ଏ ଚୋର ପାଦଧୁଳି ନେବେ ସାନ ଚୋର ! ଚୋରୀ ବିଦ୍ୟା ଏମିତି ଶୁଣି ମୁଣ୍ଡରେ ହାତ ଦେବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଟୋରେ ଆସି ଚୋରୀ କରିନେଉଥିଲା ବାଇକ !ଦେଖୁ ଦେଖୁ ଆଖି ପିଛୁଳାକେ ବାଇକ ହେଇଯାଉଥିଲା ଛୁ ମନ୍ତର ! ତେବେ ଏପରି କିଛି ଖବର ସାମ୍ନାକୁ ଆସିଛି । ଯେଉଁଠାରେ କି ଜଣେ ପୁରୀର ପିପିଳୀ ବାସିନ୍ଦା ବ୍ୟକ୍ତି ଜଣଙ୍କ ଚୋରୀ ବୃତ୍ତି କରୁଥିଲେ । ଚୋରୀ ବୃତ୍ତି କରୁଥିବା ଚୋରଙ୍କର ନାମ ହେଉଛି ଦିଗବିଜୟ ପଟ୍ଟନାୟକ । ଘର ସିନା ପୁରୀ ହେଲେ କଟକ ଭୁବନେଶ୍ବର ଭଳି ଭଳି ବଡ ବଡ ସହରର ବାଇକ ଉପରେ ରହିଥିଲା ନଜର ।

ତେବେ ଘରୁ ଅଟୋ କିମ୍ବା ବସ ସାହାଜ୍ଯରେ ଯୋଜନା କରି ଚୋର ଆସୁଥିଲା । ତାପରେ କଟକ ଓ ଭୁବନେଶ୍ବର ସହରର ସାଧାରଣ ରାସ୍ତାରେ ଜନଗହଳୀପୂର୍ଣ୍ଣ ସ୍ଥାନରେ ରହୁଥିବା ଗାଡି ମାନଙ୍କ ଉପରେ ଚୋର କଡା ନଜର ରଖୁଥିଲା । ଯେତେବେଳେ ବାଇକ ମାଲିକ ଗାଡି ପାଖରୁ ଟିକେ କୁଆଡେ ଚାଲିଯାଉଥିଲା । ସେତେବେଳେ ସେହି ସୁବର୍ଣ୍ଣ ସୁଯୋଗର ଅପେକ୍ଷାରେ ରହିଥିବା ଚୋରଟି ସେହି ସୁଯୋଗର ଜମାରୁ ମଧ୍ୟ ହାତ ଛଡା କରୁନଥିଲା ।

ନକଲୀ ଚାବି ଲଗାଇ ଗାଡି ଚୋରୀ କରିବା ଚେଷ୍ଟା କରୁଥିଲା । ସେହି ସମୟରେ ପୁରା ସତର୍କତାର ସହ ଯାଇ ବାୟକ ଚୋରୀ କରି ସେହି ବାଇକ ଚଳାଇ ନିଜ ଗନ୍ତବ୍ୟସ୍ତଳକୁ ପଳାଇଯାଉଥିଲା ।  ତେବେ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ରହେ ନାହିଁ । ଦିନେ ନ ଦିନେ ଚୋର ଘର ଗୁମର ଦୁନିଆ ସାମ୍ନାରେ ଧରା ପଡିଯାଇଥାଏ । ତେବେ ସେହିଭଳି ଚୋରୀ କରୁ କରୁ ଭଦ୍ର ମୁଖା ପିନ୍ଧିଥିବା ଚୋରର ଅସଲୀ ମୁହଁ ସାମ୍ନାକୁ ଚାଲିଆସିଥିଲା ।

ତେବେ ସୂଚନା ମୁତାବିକ ସେହି ଦିଗବିଜୟ ପଟ୍ଟନାୟକ ନାମକ ଚୋରକୁ ସହିଦ ନଗର ଥାନା ପୁଲିସ ବାନ୍ଧିଛି ।  ତେବେ ୧ କିମ୍ବା ୨ ନୁହେଁ । ବଂର ୯ ଟି ବାଇକ ନେଇ ଛୁ ମନ୍ତର କରିଥିବା ଚୋର ସହିଦ ନଗର ଥାନା ପୋଲିସ ନିକଟରେ ପଡିଯାଇଛି । ଚୋରୀ ବାୟକକୁ ନେଇ ନିଜ ଗାଁ ଲୋକ ମାନଙ୍କ ପାଖରେ ବନ୍ଧା ଥୋଇ ସେମାନଙ୍କ ଠାରୁ ଟଙ୍କା ନେଇ ଆସୁଥିଲା । ହେଲେ ଟଙ୍କା ଆଉ ସେମାନଙ୍କୁ ଫେରାଉ ନଥିଲା ।

ପଚାରିଲେ କହୁଥିଲା ମୋ ବାଇକ ପରା ତୁମ ପାଖରେ ରହିଛି । ତେବେ ଏଭଳି ଷାତିର ଚୋରକୁ ଅଟକ ରଖି ପୋଲିସ ପଚରା ଉଚରା କାର୍ଯ୍ୟ ଜାରୀ ରଖିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *