2 ମାସ ପର୍ଯ୍ୟନ୍ତ ଭାରତକୁ ରାସ୍ତା ଦେବ ପାକିସ୍ତାନ, ହେଲା ବଡ ଘୋଷଣା  

ବନ୍ଧୁଗଣ ଗତ କିଛି ଦିନ ତଳେ ଭାରତ ମାନବିକତାର ଏକ ଏପରି କାମ କରିଛି ଯାହାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଛି । ଦୁର୍ବିକ୍ଷ ଓ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଆଫଗାନିସ୍ତାନକୁ ଭାରତ ୫୦ ହଜାର ମେଟ୍ରିକ ଟନ ଗହମ ଏବଂ ଔଷଧ ଦେବା ପାଇଁ ପ୍ରମିଷ କରିଥିଲା । ତେବେ କିଛି ସମୟ ପୂର୍ବରୁ ଭାରତ ୨୫୦୦ ମେଟ୍ରିକ ଟନ ଗହମ ଆଫଗାନିସ୍ତାନକୁ ଦେଇଥିଲା ।

କେତେକ ଟ୍ରକ ମାଧ୍ୟମରେ ଆଫଗାନିସ୍ତାନକୁ ଗହମ ଦିଆଯାଇଛି । ଏହି ଟ୍ରକ ଗୁଡିକ ବାଘା ଅଟାଣି ସୀମା ରାସ୍ତା ଦେଇ ପାକିସ୍ତାନ ହୋଇ ଆଫାଗାନିସ୍ତାନରେ ପହଞ୍ଚି ଥିଲା । ହେଲେ ଭାରତର ଏହି ସହଯୋଗର ସୀମା ୨୧ ମାର୍ଚ୍ଚରେ ଶେଷ ହୋଇଥିଲା । ଏହା ପରେ ଭାରତ ପାକିସ୍ତାନକୁ ସମୟ ସୀମା ବଢାଇବା ପାଇଁ କହିଥିଲା ଯାହାଫଳରେ ବଞ୍ଚି ଥିବା ଔଷଧ ଓ ଗହମ ସେ ଆଫଗାନିସ୍ତାନକୁ ଦେଇପାରିବ ।

ଭାରତର ଏହି ପ୍ରସ୍ତାବରେ ପାକିସ୍ତାନ ସହମତ ହୋଇଗଲା ଆଉ ସେ ନିଜ ଜମିର ବ୍ୟବହାର ଭାରତ କରିବା ପାଇଁ ଦୁଇ ମାସ ସମୟ ଦେଲା । ବନ୍ଧୁଗଣ ପାକିସ୍ତାନ ଚାହୁଁ ନଥିଲା ଯେ, ଭାରତ କୌଣସି ଭାବରେ ଆଫଗାନିସ୍ତାନକୁ ସହାୟତା କରୁ । ପାକିସ୍ତାନ ଭାରତର ଏହି ସହଯୋଗକୁ ରୋକିବା ପାଇଁ ବହୁତ ଚେଷ୍ଟା କରିଥିଲା । ହେଲେ ପାକିସ୍ତାନର କୌଣସି ପ୍ଳାନ ସଫଳ ହୋଇପାରିଲା ନାହିଁ ।

ସଂଯୁକ୍ତ ରାଷ୍ଟ୍ର ସଂଘ ପାକିସ୍ତାନକୁ କଡା ଭାଷାରେ କହିଥିଲା ଯେ, ଭାରତକୁ ଜମି ଦ୍ଵାରା ଆଫଗାନିସ୍ତାନକୁ ସହଯୋଗ କରିବାକୁ ଦେବା ପାଇଁ । ପ୍ରଥମେ ପାକିସ୍ତାନ ସର୍ତ୍ତ ରଖି କହିଥିଲା ଯେ, ଭାରତ ବାର୍ଘା ବର୍ଡରରେ ମାଲ ଦେବ ଆଉ ସେଠାରୁ ମାଲକୁ ପାକିସ୍ତାନ ଟ୍ରକରେ ଲୋଡ କରାଯାଇ ଆଫଗାନିସ୍ତାନରେ ପହଞ୍ଚା ଯିବ । ଏଠାରେ ପାକିସ୍ତାନ ଗୋଟେ ତୀରରେ ଦୁଇଟି ଶିକାର କରିବାକୁ ଚାହୁଁ ଥିଲା ।

ପ୍ରଥମେ ଭାରତରୁ ଆସିଥିବା ମାଲକୁ ନିଜେ ହଡପ କରିବ ଦ୍ଵିତୀୟରେ ଯଦି ପାକିସ୍ତାନ ଟ୍ରକ ଆଫଗାନିସ୍ତାନକୁ ମାଲ ନେଇ ଯିବ ତା ହେଲେ ଆଫଗାନିସ୍ତାନ ଜନତା ଭାବିବେ ତାଙ୍କୁ ପାକିସ୍ତାନ ସହାୟତା କରିଛି । ଅନେକ ଆଲୋଚନା କରିବା ପରେ ସ୍ପର୍ଷ୍ଟ ହେଲା ଆଫଗାନିସ୍ତାନ ଟ୍ରକ ଅଟାରୀ ବାର୍ଘା ବର୍ଡର ସୀମାରେ ପହଞ୍ଚି ମାଲ ନେବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *