ସାମ୍ପୋରେ କେବଳ ଏହି ୨ଟି ଜିନିଷ ମିଶାଇ ଦିଅନ୍ତୁ, କେଶ ଏତେ ଶୀଘ୍ର ଲମ୍ବା ଏବଂ ଘନ ହୋଇଯିବ ଯେ ଆପଣ ସମ୍ଭାଳି ପାରିବେନି – Baba Ramdev Tips

ବନ୍ଧୁଗଣ ଆଜିକାଲିର ଦୁନିଆରେ ପ୍ରାୟ ଅଧିକାଂଶ ମହିଳା ଓ ପୁରୁଷ ମାନଙ୍କର କେଶ ସହ ଜଡିତ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ବହୁତ କମ ବୟସରେ ଉଭୟ ପୁରୁଷ ଓ ମହିଳା ମାନଙ୍କର କେଶ ଝଡିବା, କେଶ ପତଳା ହୋଇଯିବା, କେଶରେ ରୁପି ହୋଇଯିବା ଓ କେଶ ଧଳା ହେବା ଆଦି ସମସ୍ୟା ଦେଖିବାକୁ ମିଳୁଛି । ଏହା ଦ୍ଵାରା ଆପଣ ମାନେ ମାର୍କେଟରୁ ମିଳୁଥିବା ବିଭିନ୍ନ କସମେଟିକ୍ସ ଓ ହେୟାର ଅଏଲର ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସବୁ ମାର୍କେଟ ପ୍ରଡ଼କ୍ଟରେ ବହୁତ କେମିକାଲ ରହିଥାଏ ଯାହାର ସାଇଡ ଇଫେକ୍ଟ ଆପଣଙ୍କ କେଶକୁ ଡ୍ୟାମେଜ୍ କରିଥାଏ ।

ହେଲେ ବନ୍ଧୁଗଣ ଆପଣଙ୍କର ଏହି ସମସ୍ତ କେଶ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ । ଯାହାକୁ ବ୍ୟବହାର କରି ଆପଣ ମାନେ ନିଜ କେଶକୁ ଘନ, କଳା ଓ ଲମ୍ବା କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।

ଆମର ଏହି ଉପଚାର ପାଇଁ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଅଳ୍ପ ଚାଉଳ ରଖନ୍ତୁ । ଆପଣ ନିଜ ରୋଷେଇରେ ବ୍ୟବହାର କରୁଥିବା ଯେକୌଣସି ଚାଉଳକୁ ଏହି ଉପାୟ ପାଇଁ ବ୍ୟବହାର କରିପାରିବେ । କମ ସେ କମ ଆପଣ ୩ ଚାମଚ ଚାଉଳ ପାତ୍ରରେ ରଖନ୍ତୁ । ଏହା ପରେ ଆପଣ ଅଳ୍ପ ପାଣିର ସହାୟତାରେ ଚାଉଳକୁ ଧୋଇ ଦିଅନ୍ତୁ ।

ଧୋଇ ସାରିବା ପରେ ଆପଣ ଏହି ପାତ୍ରରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ ଓ ଏହାକୁ ୨ ଘଣ୍ଟା ପାଇଁ ଭିଜାଇ ଛାଡି ଦିଅନ୍ତୁ । ଯଦି ଆପଣ ରାତିସାରା ଏହାକୁ ଭିଜାଇ ରଖିପାରିବେ ତା ହେଲେ ମଧ୍ୟ ବହୁତ ଭଲ ହେବ । ଭିଜାଇବା ପରେ ଆପଣ ଚାଉଳକୁ ପାଣି ମଧ୍ୟରୁ ଛାଣି ଦିଅନ୍ତୁ ଓ ସେହି ଚାଉଳକୁ ଅଲଗା କରିଦିଅନ୍ତୁ ।


ବନ୍ଧୁଗଣ ଏହି ଚାଉଳ ପାଣି ଆପଣଙ୍କ କେଶ ଓ ସ୍କିନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଥିବା କାର୍ବୋହାଇଡ୍ରେଟ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟାକୁ ଦୂର କରିପାରେ । ଏହା ଛଡା ଚାଉଳ ପାଣିରେ ଏମିନୋ ଏସିଡ ମଧ୍ୟ ରହିଥାଏ ଯାହା କେଶକୁ ଘନ, କଳା ଓ ଲମ୍ବା କରାଇଥାଏ ।


ଆମର ଦ୍ଵିତୀୟ ଜିନିଷ ହେଉଛି ଆଲୋବେରା । ଆପଣ ଏକ ଆଲୋବେରା ନିଅନ୍ତୁ ଓ ଏହାର ଜେଲକୁ ଅଲଗା କରି ଏକ ଚାମଚ ଆଲୋବେରା ଜେଲ ସେହି ଚାଉଳ ପାଣିରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଆମର ଶେଷ ଜିନିଷ ଏକ ଚାମଚ ସାମ୍ପୁ ଏହି ମିଶ୍ରଣରେ ମିଶାଇ ଦିଅନ୍ତୁ । ଏହି ଉପାୟ ପାଇଁ ଯେକୌଣସି ସାମ୍ପୁର ପ୍ରୟୋଗ କରି ପାରିବେ । ଏହା ପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।


ମିକ୍ସ କରିବା ପରେ ଆପଣ ଏହି ମିଶ୍ରଣକୁ ଆପଣଙ୍କ କେଶରେ ଲଗାଇ ଦିଅନ୍ତୁ ଓ ଭଲ ଭାବରେ ଏହାର ମସାଜ ମଧ୍ୟ କରନ୍ତୁ । କମ ସେ କମ ୫ ମିନିଟ ପର୍ଯ୍ୟନ୍ତ ମସାଜ କରିବା ପରେ ଆପଣ ନିଜ କେଶକୁ ଧୋଇଦିଅନ୍ତୁ । ସପ୍ତାହକୁ ଦୁଇ ଥର ନିଜ କେଶ ପାଇଁ ଏହି ଉପଚାର କରନ୍ତୁ, ବନ୍ଧୁଗଣ ଆପଣଙ୍କ କେଶ ବହୁତ ଶୀଘ୍ର ଘନ, ଲମ୍ବା ଓ ମଝବୁତ ହୋଇଯିବ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *