ଜଣେ ଅନ୍ୟଜନଙ୍କର ଅପମାନ କାହିଁକି କରିଥାଏ, ଆସନ୍ତୁ ଜାଣିବା କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ

ଅପମାନ ଏକ ଏଭଳି ଶବ୍ଦ ଅଟେ ଯାହାକୁ କେହି ବି ପସନ୍ଦ କରନ୍ତି ନାହିଁ । କୌଣସି ବ୍ୟକ୍ତି କାହିଁକି ଅନ୍ୟର ଅପମାନ କରିଥାଏ । ଆପଣ ଏହା ବିଷୟରେ କେବେ ଚିନ୍ତା କରିଛନ୍ତି ? ସେମିତି ତ କହିବାକୁ ଗଲେ ଆମେ ବିନା କାରଣରେ ବହୁତ ଲୋକଙ୍କର ଅପମାନ କରିଥାଉ । ଏହା ସହିତ ଆମର ଅପମାନ ବି ବହୁତ ଥର ହୋଇଥାଏ । ବର୍ତ୍ତମାନ ସମୟରେ ସମସ୍ତେ ପରସ୍ପରର ଅପମାନ କରିବାରେ ଲାଗିଛନ୍ତି ।

ଯେମିତି କି ସ୍ଵାମୀ ନିଜର ସ୍ତ୍ରୀର ଅପମାନ କରିଥାଏ । ପିତା ନିଜ ସନ୍ତାନମାନଙ୍କ ଅପମାନ କରିଥାଏ । ଅର୍ଥାତ ଯିଏ ବଳବାନ ଅଟେ ସେ ନିର୍ବଳ ବ୍ୟକ୍ତିର ଅପମାନ କରିଥାଏ । ଯଦି ଆମେ ଶକ୍ତିବାନ ଅଟୁ ତେବେ ଅପମାନ ବଦଳରେ ମାରପିଟ କରିଥାଉ ଓ ଯଦି ମାରପିଟ କରିବା ପାଇଁ ଶକ୍ତି ନାହିଁ ତେବେ ଆମେ ଅପମାନ ସହିଯାଉ । ନିଜକୁ ନିର୍ବଳ ଓ ଅସହାୟ ମାନିନେଉ । ଆମକୁ ଛୋଟ ହେବାର ଅନୁଭବ ହୋଇଥାଏ ।

କିନ୍ତୁ ଜଣେ ଅନ୍ୟଜନଙ୍କର ଅପମାନ କାହିଁକି କରିଥାଏ । ଆମେ ବିଚାର କରୁଥିଲୁ କି ଯେତେବେଳେ ଅପମାନ ହୋଇଥାଏ ତେବେ ମନୁଷ୍ୟକୁ ନିର୍ବଳତାର ଅନୁଭବ ହୋଇଥାଏ ଓ ନିର୍ବଳତାର ବୋଝ ମନୁଷ୍ୟକୁ ଭାଙ୍ଗି ଦେଇଥାଏ । ସେ ଅଧିକରୁ ଅଧିକ ନିର୍ବଳ ହୋଇଯାଏ । ଅତ୍ୟାଚାର ସହିବା ଅଭ୍ୟାସରେ ପଡିଯାଏ । ଆତ୍ମବିଶ୍ଵାସର ବିନାଶ ହୋଇଯାଏ ଓ ଯେତେବେଳେ ଆତ୍ମବିଶ୍ଵାସ ନ ଥାଏ ତେବେ ମନୁଷ୍ୟ ମଦ ଓ ଜୁଆ ଭଳି କାମରେ ସୁଖ ଖୋଜିଥାଏ । ମନରୁ ରୋଗୀ ହୋଇଯାଏ ।

ଶେଷରେ କୌଣସି ବି ବ୍ୟକ୍ତିର ଏହିଭଳି ଦୁର୍ଗତି କିଏ କାହିଁକି କରିଥାଏ । ଅପମାନ କରୁଥିବା ବ୍ୟକ୍ତି ବାସ୍ତବରେ କଣ ପ୍ରମାଣିତ କରିବାକୁ ଚାହେଁ । କହିବାକୁ ଗଲେ ଆମେ କୌଣସି ବ୍ୟକ୍ତିର ଅପମାନ କରିଥାଉ ତାହାର କମଜୋରିକୁ ପ୍ରାମାଣିତ କରିବା ପାଇଁ । ଅର୍ଥାତ ଅପମାନ କରୁଥିବା ବ୍ୟକ୍ତି ନିଜକୁ ଶକ୍ତିବାନ କହିବାକୁ ପ୍ରୟାସ କରିଥାଏ । ଅପମାନ କରୁଥିବା ବ୍ୟକ୍ତି ଅସଲ ଜୀବନରେ ନିଜ ଉପରେ ଅଶାନ୍ତି ଥାଏ ।

ତାକୁ ନିଜ ଉପରେ ବିଶ୍ଵାସ ନ ଥାଏ । କିନ୍ତୁ ଅପମାନ କରିବା ପରିବର୍ତ୍ତେ ଯଦି ଆମେ ସେହି ବ୍ୟକ୍ତିକୁ ନିଜର ବନ୍ଧୁ କରି ନେବା ଓ ସହଯୋଗ କରୁଥିବା ସହଯୋଗୀ ମାନିନେବା ଅର୍ଥାତ ଦ୍ଵିତୀୟ ବ୍ୟକ୍ତିଙ୍କୁ ପ୍ରେମ କରିବା ତେବେ ଅପମାନ କରିବା ଆବଶ୍ୟକ ହିଁ ହେବ ନାହିଁ । କିନ୍ତୁ ପ୍ରେମ କରିବା ପାଇଁ ଆତ୍ମବିଶ୍ଵାସ ଆବଶ୍ୟକ ଅଟେ । ଯାହାକୁ ନିଜ ଶକ୍ତି ଉପରେ ବିଶ୍ଵାସ ନାହିଁ ସେ ପ୍ରେମ ହିଁ କରି ପାରିବ ନାହିଁ । ଅର୍ଥାତ ଯାହାର ହୃଦୟ ଆତ୍ମବିଶ୍ଵାସରେ ଭରପୁର ହୋଇଥାଏ ନା ସେ ଅପମାନ କରିଥାଏ ଓ ନା ଅପମାନକୁ ସ୍ଵୀକାର କରିଥାଏ ।

Leave a Reply

Your email address will not be published. Required fields are marked *