ଏବେ-ଏବେ ଡାକ୍ତରଙ୍କର ଆସିଲା ବଡ ବୟାନ, ଜାଣନ୍ତୁ ଏବେ କିପରି ଅଛନ୍ତି ଅମିତାଭ ବଚ୍ଚନ

ବିଶ୍ଵ ମହାମାରୀ କରୋନା ଭାଇରସ ବର୍ତ୍ତମାନ ସମଗ୍ର ବିଶ୍ଵକୁ ଭୟଭୀତ କରି ରଖିଛି । ସମସ୍ତ ଦେଶ ପରି ଭାରତରେ ମଧ୍ୟ ଏହାର ଅଧିକ ପ୍ରଭାବ ଦେଖା ଦେଇଛି । ଏହି ରୋଗ କେତେକ ସାଧାରଣ ଲୋକଙ୍କୁ ହେବା ସହିତ ବଲିଉଡର ଦିଗଜ ଅଭିନେତା ଅମିତାଭ ବଚନଙ୍କୁ ମଧ୍ୟ ହୋଇସାରିଛି । ଆଜି ଆମେ ଆପଣଙ୍କୁ ଅମିତାଭ ବଚନଙ୍କ ବର୍ତ୍ତମାନ ଅବସ୍ଥା ବିଷୟରେ ଜଣେଇବୁ । ଡାକ୍ତରଙ୍କ ବୟାନ ଅନୁଯାୟୀ ଅମିତାଭ ବଚନଙ୍କ ବର୍ତ୍ତମାନ ସ୍ଥିତି ବିଷୟରେ ଆମେ ଆପଣ ମାନଙ୍କୁ ଜଣେଇବୁ । ତେବେ ଆସନ୍ତୁ ଜାଣିବା ଅମିତାଭ ବଚନଙ୍କ ଅବସ୍ଥା ବିଷୟରେ ।

ବିଶ୍ଵ ମହାମାରୀ କରୋନା ଭାଇରସର ମାରାତ୍ମକ ପ୍ରଭାବକୁ ଦେଖି ଭାରତ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ସମଗ୍ର ଭାରତ ବର୍ଷକୁ ଲକ ଡାଉନ କରିଛନ୍ତି । ଏହି ଲକ ଡାଉନ ସମୟରେ ବଲିଉଡର ଲୋକପ୍ରିୟ ଅଭିନତା ଅମିତାଭ ବଚନ ଓ ତାଙ୍କ ପରିବାର ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।

ଏହି କିଛି ଦିନ ତଳେ ଅମିତାବ ବଚନଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେଉଥିଲା, ଯାହାଫଳରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । ଦୁର୍ଭାଗ୍ୟ ବଶତଃ ଅମିତାବ ବଚନ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ ଏହା ବିଷୟରେ ସେ ନିଜ ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ଟ୍ବିଟ ମଧ୍ୟ କରିଥିଲେ ।

ଅମିତାବଙ୍କ ପରେ ତାଙ୍କ ପରିବାର ଲୋକଙ୍କର ମଧ୍ୟ କରୋନା ଟେଷ୍ଟ ହୋଇଥିଲା, ଯାହାଫଳରେ ଅଭିଷେକ ବଚନ, ଐଶ୍ଵର୍ୟ୍ୟା ଓ ଝିଅକୁ ମଧ୍ୟ କରୋନା ଭାଇରସ ହେବାର ଜଣା ପଡିଲା । ବଚନ ପରିବାର ପାଇଁ ସମଗ୍ର ଭାରତ ବର୍ଷ ପ୍ରାର୍ଥନା କରୁଛି । ଏହା ସହିତ ବଚନ ପରିବାରରେ କାମ କରୁଥିବା ଷ୍ଟାଫ ମାନଙ୍କ ରିପୋର୍ଟ ମଧ୍ୟ ବହୁତ ଶୀଘ୍ର ଆସିଯିବ ।

ଡାକ୍ତରଙ୍କ ମତରେ ଆଜି ଦିନ ୨ ଟା ମଧ୍ୟରେ ବଚନ ପରିବାରର ୨୬ ଜଣ ଷ୍ଟାଫଙ୍କ କରୋନା ରିପୋର୍ଟ ଆସିଯିବ । ଅମିତାବ ବଚନ ନାନାବତୀ ହସ୍ପିଟାଲରେ ଆଡମିଟ ଅଛନ୍ତି । ଏହି କିଛି ସମୟ ହେବ ଅମିତାବ ବଚନ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ଟ୍ବିଟ କରିଥିଲେ ଯେ, ନାନାବତୀ ହସ୍ପିଟାଲ ତାଙ୍କର ବହୁତ ଭଲ ଚିକିତ୍ସା କରିଛି । ଡାକ୍ତର ଅମିତାଭ ବଚନଙ୍କ ଉପଚାର କରୁଛନ୍ତି । ଆଶା କରାଯାଉଛି ଅମିତାବ ବଚନ ବହୁତ ଶୀଘ୍ର ଏହି ମହାମାରୀରୁ ମୁକ୍ତ ହୋଇ ନିଜ ଘରକୁ ଫେରି ଆସିବେ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *