ବେକାରୀ ଙ୍କ ପାଇଁ ସବୁଠୁ ବଡ ଖୁସି ଖବର, ଘରେ ବସି ମାସକୁ ମାସ ପାଆନ୍ତୁ ଟଙ୍କା, ବାସ କରିବାକୁ ହେବ ଏହି କାମ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବେକାରୀ ଙ୍କ ପାଇଁ ବହୁତ ବଡ଼ ଖବର । କୋରନା କାଳରେ ବେକାରୀ ଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି ସରକାର । ଚାକିରୀ ନ କରିଲେ ମଧ୍ୟ ମିଳିବ ଟଙ୍କା । ଘରେ ବସି ମାସକୁ ମାସ ପାଇବେ ଦରମା । ଏମିତି ଲାଭ କୁ କେହି ମଧ୍ୟ ହାତଛଡା କରନ୍ତୁ ନାହିଁ । ଏହାର ଭରପୁର ଫାଇଦା ଉଠାଇବା ନିମନ୍ତେ ଆଗେଇ ଆସନ୍ତୁ । ତେବେ କଣ ଏହି ଯୋଜନା ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

କୋରନା ମହାମାରୀ ସମୟରେ ବେକାରୀ ମାନଙ୍କୁ ଭତ୍ତା ଦେବା ପାଇଁ ଆଗେଇ ଆସିଛନ୍ତି ସରକାର । ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ନାଁ ରେ ଏକ ଜନ ହିତକର ସ୍କିମ ଆରମ୍ଭ କରିଛନ୍ତି । କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମ ଚଳାଉଛନ୍ତି । ଚାକିରୀ ହରାଇ ବେରୋଜଗାର ହେଉଥିବା ଲୋକ ଙ୍କୁ ଆର୍ଥିକ ସହାୟତା ଦେବା ଏହି ସ୍କିମ ର ମୂଳ ଲକ୍ଷ ଅଟେ । ଜଣେ ବ୍ୟକ୍ତି ଚାହିଁଲେ ଅତି ବେଶୀ ରେ ତିନି ମାସ ପାଇଁ ଏହାର ଫାଇଦା ଉଠାଇ ପାରିବେ ।

ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ର ଲାଭ ଉଠାଇବା ପାଇଁ ଇ ଏସ୍ ଆଇସି ସହିତ ଜଡ଼ିତ କର୍ମଚାରୀ କେବଳ ଏଥିପାଇଁ ଆବେଦନ କରି ପାରିବେ । ସ୍କିମ ର ଫାଇଦା ନେବା ପାଇଁ ପ୍ରଥମେ ଆପଣ ଇ ଏସ୍ ଆଇସି ୱେବ ସାଇଡ଼ କୁ ଯାଆନ୍ତୁ । ସେଠାରେ ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ର ଫର୍ମ ଡାଉନଲୋଡ଼ କରନ୍ତୁ । ଫର୍ମ ଭରି ଫର୍ମ ସହିତ ୨୦ ଟଙ୍କା ର ନନ୍ ଜୁଡିସିଆଲ ଷ୍ଟ୍ଆମ୍ପ ପେପର ରେ ନୋଟାରି ର ଏଫିଡିଭିଡ କରନ୍ତୁ ।

ଏହାପରେ ନିକଟସ୍ଥ ଇଏସଆଇସି ବ୍ରାଞ୍ଚ ଅଫିସ ରେ ଫର୍ମ ଜମା କରି ଦିଅନ୍ତୁ । ଏହାପରେ ଇଏସଆଇ ତରଫ ରୁ ଆବେଦନ ର ସଠିକ ଯାଞ୍ଚ କରାଯାଇ କର୍ମଚାରୀ ଙ୍କ ଖାତା ରେ ଟଙ୍କା ଜମା ହେବାର ବ୍ୟବସ୍ଥା ହୋଇଛି । ପ୍ରାଇଭେଟ ସେକ୍ଟର ରେ କାମ କରୁଥିବା ଜଣେ କର୍ମଚାରୀ ବେକାରୀ ହେବା ପରେ ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ର ଲାଭ ନେଇ ପାରିବେ । ଯେଉଁ ମାନଙ୍କ ମାସିକ ଦରମା ୨୧,୦୦୦ ଟଙ୍କା ରୁ କମ ହୋଇଥିବ ଏବଂ କମ୍ପାନୀ ସାଲେରି ରୁ ପ୍ରତି ମାସରେ ପିଏଫଏଏସଆଇ କଟୁଥିବ ସେହି ମାନେ ହିଁ ଏହାର ଫାଇଦା ଉଠାଇ ପାରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚାକିରୀ ହରାଇ ବେକାରୀ ହେବାର ୩୦ ଦିନ ପରେ ଯୋଜନା ରେ ଯୋଡ଼ି ହୋଇ ଆପଣ କ୍ଲେମ କରି ପାରିବେ । କୋରନା ମହାମାରୀ କୁ ନଜର ରେ ରଖି ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା କୁ ୩୦ ଜୁନ ୨୦୨୨ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ସରକାର । ପୂର୍ବରୁ ଯୋଜନା ର ଶେଷ ତାରିଖ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ଥିଲା । କୋରନା କାଳ ରେ ବହୁ ବ୍ୟକ୍ତି ଚାକିରୀ ହରାଇ ହଇରାଣ ହେଉଛନ୍ତି । କିନ୍ତୁ ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ଦେଖାଇଛି ବଞ୍ଚିବାର ରାସ୍ତା । ୫୦ ହଜାର ରୁ ଅଧିକ ବ୍ୟକ୍ତି ଏହି ଯୋଜନା ର ଲାଭ ପାଇ ପାରିଛନ୍ତି ।

Leave a Reply

Your email address will not be published. Required fields are marked *