ଦୁନିଆର ଏକ ଏମିତି ପାହାଡୀ ରାସ୍ତା ଯେଉଁଠି ଗାଡି ବିନା ପେଟ୍ରୋଲ ଡିଜେଲରେ ଚାଲିଥାଏ

ଆଜି ଆମେ ଆପଣଙ୍କୁ ଲଦ୍ଦାଖର ଲେହର ରହସ୍ୟମୟି ପାହାଡ ବିଷୟରେ କହିବୁ । ଏହି ପାହାଡ କୌଣସି ଜାଦୁ ଠାରୁ କମ ନୁହେଁ ଓ ବୈଜ୍ଞାନିକ ମାନେ ବି ଏହି କଥାକୁ ମାନିଛନ୍ତି କି ଏହି ପାହାଡରେ ଏକ ଚୁମ୍ବକୀୟ ଶକ୍ତି ଅଛି, ଯାହା ପାଖପାଖି ୨୦ କିମି ପ୍ରତି ଘଣ୍ଟା ଗତିରେ ଟ୍ରେନକୁ ନିଜ ଆଡକୁ ଆକର୍ଷିତ କରି ଥାଏ । ସେଥିପାଇଁ ଏହାକୁ ‘ମ୍ୟାଗ୍ନେଟିକ ହିଲ’ ବି କୁହା ଯାଏ ।

ଏହି ଚୁମ୍ବକୀୟ ପାହାଡକୁ ଗ୍ରେବିଟୀ ହିଲ ନାମ ଦ୍ଵାରା ବି ଜଣା ଯାଇଥାଏ ଓ ଏମିତି କୁହାଯାଏ କି ଏହି ପାହାଡ ଉପରେ ଗୁରୁତ୍ୱାକର୍ଷଣର ନିୟମ ବି ପୁରାପୁରୀ ବିଫଳ ହୋଇଯାଏ ଓ ଯଦି ଆମେ ଢଲାନ ଉପରେ କୌଣସି ବସ୍ତୁ ଛାଡିଦେବା ତେବେ ତାହା ତଳକୁ ଖସିଯିବ । କିନ୍ତୁ ଏହି ଚୁମ୍ବକୀୟ ପାହାଡରେ ଏହିଭଳି ହୋଇ ନ ଥାଏ । ଯଦି ଆମେ ଗିୟରରେ କାର ଛାଡି ଦେଉଛୁ, ତେବେ କାର ପାହାଡରୁ ତଳେ ଯିବା ପରିବର୍ତ୍ତେ ଉପରକୁ ଚଢିବ ।

ଏହା ଛଡା କୌଣସି ତରଳ ପଦାର୍ଥ ବି ତଳକୁ ନ ଆସି ଉପର ଆଡକୁ ବହିଥାଏ । ବୈଜ୍ଞାନିକମାନଙ୍କ ମାନିବା ଅଟେ କି ଗୁରୁଦ୍ୱାରା ପଠାର ସାହିବଙ୍କ ପାଖରେ ପାହାଡୀରେ ଅଦ୍ଭୁତ ଚୁମ୍ବକୀୟ ଶକ୍ତି ଅଛି ଓ ପାହାଡର ଚୁମ୍ବକୀୟ ଶକ୍ତିର ଆକର୍ଷଣ କ୍ଷେତ୍ରରେ ଉଡୁଥିବା ଜାହାଜ ବି ବଞ୍ଚି ନ ଥାଏ । ମିଳିଥିବା ସୂଚନା ଅନୁସାରେ, ପାହାଡ ଉପରେ ଉଡୁଥିବା କେତେକେ ପାୟଲଟ କହିଛନ୍ତି କି ବିମାନ ଉଡିବା ସମୟରେ ବହୁତ ଝଟକା ଲାଗିଥାଏ ଓ ଜାହାଜକୁ ପାହାଡର ଚମ୍ବକୀୟ ଶକ୍ତିରୁ ବଞ୍ଚାଇବା ପାଇଁ ଜାହାଜର ଗତିକୁ ବଢାଇ ଦିଆଯାଇଥାଏ ।

Leave a Reply

Your email address will not be published. Required fields are marked *