କୋଟିପତି ହେଲେ 2 ଜଣ ସ୍କୁଲ ପିଲା, ଯାହାଙ୍କ ବ୍ଯାଙ୍କ ଆକାଉଣ୍ଟ କୁ ଆସିଲା 900 କୋଟି ଟଙ୍କା, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କେମିତି ଦୁଇ ଜଣ ସ୍କୁଲ ପିଲା ଙ୍କ ଆକାଉଣ୍ଟ କୁ ୯୦୦ କୋଟି ଟଙ୍କା ଆସି ଯାଇଛି ସେହି ପ୍ରକାର କଥା ସାମ୍ନା କୁ ଆସିଛି । ବିହାର ର ଏହି ଘଟଣା ସାଧାରଣ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯେତେବେଳେ କି ଗୋଟିଏ ସ୍କୁଲ ର ଦୁଇଟି ପିଲାମାନେ ସେମାନେ ବ୍ୟାଙ୍କ ଆକାଉଣ୍ଟ ଖୋଲାଇ ଥିଲେ ସାଧାରଣ ଭାବରେ ତାଙ୍କର ପୋଷାକ ପଇସା ପାଞ୍ଚ ଶହ ଟଙ୍କା ଆସିବା ପାଇଁ ।

କିନ୍ତୁ ଯେତେବେଳେ ସେମାନେ ବ୍ୟାଙ୍କ କୁ ଯାଇଥିଲେ ତାଙ୍କର ଟଙ୍କା ଦେଖିବା ପାଇଁ ସେତେବେଳେ ଜଣେ ପିଲାର  ଆକାଉଣ୍ଟ ରେ ୬ କୋଟି ୨୦ ଲକ୍ଷ ଟଙ୍କା ଥିବା ବେଳେ ଜଣେ ପିଲା ଙ୍କ ଆକାଉଣ୍ଟ ରେ ଥିଲା ୯୦୦ କୋଟି ରୁ ଅଧିକ ଟଙ୍କା । ଆପଣ ମାନେ ଏହି ଫଟୋଚିତ୍ର ରୁ ସିଧାସଳଖ ଭାବରେ ଦେଖି ପାରୁଥିବେ ଯେଉଁ ଶିଶୁ ମାନେ ବିହାର ର ବୋଲି କୁହାଯାଉଛି ସେମାନଙ୍କ ଆକାଉଣ୍ଟ ରେ ଜଣକ ର ୯୦୦ କୋଟି ଏବଂ ଅନ୍ୟ ଜଣକ ୬କୋଟି ୨୦ ଲକ୍ଷ ଟଙ୍କା ଥିବାର କଥା ସାମ୍ନା କୁ ଆସିଛି ।

ଏହି ସମୟରେ ସାଧାରଣ ଭାବରେ ଗାଁ ରେ ଗୋଟିଏ ଚାଞ୍ଚଲ୍ୟକର କଥା ସୃଷ୍ଟି ହୋଇଥିଲା ଯେ, କିପରି ଗରିବ ଲୋକଙ୍କ ଆକାଉଣ୍ଟ କୁ ଏତେ ଟଙ୍କା ଆସିଲା । ଯେଉଁ ବ୍ୟକ୍ତି ଙ୍କ ଯେଉଁ ଘରର ଆକାଉଣ୍ଟ ରେ ଏତେ ଟଙ୍କା ଆସିଛି ଦେଖି ସାଧାରଣ ଭାବରେ ତାଙ୍କ ଘରେ ସମସ୍ତେ ଡରି ଯାଇଥିଲେ ଏବଂ କହିଥିଲେ ଯେ, ସତରେ କଣ ଆମ ପାଖକୁ ଏତେ ଟଙ୍କା ପଳାଇ ଆସିଛି । ସେତେବେଳେ ସାଧାରଣ ରେ ଚର୍ଚ୍ଚା ହେଲା କୋଟିପତି ପାଲଟି ଯାଇଛନ୍ତି ସେହି ସ୍କୁଲ ର ଦୁଇ ଜଣ ପିଲା ।

ଏହି କଥାକୁ ଶୁଣିବା ପରେ ଗାଁ ର ସମସ୍ତ ଲୋକ ବ୍ୟାଙ୍କ ଆଗରେ ଭିଡ଼ ଜମାଇ ଥିଲେ ଏବଂ ବ୍ୟାଙ୍କ ର କର୍ମଚାରୀ ମାନଙ୍କୁ କହିଥିଲେ ଯେ, ଆମ ଆକାଉଣ୍ଟ ମଧ୍ୟ ଦେଖାଯାଉ । ଆମ ଆକାଉଣ୍ଟ ରେ କେତେ ଟଙ୍କା ଅଛି । ଏଠାରେ ଏହା ପ୍ରଶ୍ନ ଉଠୁଛି ଯେ, ଯେତେବେଳେ ଦୁଇଟି ଶିଶୁ ଙ୍କ ଆକାଉଣ୍ଟ କୁ ୫୦୦ ଟଙ୍କା ସରକାର ଙ୍କ ତରଫ ରୁ ଆସିବାର ଥିଲା ସେହି ସମୟରେ ଜଣକ ଆକାଉଣ୍ଟ ରୁ ୯୦୦ କୋଟି ଓ ଅନ୍ୟ ଜଣକ ଆକାଉଣ୍ଟ କୁ ୬ କୋଟି ଟଙ୍କା କିପରି ଆସିଲା ?

ଯାହାକି ବିହାର ରେ ଚାଂଚଲ୍ୟକର ଘଟଣା କୁହାଯାଇପାରେ । ଏହି ସମୟରେ ଶିଶୁ ଦୁଇଙ୍କ ଆକାଉଣ୍ଟ କୁ ଏତେ ଟଙ୍କା କିପରି ଆସିଲା ନା ବ୍ୟାଙ୍କ କର୍ମଚାରୀ କହିପାରୁଛନ୍ତି ନା ଅନ୍ୟ କେହି । ଏହାକୁ ନେଇ ପ୍ରତିକ୍ରିୟା ମଧ୍ୟ ଆସିବା ଆରମ୍ଭ ହୋଇଯାଇଛି ଯେ, ଏହି ଟଙ୍କା ତାଙ୍କ ପାଖରେ ରହିବ ନା ଏହି ଟଙ୍କା ପୁଣିଥରେ ଫେରିଯିବ । ଆପଣଙ୍କ ମନ ରେ ମଧ୍ୟ ନିଶ୍ଚିତ ଭାବରେ ଏହା ପ୍ରଶ୍ନ ଆସୁଥିବ ଯେ, ଦୁଇ ଜଣ ଗରିବ ଘରର ଶିଶୁ ଙ୍କ ଆକାଉଣ୍ଟ କୁ ଏତେ ଟଙ୍କା କୋଉଠୁ ଆସିଲା ।

ଏଭଳି ଘଟଣା କୁ ନେଇ ଅନ୍ୟ ଏକ ବଡ଼ ପ୍ରଶ୍ନ ସାମ୍ନା କୁ ଆସୁଛି ଯେ, କିପରି ଏତେ ଟଙ୍କା ଟ୍ରାନଜିକ୍ସନ୍ ସମୟରେ ଭୁଲ ହୋଇ ଯାଉଛି ? ଏହି ଭୁଲ ଦ୍ୱାରା ଟଙ୍କା କ୍ଷତି ହେବାର କାରଣ ମଧ୍ୟ ହୋଇପାରେ । ଏହି ଭଳି ବିଭିନ୍ନ ପ୍ରକାର ପ୍ରଶ୍ନ ସମସ୍ତଙ୍କ ମନରେ ବର୍ତ୍ତମାନ ଉଙ୍କି ମା-ରୁ-ଛି । ତେବେ ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ କଣ ନିଶ୍ଚୟ କମେନ୍ଟ କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *