରିବା ନିମନ୍ତେ ଚେଷ୍ଟା କରନ୍ତୁ ।

୨. ବନ୍ଧୁଗଣ ବୈଜ୍ଞାନିକ ଙ୍କ ମତାନୁସାରେ ଏକ ରିସର୍ଚ୍ଚ ମାଧ୍ୟମରେ ଜଣା ପଡ଼ିଛି ଯେ, ସକାଳୁ ଉଠିବା ପରେ କେବେବି ଭଙ୍ଗା ଆଇନା ଦେଖିବା ଉଚିତ ନୁହେଁ । ସକାଳ ସମୟରେ ଆଇନା ରେ ନକରାତ୍ମକ ଉର୍ଜା ରହିଥାଏ ଏବଂ ଯଦି ଆପଣ ସକାଳୁ ଉଠିବା ପରେ ପ୍ରଥମେ ଏହାର ଦର୍ଶନ କରିବେ ତେବେ ଆପଣଙ୍କ ମଧ୍ୟରେ ଥିବା ସକରାତ୍ମକ ଉର୍ଜା ନଷ୍ଟ ହୋଇଥାଏ ଏବଂ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ । ତେଣୁ କେବେବି ସକାଳୁ ଉଠିବା ପରେ ପ୍ରଥମେ ଆଇନା ର ଦର୍ଶନ କରନ୍ତୁ ନାହିଁ ।

୩. ବନ୍ଧୁଗଣ ସକାଳୁ ଉଠିବା ପରେ ଓଲଟା ଜୋତା ବା ଚପଲ ଏବଂ ବୁଢ଼ୀଆଣୀ ଜାଲ ଦେଖିବା ଦ୍ଵାରା ଆପଣ ରୋଗରେ ପୀଡ଼ିତ ହୋଇ ପାରିବେ । ଏହାଦ୍ବାରା ପୁରା ଦିନ ଆପଣଙ୍କ ମଧ୍ୟରେ ନକରାତ୍ମକ ଉର୍ଜା ରହିବ ଏବଂ ଆପଣଙ୍କ ପୁରା ଦିନ ଖରାପ ରେ କଟିଥାଏ ।

୪. ବନ୍ଧୁଗଣ ସକାଳୁ ଉଠିବା ପରେ ପ୍ରଥମେ କେବେବି କୌଣସି ଖାଲି ଜିନିଷ କୁ ଦେଖନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଥାଏ । ଏହା କାର୍ଯ୍ୟକୁ ସମ୍ପୂର୍ଣ୍ଣ ହେବାକୁ ଦେଇ ନଥାଏ । ତେଣୁ କେବେବି ସକାଳୁ ଉଠିବା ପରେ ଖାଲି ପର୍ସ ବା ଖାଲି ବାସନ ଆଦି ଦେଖନ୍ତୁ ନାହିଁ ।

୫. ବନ୍ଧୁଗଣ କେବେବି ସକାଳୁ ଉଠିବା ପରେ ଝଗଡ଼ା ହେଉଥିବାର ଦେଖନ୍ତୁ ନାହିଁ ବା ସ୍ୱୟଂ ଅନ୍ୟ କୌଣସି ବ୍ୟକ୍ତି ସହିତ ଝଗଡ଼ା କରନ୍ତୁ ନାହିଁ । ସର୍ବଦା ମିଷ୍ଠ ଭାଷା ଦ୍ୱାରା ନିଜ ଦିନର ଆରମ୍ଭ କରନ୍ତୁ । ଏହାଦ୍ବାରା ଆପଣଙ୍କ ଦିନ ଭଲରେ କଟିଥାଏ ଏବଂ ଆପଣଙ୍କ ସମସ୍ତ କାର୍ଯ୍ୟ ବିନା ବାଧା ବିଘ୍ନ ରେ ସମ୍ପୂର୍ଣ୍ଣ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *