କାହିଁକି ମା’ ଦୂର୍ଗାଙ୍କ ମୂର୍ତ୍ତି ପାଇଁ ବେଶ୍ୟା ଶାଳରୁ ଆସିଥାଏ ମାଟି ? କ’ଣ ରହିଛି ରହସ୍ୟ ? ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆରମ୍ଭ ହୋଇଯାଇଅଛି ମା’ ଦୂର୍ଗା ଙ୍କର ନବରାତ୍ର ପୂଜା । କେଉଁଠି ନା କେଉଁଠି ସମସ୍ତେ ଉତ୍ସାହର ସହିତ ମା’ ଙ୍କୁ ପୂଜା କରୁଛନ୍ତି ଏବଂ ସମସ୍ତଙ୍କ ମନରେ ସେହି ଉତ୍ସାହ ତଥା ଆଗ୍ରହ ଦେଖାଯାଉଅଛି । ଏଠାରେ ସବୁଠାରୁ ବଡପ୍ରଶ୍ନ ଆସେ ଯେ ବେଶ୍ୟାଳୟରୁ ମାଟି ଆସି ମା’ ଙ୍କର ମୂର୍ତ୍ତି ନିର୍ମାଣ ହୋଇଥାଏ । ତେବେ ପ୍ରକୃତରେ କ’ଣ ପାଇଁ ଆସେ ? ବିସ୍ତ୍ରୁତ ଭାବରେ ଆଲୋଚନା କରିବା ଆସନ୍ତୁ ।

ସମସ୍ତେ ଜାଣିଛନ୍ତି ଯେ ବେଶ୍ୟାଳୟ ଏକ ଅପବିତ୍ର ସ୍ଥାନ କିନ୍ତୁ କାହିଁକି ସେହି ଅପବିତ୍ର ସ୍ଥାନରୁ ଆସିଲେ ମା’ ପବିତ୍ର ହୁଅନ୍ତି ? ଏହି ସମ୍ବନ୍ଧରେ ଡାକ୍ତର ସୁନିତା ପଟ୍ଟନାୟକ କହିଛନ୍ତି ଯେ ଜଣେ ସ୍ତ୍ରୀ ଠାରୁ ପବିତ୍ର ସଂସାରରେ କିଛି ନାହିଁ । ତେବେ ବେଶ୍ୟାଳୟରୁ ମାଟି ଆସି ମା’ ଙ୍କର ମୂର୍ତ୍ତି ଗାଢା ହେବା ପଛରେ ଦୁଇଟି ନିଶ୍ଚିତ କାରଣ ଅଛି ।

ଗୋଟିଏ ହେଉଛି ଗୋଟିଏ ବେଶ୍ୟା କୁ ଆମ୍ଭେ ଅପବିତ୍ର କହୁଅଛୁ । ତା’ ଘର ହେଉଛି ଅପବିତ୍ର, ଯେତେବେଳେ ଜଣେ ଲୋକ ତା’ ଘର ଭିତରକୁ ଯାଏ, ସେତେବେଳେ ସେ ତା’ ମନଭାବ କୁ ବାହାରେ ରଖିଯାଏ ଯେ ସେ ଜଣେ ଅପବିତ୍ର ସ୍ତ୍ରୀ ଲୋକ ସାଙ୍ଗରେ ଜଡିତ ହେବାକୁ ଯାଉଅଛି ।

ଏଣୁ ଯେତିକି ଲୋକଙ୍କ ପୂଣ୍ୟ ବେଶ୍ୟାଳୟ ଗେଟ ପାଖରେ ଛାଡି ଯାଇଥାନ୍ତି । ଆଉ ଏକ କାରଣ ହେଉଛି ଯେ ଗୋଟିଏ ବେଶ୍ୟାକୁ ଆପଣ ଅପବିତ୍ର କିଭଳି କହିପାରିବେ ? କହିପାରିବେ ନାହିଁ, କାରଣ ସେ ସମସ୍ତଙ୍କର ଅପବିତ୍ରତା ନେଇ ନିଜର ପବିତ୍ରତା ଦଉଛି ।

ଗୋଟିଏ ସ୍ତ୍ରୀ ଯେତେବେଳେ କହିଥାଏ ଯେ ମୋ ସ୍ଵାମୀ, ମୋ ପିଲା ତଥା ମୋର ର ଅର୍ଥ ହେଉଛି ଗର୍ବ ଅହଂକାର । ତେବେ ଏହା ହେଉଛି ୪ ଟି ସ୍ତମ୍ଭ ପାପର । ଯେଉଁ ଜାଗାରେ ଆପଣ ନିଜର ଅପବିତ୍ରତାକୁ ଦେଇ ଦେଉଛନ୍ତି ସେହି ଜାଗା ହେଉଛି ସଂପୂର୍ଣ୍ଣ ଭାବରେ ପବିତ୍ର । କାରଣ ଆପଣଙ୍କର ଅପବିତ୍ରତାକୁ ନେଇ ସେ ଆପଣଙ୍କୁ ପବିତ୍ର କରି ଛାଡୁଛି ।

ତେବେ ଯେତେବେଳେ ମା’ ମହିଷାସୁର କୁ ମାରିଲେ ସେତେବେଳେ ସେ ଏହି ବାର୍ତ୍ତା ଦେଲେ ଯେ ସ୍ତ୍ରୀ ଲୋକକୁ ଯିଏ ଖରାପ ଦୃଷ୍ଟିରେ ଦେଖିବ ଆପଣଙ୍କ ଅନ୍ତ ନିଶ୍ଚିତ । ଏଣୁ ବେଶ୍ୟା କୁ ସମସ୍ତେ ଖରାପ ଦୃଷ୍ଟିରେ ଦେଖୁଛନ୍ତି ଏଣୁ ତା’ ମାଟିକୁ ଆଣିଲେ, ଲୋକ ତାଙ୍କୁ କେବେ ମଧ୍ୟ ଖରାପ ଦୃଷ୍ଟିରେ ଦେଖିବେ ନାହିଁ । ଆଉ ତାଙ୍କୁ ସନ୍ନମାନ ଦେବେ । ତେବେ ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *