ଲକଡାଉନ ରେ ଡିୟୁଟି କରୁନଥିବା ସମସ୍ତ କର୍ମଚାରୀଙ୍କୁ ମିଳିବ ପୁରା ଦରମା, ସରକାର ଦେଲେ ଏମିତି ଆଦେଶ

କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସମଗ୍ର ବିଶ୍ଵ ଲକଡାଉନ ଭଳି ପଦକ୍ଷେପ ନେଇଛି । କାରଣ ସଂକ୍ରମଣ ରୁ ବଞ୍ଚିବା ପାଇଁ ସାମିଜକ ଦୂରତା ହିଁ ଏକମାତ୍ର ଉପାୟ ଅଟେ । ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ଠିକ ଏହି ପଦ୍ଧତି ଦ୍ଵାରା ମେ ୩ ପର୍ଯ୍ୟନ୍ତ ଲକଡାଉନ କୁ ଜାରି ରଖିବା ପାଇଁ ଆଦେଶ ଦେଇଛନ୍ତି । କିନ୍ତୁ ଏହି ଲକଡାଉନ ଗତ ଏକ ମାସ ଧରି ଚାଲି ଆସୁଥିବାରୁ ସମସ୍ତ କର୍ମଚାରୀ ମାନଙ୍କର ଭରଣ ପୋଷଣ ଇତ୍ୟାଦିକୁ ଧ୍ୟାନରେ ରଖି ସେମାନଙ୍କର ଦରମା ନକାଟି ସମ୍ପୂର୍ଣ୍ଣ ଦରମା ଦେବା ପାଇଁ ଆଦେଶ ଦେଇଛନ୍ତି ।

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟୁଇଟ ରେ କହିଛନ୍ତି କି କୋଭିଡ-୧୯ ର ସଂକ୍ରମଣ କୁ ରୋକିବା ପାଇଁ ସାମାଜିକ ଦୂରତା ଏବଂ ଆଇଶୋଲେସନ ର ନିୟମ ପାଇଁ ଭାରତ ସରକାରଙ୍କ ପାଇଁ କାମ କରୁଥିବା ଅନୁବନ୍ଧିତ ଶ୍ରମିକ ଓ ଆଉଟସୋର୍ସ କର୍ମଚାରୀମାନଙ୍କର ସଂଖ୍ୟା କମ ହେବାର ସମ୍ଭାବନା ଅଛି ।  ଏମିତିରେ ବହୁତ କର୍ମଚାରୀ କାମକୁ ଆସି ପାରିବେ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ସେମାନେ ସଂପୂର୍ଣ୍ଣ ରୂପେ କାର୍ଯ୍ୟ କରୁଛନ୍ତି ଭାବି ସେମାନଙ୍କର ପୁରା ଦରମା ଦେବା ଆବଶ୍ୟକ ।

ଏହି ଲକଡାଉନ ସମୟରେ ବହୁତ କିଛି ଜାଗାରେ ସର୍ଟଡାଉନ ମଧ୍ୟ ଚାଲିଛି । ଆଜିକୁ ଏକ ମାସ ଧରି ଟ୍ରାନ୍ସପୋର୍ଟିଂ, ଯାତାୟତ, ସ୍କୁଲ କଲେଜ, ବିଭିନ୍ନ ଅଫିସ, ଘରୋଇ କାର୍ଯ୍ୟଳୟ ଏବଂ ଛୋଟ ବଡ ବ୍ୟବସାୟ ଆଦି ବନ୍ଦ ହୋଇ ରହିଛି । ଏହି ସମୟରେ ସମସ୍ତ କର୍ମଚାରୀ ମାନଙ୍କୁ ନିଜ ନିଜର ଅତି ଆବଶ୍ୟକୀୟ ସାମଗ୍ରୀ ଯେପରି କି ଖାଦ୍ୟ ପେୟ, ଇନ୍ଧନ, ଔଷଧ ଆଦି କିଣିବା ପାଇଁ ସେମାନଙ୍କ ପାଖରେ ଉପଯୁକ୍ତ ପରିମାଣ ର ଅର୍ଥ ନାହିଁ ।

ସେଥିପାଇଁ ସେମାନଙ୍କର ସଂପୂର୍ଣ୍ଣ ପ୍ରତି ପୋଷଣ ଏବଂ ଆବଶ୍ୟକତା କୁ ଧ୍ୟାନ ରେ ରଖି କେନ୍ଦ୍ର ସରକାର ଙ୍କ ଦ୍ଵାରା କେତେ ଗୁଡିଏ ଜନ ହିତକାରୀ ଆଦେଶ ଦିଆଯାଇଛି । ସେହି ପରି ଡିୟୁଟି କୁ ନଯାଇ ଘରେ ରହି ଥିବା କାମଚାରୀ ମାନଙ୍କର ଦରମା ନକାଟି ସେମାନଙ୍କୁ ତାଙ୍କର ପୁରା ଦରମା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ସମସ୍ତ ଖବର ର ଅପଡେଟ ପାଇବା ପାଇନ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *