ଭଲ ଖବର- ଲକଡାଉନ ପାଇଁ ଫ୍ରୀ ଗ୍ୟାସ ସିଲିଣ୍ଡର ମିଳିବା ହେଲା ଆରମ୍ଭ, ଆପଣ ବି ଏମିତି ଉଠାନ୍ତୁ ଲାଭ

ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସ ପାଇଁ ଲକଡାଉନ ଚାଲିଛି । ଏଥିପାଇଁ ସାରା ଦେଶ ସଂପୂର୍ଣ୍ଣ ଭାବେ ସୁନସାନ ହୋଇ ଯାଇଛି । କରୋନା ଭାଇରସ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ଲକଡାଉନ ଘୋଷଣା କରିବାର କିଛି ଦିନ ପରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କିଛି ଘୋଷଣା କରିଛନ୍ତି । ଏହି ଯୋଜନା ରେ ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନା ଥିବା ଲୋକଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଦେବା ପାଇଁ ସ୍ଥିର କରିଛନ୍ତି । ଯଦି ଆପଣଙ୍କର ବି ଉଜ୍ଵଳା ଯୋଜନା ଥିବ ତାହେଲେ ଆପଣ ମାନଙ୍କୁ ବି ଫ୍ରୀ ରେ ଗ୍ୟାସ ସିଲିଣ୍ଡର ମିଳିବ ।

ଏହି ଲକଡାଉନ ଅବଧିରେ ପ୍ରଧାନମନ୍ତ୍ରୀ ଗରିବ ଏବଂ ଦିନ ମଜୁରିଆମାନଙ୍କ ପାଇଁ ବିଭିନ୍ନ ସ୍କିମ ଦ୍ଵାରା ସାହାଯ୍ୟ ଯୋଗାଇ ଦେଉଛନ୍ତି । ଏକ ମାସ ଧରି ଚାଲିଥିବା ଏହି ଲକଡାଉନ ଦ୍ଵାରା ଛୋଟ କିସମର ଚାଷି, ଦିନ ମଜୁରିଆ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନେ ଲକଡାଉନର ନିୟମକୁ ମାନି ଘରେ ବସିଛନ୍ତି । ଏହା ଦ୍ଵାରା ପରିବାରର ଭରଣ ପୋଷଣ ଦିନକୁ ଦିନ କଷ୍ଟ ହେବାରେ ଲାଗିଛି । ଏହି ସବୁ ଘଟଣା କୁ ଆଖି ଆଗରେ ରଖି ମାନ୍ୟବର ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନା ମାଧ୍ୟମରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାର ସ୍କିମ କରିଛନ୍ତି ।

ଏହି ସ୍କିମରେ ତୁରନ୍ତ ଲାଭ ଦେବା ପାଇଁ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବା ପରେ ସିଲିଣ୍ଡର ସପ୍ଲାଏ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଉପଭୋକ୍ତାଙ୍କ ଖାତାରେ ପଇସା ଆସିବା ଆରମ୍ଭ ହୋଇ ଯାଇଛି । ଏହି ପଇସା ଦ୍ଵାରା ସେମାନେ ନଗଦ ପଇଠ କରି ଗ୍ୟାସ ସିଲିଣ୍ଡର ନେଇ ପାରିବେ । ଏହି ସିଲିଣ୍ଡର ପାଇବା ପାଇଁ ଗ୍ରାହକଙ୍କ ମୋବାଇଲ ନମ୍ବର ରେଜିଷ୍ଟର ହେବା ନିହାତି ଆବଶ୍ୟକ ଅଟେ ।

ନୂଆ ସିଲିଣ୍ଡର ବୁକ କରିବା ପାଇଁ ଅତି କମରେ ୧୫ ଦିନର ବ୍ୟବଧାନ ରଖିବା ଆବଶ୍ୟକ ଅଟେ । ଉଜ୍ଵଳା ଯୋଜନା ଅନର୍ଭୂତ ଗ୍ରାହକମାନଙ୍କୁ ୧୪.୨ କିଲୋଗ୍ରାମର ୩ଟି ସିଲିଣ୍ଡର ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ଦିଆଯିବ । ଗୋଟିଏ ମାସରେ ଗୋଟିଏ ହିଁ ସିଲିଣ୍ଡର ଯୋଗାଇ ଦିଆଯିବ । ଆପଣ ଏହାର ସଂପୂର୍ଣ୍ଣ ଲାଭ ଉଠାଇ ପାରିବେ । ଦେଶର ସମସ୍ତ ଖବରର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *