ଏହାକୁ ଘରେ ଝୁଲେଇ ଦିଅନ୍ତୁ, ମଶା ଆପଣଙ୍କ ପାଖ ମାଡିବନି, Mosquito Repellent Homemade Remedy

ବନ୍ଧୁଗଣ ଋତୁ ଯାହା ବି ହେଉ ନା କାହିଁକି ? ମଶା ମାନଙ୍କର ପାଦୁର୍ଭାବ କିନ୍ତୁ ସବୁ ଋତୁରେ ଦେଖିବାକୁ ମିଳିଥାଏ । ତେବେ ଏହି ମଶା ମାନଙ୍କୁ ଘରୁ ଘଉଡାଇବା ପାଇଁ ଆମେ ଅନେକ ପ୍ରକାର ଉପାୟର ଅବଲମ୍ବନ କରିଥାଉ । ପ୍ରାୟତଃ ମଶା ମାନଙ୍କୁ ମାରିବା ପାଇଁ ଆମେ ମାନେ ମଶାବତୀ, ଧୂପୋ କଏଲ୍ ଆଦିର ବ୍ୟବହାର କରିଥାଉ । ଯାହାର ଧୂଆଁ ଆମ ସ୍ଵାସ୍ଥ ପାଇଁ ଭଲ ହୋଇନଥାଏ । ତେଣୁ ଆପଣ ମାନଙ୍କୁ ଆମେ ଏକ ହୋମ ରେମିଡି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଘରୁ ସବୁ ମଶା ପଳେଇବେ ।

ତେବେ ଏହି ମଶା ଘଉଡାଇବା ପାଇଁ ଯେଉଁ ହୋମ ରେମିଡି କରିବେ । ସେଥିପାଇଁ ପ୍ରଥମେ ଝୁଣାର ଆବଶ୍ୟକତା ପଡିବ । ତେବେ ସେହି ଝୁଣାରୁ ଆପଣ ମାନେ ଝୁଣା ତେଲ ପ୍ରସ୍ତୁତ କରିବେ । ଝୁଣା ତେଲ କରିବା ପାଇଁ ପ୍ରଥମେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ଅଧା କପ ସୋରିଷ ତେଲ ସେଥିରେ ଢାଳନ୍ତୁ । ତାପରେ ସୋରିଷ ତେଲକୁ ଗରମ କରି ନେଇ ତାହାକୁ ଗ୍ଯାସକୁ ନେଇ ଆସନ୍ତୁ ।

ତାପରେ ଆପଣ ତାହାକୁ ହାଲୁକା ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ତାପରେ ଛୋଟ ଛୋଟ 4 ରୁ 5 ଖଣ୍ଡ ଝୁଣା ଖଣ୍ଡ ସେହି ସାମାନ୍ୟ ଉଷୁମ ଥିବା ସୋରିଷ ତେଲରେ ପକାଇ ଦିଅନ୍ତୁ । ତାପରେ ତାହାକୁ ସେହି ତେଲ ମଧ୍ୟରେ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ତାହା ସେଥିରେ ମିକ୍ସ ହୋଇଯିବ। ତାପରେ ଏହି ରେମିଡି ପାଇଁ ଦିତୀୟ ସମାଗରୀ ଅନୁଯାଇ ଏକ ପିଆଜର ଦରକାର ପଡିବ ।

ତାପରେ ପିଆଜର ଚୋପା ଛଡାଇ ତାହାର ଆଗ ଓ ପଛ 2 ସାଇଡରୁ ଟିକେ ଟିକେ କାଟି ଦିଅନ୍ତୁ । ତାପରେ ଏକ ଛୁଞ୍ଚିରେ ସୂତା ପୁରାଇ ସେହି ସୂତାକୁ ପିଆଜ ମଧ୍ୟରେ ପୁରାଇ ଦିଅନ୍ତୁ । ତାପରେ ଆପଣ ପୂର୍ବରୁ ପ୍ରସ୍ତୁତ କରିଥିବା ଝୁଣା ତେଲ ପାତ୍ରରେ ଏହି ସୂତା ଗୁନ୍ଥା ପିଆଜକୁ ସେଥିରେ ବୁଡାଇ ଦିଅନ୍ତୁ । ତାପରେ ସେହି ଝୁଣା ତେଲକୁ ପିଆଜରେ ସଂପୂର୍ଣ୍ଣ ଭାବେ ଲଗାଇ ଦିଅନ୍ତୁ ।

ତାପରେ ସେହି ଝୁଣା ତେଲ ବୋଳା ପିଆଜକୁ ଘରର ଯେଉଁ ସ୍ଥାନରେ ମଶା ହେଉଥିବେ । ସେହି ସ୍ଥାନରେ ନେଇ ଟଙ୍ଗାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଘରେ ଗୋଟିଏ ବି ମଶା କିଛି ସମୟ ପରେ ଦେଖିବାକୁ ମିଳିବେ ନାହିଁ । ଝୁଣା ଓ ପିଆଜର ମିଶ୍ରୀତ ଗନ୍ଧରେ ଘର ମଧ୍ୟରୁ ସବୁ ମଶା ଗୋଟି ଗୋଟି କରି ବାହାରକୁ ପଳାଇବେ।

ଯେତେବେଳେ ପିଆଜରୁ ଝୁଣା ସ୍ମେଲ ପଳାଇବ ପୁଣି ଥରେ ପିଆଜରେ ଝୁଣା ତେଲ ଲଗାଇ ଦିଅନ୍ତୁ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *