ଶନିବାର ସନ୍ଧ୍ୟାରେ ଆସିବ ବନ୍ୟା, ରାଜ୍ୟର ଏହି 4 ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲେ SRC

ନମସ୍କାର ବନ୍ଧୁଗଣ ତେବେ ଏହି ଲଗାତାର ବର୍ଷା ଏବଂ ସମୁଦ୍ରରେ ପାଣି ର ବହାଵ ବଢିବା କାରଣ ରୁ ରାଜ୍ୟ ରେ ଶନିବାର ଦିନ ବନ୍ୟା ର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ବନ୍ୟାରେ ସନ୍ଧ୍ୟା ରେ ଚାରୋଟି ଜିଲ୍ଲା କୁ କରାଯାଇଛି ସତର୍କ ସୂଚନା । ସେହି ଚାରୋଟି ଜିଲ୍ଲା ହେଉଛି କଟକ, କେନ୍ଦ୍ରାପଡା, ପୁରୀ ଏବଂ ଜଗତସିଂହପୁର ଏହି ଜିଲ୍ଲା ଗୁଡିକୁ ସତର୍କ ସୂଚନା ଦିଆଯାଇଛି ଏବଂ ବନ୍ୟା ହେବାର ସମ୍ଭାବନା ରହିଛି ବୋଲି ଏସାଆରସି ସୂଚନା ଦେଇଛନ୍ତି ।

ତେବେ ଏସଆରସି କହିଛନ୍ତି କି ଶନିବାର ସକାଳ ସୁଦ୍ଧା ମୁଣ୍ଡଳୀ ରେ ପ୍ରବାହିତ ହେବ ଆଠ ଲକ୍ଷ କ୍ୟୁସେକ ଜଳ । ଉପକୂଳ ଜିଲ୍ଲା ଗୁଡିକ ରେ ଏବଂ ଡ୍ରାଫ୍ଟ ଏନ୍ଡ଼ିଆର ଏଫ ରେ ଏବଂ ଅଗ୍ନିଶମ ବାହିନୀ କୁ ମୁତୟନ କରାଯାଇଛି ଏବଂ ଡ୍ରାଫ୍ଟ ର ତିରିଶ ଟି ଟିମ ଏନଡ଼ିଆର ଏଫ ର ବାରଟି ଏବଂ ଅଗ୍ନିଶମ ର ଦଶଟି ଟିମ କୁ ମୁତୟନ କରାଯାଇଛି । ଏହା ଛଡା ବର୍ତ୍ତମାନ ସୁଦ୍ଧା ନଅ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଏବେ ପର୍ଯ୍ୟନ୍ତ ନି-ଖୋ-ଜ ଅଛନ୍ତି ବୋଲି ସୂଚନା ମିଳିଛି ।

ତେବେ ଏସଆରସି ଙ୍କ ସୂଚନା ଅନୁସାରେ ଆଠ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳୀ ରେ ପ୍ରବାହିତ ହେବା ଦ୍ୱାରା କେନ୍ଦ୍ରାପଡା ଏବଂ ପୁରୀ ଜିଲ୍ଲା ରେ ଶନିବାର ଦିନ ସନ୍ଧ୍ୟାରେ ସେହି ରାତି ବେଳକୁ ପିଫଲ୍ଟ ଟା ପାସ କରିବ ଏବଂ ସେଥିପାଇଁ ଜିଲ୍ଲା ପ୍ରଶାସନ କୁ ସତର୍କ କରାଯାଇଛି । ଏହି ଜଳ ପ୍ରବାହିତ ହେବା ସମୟରେ ଯେପରି କୌଣସି ସମସ୍ୟା ନ ହେବ କିମ୍ବା କୌଣସି ଅସୁବିଧା ର ସମ୍ମୁଖୀନ ନହେବେ ସେଥିପାଇଁ ମଧ୍ୟ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

ନଅ ଜଣଙ୍କ ପ୍ରାଣ ହାନି ହେବାର ମଧ୍ୟ ସୂଚନା ମିଳିଛି । କେନ୍ଦ୍ରାପଡା ଜିଲ୍ଲାର ତିନିଜଣ, ଖୋର୍ଦ୍ଧା ର ଜଣେ, ଗଞ୍ଜାମ ର ଜଣେ, ଯାଜପୁର ରୁ ଦୁଇ ଜଣ,କେଉଁଝର ର ଜଣେ ଏବଂ ସୁବର୍ଣ୍ଣପୁର ରୁ ଜଣେ ଏତିକି କଁଫର୍ମ ହୋଇଛି ଏହା ସହ ଦୁଇଜଣ ନି-ଖୋ-ଜ ହେବାର ମଧ୍ୟ ସୂଚନା ମିଳିଛି ।

ଜଗତସିଂହପୁର ରେ ଅଧିକ ଅଂଶ ଜଳମଗ୍ନ ରହିବା ଯୋଗୁଁ ଜିଲ୍ଲା ପାଳ ଙ୍କୁ ୯୬ ମେଟ୍ରିକ ଟନ କ୍ୟାଣ୍ଟଲଫିଡ଼ ମଧ୍ୟ ଯୋଗାଇ ଦିଆଯାଇଛି । ତେବେ ସବୁ ନଦୀ ଉପରେ ନଜର ରଖାଯାଇଛି ।
ଏହା ଛଡା ଏହି ବାତ୍ୟା ର କିଛି ପ୍ରଭାବ କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ପୁରୀ ରେ ରହିବ ତେବେ ତେଣୁ ଲୋକ ମାନଂକୁ ପାଣି ପାଖକୁ ଯିବା ପାଇଁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *