ଦୁନିଆର ସବୁଠୁ ଭୟଙ୍କର ଦ୍ଵୀପ, ଯେଉଁଠି ସାପଙ୍କର ଚାଲେ ରାଜ… କେବେ ବି ଯିବେନି…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଶ୍ଵ ରେ ଏଭଳି ଏକ ଦ୍ଵିପ ରହିଅଛି, ଯେଉଁ ସ୍ଥାନକୁ ଯିବା ନିମନ୍ତେ ସମସ୍ତଙ୍କୁ ବାରଣ କରାଯାଇଅଛି । ତେବେ ସେହି ସ୍ଥାନକୁ ଯିବା ନିମନ୍ତେ କାହିଁକି ରହିଛି ପ୍ରତିବନ୍ଧକ ତାହା ସମ୍ବନ୍ଧରେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ଏହି ଦ୍ଵିପ ସମୂହ ବିଷଧର ସାପ ଙ୍କ ଘର ବୋଲି କୁହାଯାଏ । ତେବେ ଏହି ବିରଳ ସ୍ଥାନଟି ହେଉଛି ବ୍ରାଜିଲ ଉପକୂଳଠାରୁ ପ୍ରାଏ 150 କିଲୋମିଟର ଦୂରରେ ଇଲାଡା କ୍ଵିମାଡା ଗ୍ରାଡେ ନାମକ ଏକ ଛୋଟ ଦ୍ଵିପ ।

ଏହା ସାପଙ୍କ ଦ୍ଵିପ ଭାବରେ ପରିଚିତ । କାରଣ ଏଠାରେ ବିଶ୍ଵର ସବୁଠାରୁ ଅଧିକ ବିଷଧର ସାପ ରହିଥାନ୍ତି ଏହା ୟୁକ୍ରେନର ସାପ ଦ୍ଵିପ ଠାରୁ ମଧ୍ୟ ଭିନ୍ନ ଏବଂ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥାନ । କାରଣ ଏଥିରେ ହଜାର ହଜାର ବିଷକ୍ତ ସାପ ବାସ କରନ୍ତି । ଯାହା ଏହି ସ୍ଥାନକୁ ଦୁନିଆରା ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନ ଭାବରେ ପରିଗଣିତ କରିଥାଏ । ଏହି ଦ୍ଵିପ ହଜାର ହଜାର ବର୍ଷ ପୂର୍ବରୁ ହିମସ୍ଫଳନ ଯୋଗୁଁ ସମୁଦ୍ର ପତନ ବୃଦ୍ଧି ହୋଇ ରାଜିଲରୁ ଅଲଗା ହୋଇଯାଇଥିଲା ।

ଏହି ପ୍ରାକୃତିକ ଘଟଣା ପରେ କେବଳ ସାପ ମାନେ ହିଁ ଦ୍ଵିପରେ ରହିଯାଇଥିଲେ । ଯାହାଦ୍ଵାରା ବଞ୍ଚିବାକୁ ବାଧ୍ୟ ହୋଇ ଆକ୍ରମଣାତ୍ମକ ହୋଇଗଲେ । ଏହି ଦ୍ଵିପର ଅଧିକାଂଶ ସାପ ଗୋଲ୍ଡେନ ଲାନସାନପିଡ ଭାଇଭେଟ ଜାତିର । ଯାହା ଏକ ଭୟଙ୍କର ବିଷଧର ପ୍ରଜାତି ଅଟେ । ବର୍ଷ ବର୍ଷ ଧରି ଦ୍ଵିପର ବିଛିନ୍ନତା ଏହି ସାପ ର ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟାଇଦଲା ଏବଂ ବର୍ତ୍ତମାନ ବିଶ୍ଵାସ କରାଯାଏ ଯେ ଦ୍ଵିପର ପ୍ରତ୍ୟକ ବର୍ଗ ମିଟରରେ ଗୋଟିଏରୁ ୫ ଟି ସାପ ମିଳିପାରିବେ ।

ଏଠାରେ ଥିବା ସାପ ମାନଙ୍କ ନିମନ୍ତେ ଖାଦ୍ୟର ଏକମାତ୍ର ଉତ୍ସ ହେଉଛି ସମୁଦ୍ର କୁଳ । ଯେଉଁଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଅଣ୍ଡା ଦେବା ନିମନ୍ତେ ଆସିଥାନ୍ତି । ଏଠାରେ ରହୁଥିବା ସାପ ଙ୍କ ବିସ ଦିନକୁ ଦିନ ଆହୁରି ବିଷାକ୍ତ ହେବାରେ ଲାଗିଛି । ଏହା ବ୍ରାଜିଲର ମଧ୍ୟ ଭାଗରେ ମିଳୁଥିବା ସାପ ମାନଙ୍କ ଅପେକ୍ଷା ୩ ରୁ ୫ ଗୁଣ ଅଧିକ ବିଷାକ୍ତ । ଏହାର ପ୍ରଭାବରେ ମଣିଷ ମାଂସ ମଧ୍ୟ ତରଳି ଯାଇପାରେ ବୋଲି କୁହାଯାଏ । ବିଶ୍ଵାସ କରାଯାଏ ଯେ ଯଦି ଜଣେ ବ୍ୟକ୍ତି ସେମାନଙ୍କର ବିଷର ସଂସ୍ପର୍ଶରେ ଆସେ ତେବେ ତାହାର ବରେନ ହାମରେଜ, ଇଣ୍ଟର୍ନାଲ ବ୍ଲିଡିଙ୍ଗ, କିଡ୍ନି ଫେଲୁଅର ମଧ୍ୟ ହୋଇପାରେ ।

ଦ୍ଵିପରେ ଥିବା ଏକ ମାତ୍ର କୋଠା ଅଛି ଯାହା ହେଉଛି ଏକ ସ୍ଵୟଂ ଚାଳିତ ଲାଇଟ ହାଉସ । ଯାହା ଦ୍ଵାରା ଜାହାଜ ଗୁଡିକ ଜେଭଳି ଏଠାରେ ଭୁଲରେ ନ ଟପିଜାଆନ୍ତି ସେ ନେଇ ଚେତାଇ ଦିଆଯାଇଥାଏ । ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଦ୍ଵିପ ନିକଟକୁ ଜାଆନ୍ତି ନାହିଁ । କାରଣ ଏହାକୁ ମୃ-ତ୍ୟୁ ଦ୍ଵିପ ବୋଲି କୁହାଯାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *