ଦୁନିଆର 5 ଟି ସବୁଠୁ ଧନୀ ଭିକାରି, ଯାହାର ସମ୍ପତ୍ତି ଦେଖି ଆପଣଙ୍କ ହୋସ୍ ଉଡ଼ିଯିବ, ବିଶ୍ଵାସ ହେଉନଥିଲେ ଏହାକୁ ଥରେ ଦେଖି ନିଅନ୍ତୁ !

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ଭଲ ଜୀବନ ଅତିବାହିତ କରିବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ତଥାପି ସେମାନେ ସେତିକି ଟଙ୍କା ରୋଜଗାର କରିପାରନ୍ତି ନାହିଁ ଯେତିକି ଟଙ୍କା ତାଙ୍କୁ ଆବଶ୍ୟକ ଥାଏ । ହେଲେ ଏହି ଦୁନିଆରେ ଏକ ଏପରି କାମ ଅଛି ଯାହାକୁ କେବଳ କିଛି ଲୋକ ହିଁ କରନ୍ତି ଓ ସେମାନେ ଏହି କାମ କରି ଏତେ ଟଙ୍କା ରୋଜଗାର କରନ୍ତି ଯେ, ଯାହାର କଳ୍ପନା ଆପଣ ମାନେ କରିପାରିବେ ନାହିଁ । ବର୍ତ୍ତମାନର ସମୟରେ ଭିକାରିଙ୍କ ସଂଖ୍ୟା ଆଗ ଅପେକ୍ଷା ବହୁତ ଅଧିକ ବଢି ଯାଇଛି ।

କେତେଜଣ ନିଜର ଆର୍ଥିକ ସମସ୍ୟା ପାଇଁ ଭିକ ମାଗିଥାନ୍ତି ତ କେତେ ଜଣଙ୍କ ପରିସ୍ଥିତି ଖରାପ ଥାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଭିକାରିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ବ୍ୟାଙ୍କ ବାଲାନ୍ସ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିକାରି ମାନଙ୍କ ବିଷୟରେ ।

ସାଇମନ ରାଇଟ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଇମନ ରାଇଟ । ଲଣ୍ଡନରେ ରହୁଥିବା ଏହି ୩୫ ବର୍ଷୀୟ ବ୍ୟକ୍ତି ଏକ ପ୍ରଫେସନାଲ ଭିକାରି ଅଟେ । ସାଇମନ ଲଣ୍ଡନରେ ୮ ଘଣ୍ଟା ଭିକ ମାଗନ୍ତି ଓ ଛୁଟି ଦିନରେ ଅଧିକ ସମୟ ଭିକ ମାଗନ୍ତି । ସାଇମନ ଗୋଟେ ବର୍ଷରେ ପ୍ରାୟ ୫୦ ହଜାର ପାଉଣ୍ଡ ରୋଜଗାର କରିଦିଏ ଆମ ଭାରତୀୟ ଟଙ୍କା ହିସାବରେ ଏହା ୫୦ ଲକ୍ଷ ଟଙ୍କା  । ସାଇମନର ଏକ ଫ୍ଲାଟ ମଧ୍ୟ ଅଛି ଯାହାର ମୂଲ୍ୟ ୩ କୋଟି ଟଙ୍କା ।

ଆଈଶା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆଈଶା । ୧୦୦ ବର୍ଷ ବୟସର ଏହି ମହିଳା ସାଉଦୀ ଆରବ ର ଜେଡା ସହରରେ ରାସ୍ତାରେ ବସି ଭିକ ମାଗୁଥିଲା । ଆଈଶା ଅନ୍ଧୁଣୀ ଥିଲା ସେଥିପାଇଁ ସେ ଗୋଟିଏ ସ୍ଥାନରେ ବସି ଭିକ ମାଗୁଥିଲା । ଯେତେବେଳେ ଆଈଶାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା ସେତେବେଳେ ସେ ଏକ ଦଲିଲ ଲେଖି ତାଙ୍କ ସାଙ୍ଗକୁ ଦେଇଥିଲେ ।

ଯେତେବେଳେ ସେହି ଦଲିଲ ପଢା ଗଲା ସେତେବେଳେ ଜଣା ପଡିଲା ଯେ, ଆଈଶାଙ୍କ ପାଖରେ ୩୦ ଲକ୍ଷ ସାଉଦୀ ରିୟାଲ ଅଛି । ଆମ ଭାରତୀୟ ଟଙ୍କା ହିସାବରେ ଏହାର ମୂଲ୍ୟ ୫ କୋଟି । ଏହା ସହିତ ତାଙ୍କ ପାଖରେ ୪ କୋଟିର ଗହଣା ଥିଲା ଓ ଜେଡା ସହରରେ ଦୁଇଟି ଘର ମଧ୍ୟ ଥିଲା ।

ଇରୱିନ କୋରେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଇରୱିନ କୋରେ । ନିଉୱାର୍କ ସହରରେ ରହୁଥିବା ଏହି ୫୭ ବର୍ଷୀୟ ବୃଦ୍ଧ ବ୍ୟକ୍ତି ରାସ୍ତାରେ ଭିକ ମାଗୁଥିଲା । ଭିକ ମାଗିବା ସହ ସେ ନ୍ଯୁଜ ପେପର ମଧ୍ୟ ବିକୁ ଥିଲା । ହେଲେ ଇରୱିନ ପୂର୍ବରୁ ଏକ କମେଡିଆନ ଥିଲେ କିନ୍ତୁ କିଛି କାରଣ ହେତୁ ତାଙ୍କୁ ଭିକ ମାଗିବାକୁ ପଡିଥିଲା । ଇରୱିନଙ୍କ ପାଖରେ ଗୋଟେ ଘର ଅଛି ଯାହାର ମୂଲ୍ୟ ହେଉଛି ୨୬ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *