Ollywood ର Top 10 ହିରୋଇନ ପ୍ରଥମ ଫିଲ୍ମ କଲା ବେଳେ ସେମାନଙ୍କୁ କେତେ ବୟସ ହୋଇଥିଲା ? 5 ନଂ ହିରୋଇନଙ୍କୁ ହେଇଥିଲା ମାତ୍ର 5 ବର୍ଷ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ସେମାନଙ୍କ ଫିଲ୍ମ ମଧ୍ୟ ଦେଖିଥିବେ।ଏହି ଅଭିନେତ୍ରୀ ମାନଙ୍କ ଅଭିନୟ ମଧ୍ୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି। ତେବେ ଆପଣ ମାନେ କଣ ଜାଣିଛନ୍ତି କି ଏହି ଅଭିନେତ୍ରୀ ମାନେ ଯେତେବେଳେ ନିଜର ପ୍ରଥମ ଫିଲ୍ମ କରିଥିଲେ ସେତେବେଳେ ତାଙ୍କର ପ୍ରକୃତ ବୟସ କେତେ ହୋଇଥିଲା? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି, ରଚନା ବାନାର୍ଜୀ। ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ୪୭ ବର୍ଷ ବୟସ ହୋଇଛି।ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ପଥର ଖସୁଛି ବଡ଼ ଦେଉଳ ରୁ’। ଏହି ଫିଲ୍ମ ୧୯୯୩ ମସିହାରେ ରିଲିଜ ହୋଇଥିଲା। ସେତେବେଳେ ରଚନା ଙ୍କୁ ୨୨ ବର୍ଷ ବୟସ ହୋଇଥିଲା।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି, ଅନୁ ଚୌଧୁରୀ।ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ୪୦ ବର୍ଷ ବୟସ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଥିଲା ଗୋଜ ବାୟାଣୀ। ଯାହା ୧୯୯୮ ମସିହାରେ ରିଲିଜ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି, ବର୍ଷା ପ୍ରିୟଦର୍ଶିନୀ। ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ୩୫ ବର୍ଷ ବୟସ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଥିଲା ଏ ଯୁଗର କୃଷ୍ଣ ସୁଦାମା।ଯାହା ୨୦୦୩ ରେ ରିଲିଜ ହୋଇଥିଲା। ସେତେବେଳେ ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି, ଅର୍ଚ୍ଚିତା ସାହୁ। ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ୩୦ ବର୍ଷ ବୟସ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଥିଲା ଓ ମାଈ ଲଭ। ଯାହା ୨୦୦୫ ମସିହାରେ ରିଲିଜ ହୋଇଥିଲା।ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ପ୍ରକୃତି ମିଶ୍ର। ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ୨୪ ବର୍ଷ ବୟସ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଥିଲା ହରି ଭାଇ ହାରେନା। ଯାହା ୨୦୦୦ ମସିହାରେ ରିଲିଜ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୫ବର୍ଷ ବୟସ ହୋଇଥିଲା।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି, ଏଲିନା ସାମନ୍ତରାୟ। ତାଙ୍କୁ ବର୍ତ୍ତମାନ ୨୪ ବର୍ଷ ବୟସ ହୋଇଛି।ତାଙ୍କର ପ୍ରଥମ ଫିଲ୍ମ ଥିଲା ଇସ୍କ ତୁ ହି ତୁ। ଯାହା ୨୦୧୫ ମସିହାରେ ରିଲିଜ ହୋଇଥିଲା।ସେତେବେଳେ ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି, ଭୂମିକା ଦାସ। ତାଙ୍କୁ ବର୍ତ୍ତମାନ ୧୭ ବର୍ଷ ବୟସ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଥିଲା ରୁମକୁ ଝୁମାନା। ଯାହା ୨୦୧୪ ମସିହାରେ ରିଲିଜ ହୋଇଥିଲା। ସେତେବେଳେ ତାଙ୍କୁ ୧୦ ବର୍ଷ ବୟସ ହୋଇଥିଲା।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି, ସିବାନୀ ସଙ୍ଗିତା। ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ୨୦ ବର୍ଷ ବୟସ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଥିଲା ପହିଲି ରଜ। ଯାହା ୨୦୧୦ ମସିହାରେ ରିଲିଜ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା।

୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି, ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ।ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ୨୮ ବର୍ଷ ବୟସ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଥିଲା ଟାର୍ଗେଟ। ଯାହା ୨୦୧୩ ମସିହାରେ ରିଲିଜ ହୋଇଥିଲା। ସେତେବେଳେ ତାଙ୍କୁ ୨୧ ବର୍ଷ ବୟସ ହୋଇଥିଲା।

୧୦. ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି, ଅପରାଜିତା ମହାନ୍ତି।ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ୫୫ ବର୍ଷ ବୟସ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଥିଲା ସୀତା ଲବ କୁଶ। ଯାହା ୧୯୮୦ ମସିହାରେ ରିଲିଜ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିଲା।

Leave a Reply

Your email address will not be published. Required fields are marked *