ମହାନଦୀ ପଠାରେ କଅଁଳ ଶିଶୁର ଏଭଳି ଅବସ୍ଥା ଦେଖି ଦେବଦୂତ ସାଜି ଆସିଲେ ପୋଲିସ, ଆଉ ତା’ପରେ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମହାନଦୀ ପଠାରେ ହଠାତ ଶୁଭିଥିଲା କୁଆଁ କୁଆଁ ରାବ । ଏବଂ ତା’ ପାଖରେ କେହି ବୋଲି ନଥିଲେ । ପାଣିର ଶୁଅ ଭିତରେ ଖୁବ ଜୋରରେ ଶୁଭିଲା ଗୋଟିଏ କଅଁଳ ଶିଶୁର ସେହି ବିକଳ ସ୍ଵର । ତେବେ କେଉଁଠୁ ଆସୁଛି ଏଭଳି ଶବ୍ଦ ଶୁଣିବାକୁ ଦଉଡି ଆସିଲେ ସବୁ ଲୋକ ଆଉ ଆଖି ସାମ୍ନାରେ ଏହିଭଳି ଦୃଶ୍ୟକୁ ଦେଖି ସହଜରେ କେହି ମଧ୍ୟ ଗ୍ରହଣ କରିପାରିନଥିଲେ ହଠାତ ।

ସେଠାକାର ଲୋକେ ପୋଲୋ ଉପରେ ଥାଇ ତଳକୁ ଦେଖିଥିଲେ ନବ ଜନ୍ମିତ କଅଁଳ ଶିଶୁଟିଏ କୁଆଁ କୁଆଁ ହୋଇ କାନ୍ଦୁଛି ଛୁଆଟି । ତେବେ ଏଠାରେ ଛୁଆଟିକୁ କିଭଳି ଉପରକୁ ଅଣାଯିବ ? ସେହି ଚିନ୍ତାରେ ସମସ୍ତେ ଲାଗି ପଡିଲେ । କିଛି ମଧ୍ୟ ହେବନାହିଁ ତ ତାହାର ? ସବୁ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଲେ । କିଏ ସେହି ଅମଣିଷ ? ଯିଏ ନିଜର କଅଁଳ ଶିଶୁ କୁ ଏଭଳି ନଦୀ ପଠାରେ ଛାଡିଦେଇ ପଳାଇଛି ।

ସମସ୍ତେ ଲାଗି ଶିଶୁଟିକୁ ଉପରକୁ ଆଣିଲେ । ଏହି ଦୃଶ୍ୟ ଦେଖିଲେ ସତରେ ଲୋମ ଟାଙ୍କୁରି ଉଠିବ ଏଭଳି କିଛି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଚଊଦୁଆର ନୂଆପାଟଣା ମଧୁସୂଦନ ସେତୁ ର ତଳ ପଠାରୁ । ନଦୀ ପଠାରେ ଏହି କଅଁଳ ଶିଶୁଟିର କ୍ରନ୍ଦନ ଶୁଣି ସ୍ଥାନୀୟ ପୋଲିସ କୁ ଜଣାଇବା ପରେ ଘଟଣା ସ୍ଥଳରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା ।

ଶିଶୁ ପୁତ୍ରଟିକୁ ଗୁରୁତ୍ଵର ଅବସ୍ଥାରେ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ନଦୀ ପଠାରେ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ସେହି କଅଁଳ ଜୀବନର କଣ ଯେ ଅବସ୍ଥା ହୋଇଥାନ୍ତା ତାହା ଚିନ୍ତା କରିଲେ ହୃଦୟ ଥଋ ଉଠୁଛି ।

ତେବେ ଏହି ନବଜାତ ଶିଶୁ ପୁତ୍ରଟି ମହାନଦୀ ପଠାକୁ କିଭଳି ଆସିଲା ତାହା ଜଣା ପଡି ନଥିବା ବେଳେ ପୋଲିସ ଏଭଳି ଏକ ସଙ୍ଘିନ ଘଟଣାର ତଦନ୍ତ ଜାରି ରଖିଛି । କିଏ କାହିଁକି ଶିଶୁପୁତ୍ରଟିକୁ ମହାନଦୀ ପଠାରେ ପକାଇ ଚାଲିଯାଇଛି ତାହା ଏବେ ସନ୍ଦେହ ଘେରରେ ।

ନଦୀ ପଠାରେ ଥିବା ଏହି କଅଁଳ ଶିଶୁପୁତ୍ରଟିକୁ ଏକ ରସି ସାହାର୍ଯ୍ୟରେ ସ୍ଥାନୀୟ ଲୋକମାନେ ଉପରକୁ ଆଣିଥିଲେ । ଶିଶୁପୁତ୍ରଟିକୁ ଗୁରୁତ୍ଵର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଅଛି । ତେବେ ଏଠାରେ କେହି ଜଣେ କୁଆଁରୀ କନ୍ୟା ଅଭେଦା ପୁତ୍ର ସନ୍ତାନ ଛାଡି ଚାଲିଯାଇଛି ବୋଲି ଆଲୋଚନା ହେଉଛି । ବନ୍ଧୁଗଣ ଏହି ହୃଦୟବିଦାରକ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *