‘ମୁଁ କିନ୍ନର ବୋଲି ଯେତେବଳେ ଜାଣିଲି…’ ଅଶୋକ ପଣ୍ଡାରୁ କିପରି ହେଲେ ଆଇଶା ପଣ୍ଡା, ନିଜ ଜୀବନର ଦୁଃଖ ବଖାଣିଲେ କିନ୍ନର Aisha Panda, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ସ୍ଥାନରେ କିନ୍ନର ମାନଙ୍କୁ ଦେଖିଥିବେ । କିନ୍ନର ମାନେ ହେଉଛନ୍ତି ଭିନ୍ନ ମଣିଷ । ସାହିତ୍ୟର ପ୍ରୁଷ୍ଠାରେ, ସଙ୍ଗୀତର ସ୍ଵରରେ, ଚଳଚିତ୍ରର ଛବିରେ ଆଉ ନୃତ୍ୟର ତାଳରେ ସେମାନଙ୍କ ଅସ୍ତିତ୍ଵ ସ୍ଵତନ୍ତ୍ର । ହେଲେ ବନ୍ଧୁଗଣ ସମାଜ ସେମାନଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାଏ । ନିଜ ପରିବାର ବି ତାଙ୍କ ପରିଚୟ ଦେବାକୁ ସଙ୍କୋସ କରେ ହେଲେ ସେମାନେ ହାରି ଯାଇ ନଥାନ୍ତି ବରଂ ସତ୍ୟର ସାମ୍ନା କରନ୍ତି ।

ବନ୍ଧୁଗଣ ଏଭଳି ଜଣେ କିନ୍ନର ହେଉଛନ୍ତି ଆଇଶା ପଣ୍ଡା । ଆଇଶା ସମାଜ ଓ ପରିବାର ସହ ଲଢି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଆଇଶା ଏକ ସାକ୍ଷାତ୍କାରରେ ନିଜ ଜୀବନୀ ବିଷୟରେ କହିଛନ୍ତି । ଆଇଶାଙ୍କ କହିବା ମୁତାବକ-‘ଆଜି ମୁଁ ଯଦି ସୁନ୍ଦର ଦେଖାଯାଏ ତା ହେଲେ ତାହା ମୋ ମା ପାଇଁ । ମୋ ମା ବହୁତ ସୁନ୍ଦର ମୋ ଠାରୁ ଆଉ ମୋ ଫେସ ତାଙ୍କ ଭଳି । ଆଗରୁ ମୋ ନାମ ଥିଲା ଅଶୋକ ପଣ୍ଡା ।

ଅଶୋକରୁ ଆଇଶା ହେବା ଭିତରେ ମୁଁ ବହୁତ ସଂଘର୍ଷ କରିଛି । ମୋତେ ମୋ ଜୀବନରେ ଅପମାନ।, ଗାଳି, ନିନ୍ଦା ଓ ମାଡ ସବୁ ସହିବାକୁ ପଡିଛି । ଅଶୋକ ପଣ୍ଡା ହୋଇ ମୁଁ କେବେ ବଞ୍ଚି ପାରି ନଥାନ୍ତି । ମୁଁ ଯେତେବେଳେ ଫିଲ କରିଲି କି ମୁଁ ଅଶୋକ ପଣ୍ଡା ନୁହେଁ ବୋଲି ମୁଁ ଚାହିଁଲି ମୋ ନିଜକୁ ବଦଳାଇବା ପାଇଁ । ମୁଁ ଯେତେବେଳେ ଜାଣିଲି ମୁଁ କିନ୍ନର ବୋଲି ସେତେବେଳେ ମୁଁ ମୋ ଘର କଥା ଭାବିଲି ଆଉ ତା ପରେ ମୁଁ ଏ ସମାଜ କଥା ଭାବିଲି ।

ଏହିସବୁ କଥା ଭାବି ମୋ ମୁଣ୍ଡରେ ସବୁବେଳେ ଗୋଟେ ଷ୍ଟେସ ରହିଲା ଯେ, ମୁଁ କଣ କରିବି । ସେଥିପାଇଁ ମୁଁ ବହୁତ ସାରା ଗାଳି ଶୁଣିଛି ମୋ ପିଲା ଦିନେ ମୋ ସାଙ୍ଗ ମାନେ ମୋତେ ମାଇଚିଆ ଛକା କହି ଚିଡାନ୍ତି । ଏହିସବୁ ଷ୍ଟ୍ରେସରେ ମୁଁ ବହୁତ କଷ୍ଟରେ ମୋ ପାଠ ପଢା ଶେଷ କରିଥିଲି ।

ମୋ ଉପରେ ଆଉ ତିନି ଭାଇ ଅଛନ୍ତି ଆମେ ଯେତିକି ବି କରି ଆଜି ସମାଜରେ ମୁଣ୍ଡ ଟେକି ବାଟ ଚାଳୁଛୁ ତାହା କେବଳ ଆମ ମାଙ୍କ ପାଇଁ । ମା ଆମକୁ ବହୁତ ଦୁଃଖ କଷ୍ଟରେ ପାଠ ପଢେଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଆଇଶା ନିଜ ଜୀବନୀ ବିଷୟରେ କହିଛନ୍ତି । ତେବେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *