ଲେଡି ଡନଙ୍କ ଗୁଣ୍ଡାଗିରି ! ପୁଲିସ କୁ ଦେଖେଇଲେ ନାଲି ଆଖି, ପନିକି ଧରି ଯାହା ସବୁ କହିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ମହିଳା ପନିକି ଧରି ପୋଲିସ କର୍ମୀ ମାନଙ୍କୁ ଧମକ ଦେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବରା ସିଂ ଗ୍ରାମରେ, ଜଣେ ମହିଳା ଯାହାଙ୍କ ନାମ ଭାନୁମତୀ ସବର, ତାଙ୍କ ଘରେ ମଦ ବ୍ୟାପାର ହେଉଥିଲା । ଏହାର ସୂଚନା ପାଇ ପୋଲିସ ଏବଂ ଅବକାରୀ ବିଭାଗ ପହଞ୍ଚିଲେ ମଦ ଚଢାଉ ରେ । ମାତ୍ର ଏଠାରେ ଯୁବତୀ ଜଣକ କବାଟ ଖୋଲିବାକୁ ସଂପୂର୍ଣ୍ଣ ଭାବରେ ନାରାଜ । ଏହା ସହିତ ପନିକି ଉଠାଇ ରୋକଠୋକ ମନା କରିଦେଲେ ।

ପୋଲିସ ଙ୍କ ସହିତ ଖୁବ ଜୋରରେ କରିଲେ ପାଟିତୁଣ୍ଡ । ଏଠାରେ ଖବର ପାଇ ଅବକାରୀ ବିଭାଗର ଇନ୍ସପେକ୍ଟର ପ୍ରକାଶ କୁମାର ସାହୁ ଙ୍କ ନେତୃତ୍ବରେ, ଅବକାରୀ ବିଭାଗ ର ଦଳ ଏବଂ ୧୩ ଜଣ ଫୋର୍ସ କୁ ନେଇ ଭାନୁମତି ସବର ଙ୍କ ଘରେ ପୋଲିସ ଚଢାଉ କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଭାନୁମତୀ ଘର ଭିତରୁ ଗ୍ରୀଲ ଗେଟ କୁ ତାଲା ପକାଇବା ସହିତ ଗୋଟିଏ ଧାରୁଆ ପନିକି ଧରି ବସି ରହିଲେ ।

ଏହା ସହିତ ପୋଲିସ କୁ ଧମକ ଚମକ ଦେବା ସହିତ ଗେଟ ପାଖରେ ଜଗି ରହିଲେ । ଅବକାରୀ ବିଭାଗ ଏବଂ ମହିଳାଙ୍କର ଏଭଳି ପାଟିତୁଣ୍ଡର ଦୃଶ୍ୟକୁ ମୋବାଇଲ ରେ କଏଦ କରି ଭା-ଇ-ରା-ଲ କରାଯାଇଥିଲା । ଏହି ଘଟଣା ପରଠାରୁ ଉକ୍ତ ସ୍ଥାନରୁ ଅବକାରୀ ବିଭାଗ ଭାନୁମତୀ ଙ୍କ ଘରେ ଚଢାଉ ନ କରି ବିଫଳ ହୋଇ ଫେରି ଆସିଛନ୍ତି ତେବେ ଏହି ଲେଡି ଡନ ମହିଳା ଙ୍କ ଉପରେ ଅବକାରୀ ବିଭାଗର ଆଗକୁ କଣ ଆଇନଗତ କାର୍ଯ୍ୟକ୍ରମ ରହିବ ?

ତାହା ଦେଖିବାକୁ ବାକି ରହିଲା । ମହିଳା ଜଣଙ୍କ କହିଥିଲେ ପନିକି ଧରି ବସିବି ଆଉ କାହାର କେତେ ସାହାସ ଅଛି ମୋ ଘର ଭିତରକୁ ପଶିକି ଦେଖାଅ । ମୁଁ ଗେଟ ଆଦୌ ଖୋଲିବି ନାହିଁ, ମୋ ଘର ଗେଟ ଭାଙ୍ଗି ଦେଖାଅ । ଯୁବତୀ ଜଣଙ୍କ ଲେଡି ଡନ ପାଲଟି ଯାଇଥିଲେ । ଏହାକୁ ଦେଖି ପୋଲିସ କର୍ମଚାରୀ ମଧ୍ୟ ଆଗକୁ ବଢିଥିଲେ କିନ୍ତୁ ଯୁବତୀ ଜଣଙ୍କ ବାରମ୍ବାର ଏହିଭଳି ଭାବରେ ଧମକ ଦେବାକୁ ଲାଗିଥିଲେ ।

ବର୍ତ୍ତମାନ ପୋଲିସ ଏହି ମହିଳା ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *