10 Interesting Gk Qoestions- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ କୁହ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଓଡିଆ ଢଗର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚି ଥାଏ କିନ୍ତୁ ପାଣି ପିଇବାକୁ ଦେଲେ ମରିଯାଏ ?

ଉତ୍ତର- ନିଆଁକୁ ଜାଳେଣୀ ଦେଲେ ତାହା ଜଳି ଥାଏ ହେଲେ ପାଣି ଦେଲେ ମରିଯାଏ ।

୨. ଗୋଟିଏ ଗଛର ଫଳର ଦୁଇଟି ନାମ, କଞ୍ଚା ଥିଲେ ଗୋଟିଏ ନାମ, ପାଚିଲେ ଆଉ ଗୋଟେ ନାମ କିଏ କହିବ ତାର ନାମ ?

ଉତ୍ତର- ନଡିଆ ବା ପଡିଆ । ପଇଡ କଞ୍ଚା ଥିବା ବେଳେ କୁହନ୍ତି ଆଉ ପାଚି ଗଲେ ଏହାକୁ ନଡିଆ କୁହାଯାଏ ।

୩. ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁମ, ଲାଞ୍ଜ ଧରି ତାର କେହଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର- ବେଲୁନ

୪.ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ କୁହ ?

ଉତ୍ତର- କମଳାକୁ ଆମେ ଖାଇଥାଉ, ଅନେକ ଝିଅଙ୍କ ନାମ କମଳା ଥାଏ ଓ କମଳା ହେଉଛି ଏକ ରଙ୍ଗର ନାମ ।

୫. ବର୍ଷା ଦିନେ କାନ୍ଦେ ଶୀତ ଦିନେ ଶୁଏ ଖରା ହେଲେ ଛାଇ ସଭିଙ୍କୁ ମୁଁ ଦିଏ ରଙ୍ଗ ବିରଙ୍ଗର କପଡା ମୁଁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?

ଉତ୍ତର- ଛତା ଆମକୁ ବର୍ଷା ଦିନେ ଓ ଖରା ଦିନେ ଆଶ୍ରୟ ଦେଇଥାଏ ହେଲେ ଶୀତ ଦିନରେ ଏହାର କୌଣସି ଆବଶ୍ୟକତା ନଥାଏ । ଛତା ଅନେକ ରଙ୍ଗର ଥାଏ ।

୬. ପଥର ହେଲେ ବି ମୁଁ ପାଣି, ତାହା କଣ ?

ଉତ୍ତର- ବରଫ ତଥା କୁଆ ପଥର ।

୭. ବାବାଜୀ ନୁହେଁ ତା ବଢିଛି ଦାଢି ପାଦ ତଳ ଯାଏଁ ଆସିଛି ମାଢି ପିଲାଏ ଖେଳନ୍ତି ତା ଦାଢିରେ ଦୋଳି ପକ୍ଷୀଏ ଖାନ୍ତି ତା ନାଲି କୋଳି, ତାହା କଣ ?

ଉତ୍ତର- ବର ଗଛ

୮. ଧରିଲେ ଧରା ଦିଏ ନାହିଁ ଦେଖିଲେ ଦେଖା ଦିଏ ଯୁଆଡେ ଗଲେ ଯାଏ ସିଏ କାହାଭାଇ କାହା କଣ ସିଏ ?

ଉତ୍ତର- ନିଜର ଛାଇ ।

୯. ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ କେହି ପସନ୍ଦ କରନ୍ତି ନାହିଁ ?

ଉତ୍ତର- ପୋଲିଓ

୧୦. ଏମିତି ବାଘ ସେ ଛାଡେନି ଘର ଖାଏନି ମଣିଷ ପିଏ ସେ କ୍ଷୀର ମା ନ ଦେଖିଲେ ମାଉସୀ ଦେଖାଲୋ କୁକୁରକୁ ତାର ପ୍ରବଳ ଡର ?

ଉତ୍ତର- ବିଲେଇ

Leave a Reply

Your email address will not be published. Required fields are marked *