କଣ୍ଡୋମକୁ ନେଇ ଏ କଣ କହିଦେଲେ Bollywood ଅଭିନେତ୍ରୀ Nushrratt Bharuccha, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ନୁସରତ ଭରୁଚା ।

ଆପଣ ମାନେ ସମସ୍ତେ ନୁସରତଙ୍କୁ ଅନେକ ଫିଲ୍ମରେ ଦେଖିଥିବେ । ନୁସରତ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ନିଜ ସୁନ୍ଦରତା ଓ ନିଜ ଲାଇଫ ଷ୍ଟାଇଲ ପାଇଁ ନୁସରତ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ନୁସରତଙ୍କର ଏକ ନୂଆ ଫିଲ୍ମ ଆସୁଛି ଯାହାର ନାମ ହେଉଛି ‘ଜନ ହିତ ମେ ଜାରି’ ।

ଏହି ଫିଲ୍ମରେ ନୁସରତ କଣ୍ଡମ ବିକ୍ରି କରୁଛନ୍ତି । ଏଭଳି ଫିଲ୍ମ ବୋଧେ ପ୍ରଥମ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ । ଆମ ଦେଶରେ କଣ୍ଡମକୁ ନେଇ ଲୋକ ମାନଙ୍କ ମନରେ ଲଜ୍ୟା ସୃଷ୍ଟି ହୋଇଥାଏ । ହେଲେ ଏହି ଫିଲ୍ମରେ କଣ୍ଡମର ଗୁରୁତ୍ଵତା ବିଷୟରେ ଦର୍ଶା ଯାଇଛି । ତେବେ ଏହି ଫିଲ୍ମର ପ୍ରମୋସନରେ ନୁସରତ କଣ୍ଡମକୁ ନେଇ ନିଜର ଏକ ମନ୍ତବ୍ୟ ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନୁସରତ କଣ୍ଡମ ବିଷୟରେ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ନୁସରତ କହିଛନ୍ତି-‘ଏବେ ସମୟ ଆସିଯାଇଛି ଆମେ ଅନ୍ୟ ଉପରେ ଆଙ୍ଗୁଠି ନ ଉଠାଇ ଅନ୍ୟକୁ ବ୍ଲେମ ନକରି ଗୋଟେ କଣ୍ଡମ ପ୍ୟାକେଟ ନିଜେ କିଣି ନିଜେ ରଖିପାରିବା ।

ଆପଣ ଯାଇ କଣ୍ଡମ କିଣନ୍ତୁ ଆପଣଙ୍କର ଅଧିକାର ଅଛି । ସୁରକ୍ଷା ହେଉଛି ପ୍ରଥମେ । ଜୋସରେ ନିଜ ହୋସ ହରାନ୍ତୁ ନାହିଁ ଆଉ ଯଦି ଲଜ୍ୟା ଅଛି ତା ହେଲେ ବିଲକୁଲ ହୋସ ହରାନ୍ତୁ ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ନୁସରତ କଣ୍ଡମ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି । ତେବେ ନୁସରତଙ୍କ ଏହି ମନ୍ତବ୍ୟ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *