‘ମୋତେ ଏମିତି କହିଲେ ବର୍ଷା ! ତା ଖୁସି ପାଇଁ ଏମିତି କଲି…’ ଦେଖନ୍ତୁ Video

ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ ।

ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ । ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଟୁଙ୍ଗୁରୁ ଭୋଳ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ବିଷୟରେ କହିଛନ୍ତି ।

ଟୁଙ୍ଗୁରୁଙ୍କ କହିବା ମୁତାବକ-‘ସେ ଯାହା କହୁଛି ମୋର କଣ ଆଜ୍ଞା ଅଧିକ ପଇସା ହେଇଛି ମୁଁ ତାକୁ ସବୁଦିନ ଗୋଲାପ ଫୁଲ ଦେବି । ସେ ସବୁ ମିଛ କଥା କହୁଛି । ସେ କହୁଛି ମୁଁ ତାକୁ ପଇସା ମାଗିଛି ହେଲେ ପଇସା କଥା କିଛି ଉଠିନି କୋର୍ଟ ମ୍ୟାରେଜ କଥା କହିବା ପରେ ମୁଁ ମନା କରିଦେଲି । ସେ ବାହା ହେଇଛି ବୋଲି ମୁଁ ଜାଣିଥିଲି ତାର ପୁଅ ଅଛି ବୋଲି ଜାଣି ନଥିଲି ।

ମଝିରେ ମୁଁ ଜାଣିଲି ତାର ବଡ ପୁଅ ଗାଁରେ ଅଛି ଆଉ ସାନ ପୁଅ ତା ପାଖରେ ଅଛି । ମୁଁ ତାର ସ୍ଵାମୀକୁ ବି ଦେଖିନି । ସେ ମୋତେ ତାର ଘରକୁ ଖାଇବା ପାଇଁ ଡ଼ାକିଥିଲା ଗୋଟେ କଷ୍ଟମର ଯଦି ଘରକୁ ଖାଇବା ପାଇଁ ଡାକିଛି ମୁଁ ଯାଇଥିଲି । ତା ପାଖରେ ଯେଉଁ ସବୁ ଫଟୋ ଅଛି ସେ ଫଟୋ ସେ ଜବରଦସ୍ତି ଉଠେଇଛି । ସେଲଫି ଉଠେଇବା କଥା କହି ସେ ମୋତେ ବ୍ଲାକମେଲ କରିଲା ।

କିସ କରିବା ପାଇଁ ସେ ଜବରଦସ୍ତି କହିଲା । ହେଲେ ମୁଁ ମନା କରିଥିଲି ତା ଖୁସି ପାଇଁ ମୁଁ ତାକୁ କିସ କଲି । ତାର ଖୁସି ଆଜି ମୋ ପାଇଁ କାଳ ହେଲା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *