ଅସହ୍ୟ ଦାନ୍ତ ବିନ୍ଧା ପାଇଁ ଚିନ୍ତିତ ହୋଇପଡିଛନ୍ତି କି ! କେବଳ 2 ମିନିଟରେ ଦାନ୍ତବିନ୍ଧାରୁ ପାଆନ୍ତୁ ଆରାମ ! Home remedy

ବନ୍ଧୁଗଣ ଦାନ୍ତ ବିନ୍ଧା ସମସ୍ଯା ମଧ୍ୟ ଏକ ଗମ୍ଭୀର ସମସ୍ଯା ଅଟେ । ଅନେକ ଲୋକଙ୍କର ବହୁ ସମୟରେ ଅସହ୍ୟ ଦାନ୍ତ ବିନ୍ଧା, ଦାନ୍ତ ପୋକ କାଟିବା, ଦାନ୍ତରେ ପାଇରିଆ ଆଦି ଅନେକ ପ୍ରକାର ସମସ୍ଯା ଦାନ୍ତରେ ହୋଇଥାଏ । ତେବେ ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ବହୁତ ଭଲ ଏକ ଘରୋଇ ଉପଚାର ସମ୍ବଦ୍ଧରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ଦାନ୍ତ ଜନିତ ଅନେକ ପ୍ରକାର ପ୍ରୋବ୍ଲେମକୁ ଗାୟବ କରିଥାଏ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରିକି ସେହି ଉପାୟ ବିଷୟରେ ଚାଲନ୍ତୁ ଜାଣିବା ।

ତେବେ ଏହି ହୋମ ରେମିଡିକୁ ପ୍ରସ୍ତୁତ କରିବା ପାଇଁ ପିଜୁଳୀ ପତ୍ର ଦରକାର ପଡିବ । ପିଜୁଳୀ ପତ୍ରକୁ ବ୍ୟବହାର କରି ଦାନ୍ତରେ ହେଉଥିବା ଯନ୍ତ୍ରଣାକୁ ଦୂର କରିପାରିବେ । ସେଥିପାଇଁ ଆପଣ 5 ରୁ 6 ଟି ପିଜୁଳୀ ପତ୍ର ଆଣି ତାହାକୁ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ । ତାପରେ ସେହି ପିଜୁଳୀ ପତ୍ରକୁ ବାଟିକି ବା ଗ୍ରାଇଣ୍ଡିଙ୍ଗ କରି ତାହାର ରସ ବାହାର କରିଦିଅନ୍ତୁ ।

ତାପରେ ଏକ ଚାମଚରେ ଚିମୁଟାଏ ହଳଦୀ ନିଅନ୍ତୁ । ତାପରେ ପିଜୁଳୀ ରସରେ ଏକ ତୁଳା ବୁଡାଇ ତାପରେ ସେହି ତୁଳାରେ ହଳଦୀ ଲଗାଇ ଦିଅନ୍ତୁ । ତାପରେ ଯେଉଁ ଦାନ୍ତ ବିନ୍ଧା ହେଉଥିବ । ସେହି ଦାନ୍ତର ଓ ତା’ ର ଏପଟ ଦାନ୍ତରେ ସେହି ତୁଳାକୁ 30 ମିନିଟ ପାଖାପାଖି ଚାପି ରଖନ୍ତୁ । ତାପରେ ଆପଣଙ୍କ ଦାନ୍ତରେ ହେଉଥିବା ବିନ୍ଧା ଧୀରେ ଧୀରେ କମିବାକୁ ଲାଗିବ । କିଛି ସମୟ ଭିତରେ ଆପଣ ଅସହ୍ୟ ଦାନ୍ତ ଯନ୍ତ୍ରଣାରୁ ଆରାମ ପାଇପାରିବେ ।

ଯେଉଁ ଲୋକ ମାନଙ୍କର ଦାନ୍ତ ବିନ୍ଧୁନଥିଲେ ମଧ୍ୟ ପାଇରିଆ ଭଳି ସମସ୍ଯା ରହୁଥାଏ । ତେବେ ପିଜୁଳୀ ରସରେ 2 ଠୋପା ସୋରିଷ ତେଲ ଓ ଚିମୁଟାଏ ଲୁଣ ମିଶାଇ ତାହାକୁ ନିଜ ଆଙ୍ଗୁଳି ସାହାଜ୍ଯରେ ଦାନ୍ତରେ ମସାଜ କରନ୍ତୁ । ଯଦି କିଛି ଦିନ ପର୍ଯ୍ୟନ୍ତ ଏହି ଉପାୟଟି କରି ନିଜ ଦାନ୍ତରେ ତାହାକୁ ଘଷିବେ । ତେବେ ଦାନ୍ତରେ ପାଇରିଆ ଭଳି ପ୍ରୋବ୍ଲେମ ଦୂର ହେବାକୁ ଲାଗିବ ।

ତେବେ ପିଜୁଳୀ ଖାଇବା ଦ୍ଵାରା ଆମ ଶରୀରକୁ ଅନେକ ପୋଷକ ତତ୍ଵ ମିଳିଥାଏ । ତେବେ ସେହିପରି ପିଜୁଳୀ ପତ୍ର ମଧ୍ୟ ଆମ ପାଇଁ ବହୁତ ଉପକାରୀ ହୋଇଥାଏ । ଯେମିତି ଦାନ୍ତର ଅନେକ ପ୍ରକାର ସମସ୍ଯାର ସମାଧାନ ପାଇଁ ପିଜୁଳୀ ପତ୍ର ରାମବାଣ ଭଳି କାର୍ଯ୍ୟ କରିଥାଏ ।

ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ଦ୍ଵାରା ନିହାତି ଜଣାନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *