ନିଜ ଅଧିକାର ପାଇଁ ଧାରଣାରେ ବସିଲେ ଆଉ ଜଣେ Tapaswini, ଯାହାଙ୍କ ଦୁଃଖ କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ, ଦେଖନ୍ତୁ କଣ କହୁଛନ୍ତି ସ୍ଥାନୀୟ ମହିଳା…

ବନ୍ଧୁଗଣ ଏବେ ଓଡିଶାରେ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ୨୦୨୧ ମାର୍ଚ୍ଚ ୩ରେ ଜଣେ ପୁରୁଷଙ୍କ ସହ ବିବାହ କରିଥିଲେ । ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ମୋଟ ଝଗଡା ହେଉଥିଲା ହେଲେ ତା ପରେ ଶାଶୁ ଶଶୁର ବୋହୁକୁ ଖରାପ ଭାଷାରେ ଗାଳି ଦେଲେ । ଆଉ ତା ପରେ ବୋହୁ ଯୌତୁକରେ ଯେତିକି ସୁନା ଆଣିଥିଲା ତାକୁ ସେ ଓଜନ କଲେ ।

ଏମିତି ଝଗଡା ହେବା ପରେ ସେ ଝିଅର ଘର ଲୋକଙ୍କୁ ଡକାଇଲେ ହେଲେ କିଛି ସମାଧାନ ହେଲାନି ଝିଅ ଦେଢ ମାସ ଯାଏଁ ଗାଁରେ ରହିଲା ହେଲେ ତାକୁ କେହି ବି ଆଣିଲେ ନାହିଁ । ବନ୍ଧୁଗଣ ଝିଅର ସ୍ଵାମୀ ଅଲଗା ଝିଅଙ୍କ ସହ କଥା ହେଉଥିଲେ ଓ ଏହାକୁ ବିରୋଧ କରିବାକୁ ଯାଇ ଝିଅର ଅବସ୍ଥା ଶୋଚନୀୟ । ଏବେ ସେହି ଝିଅ ଧାରଣା ଦେଇ ବସିଛି ଓ ସ୍ଥାନୀୟ ମହିଳା ମାନେ ଝିଅ ପାଖରେ ଛିଡା ହୋଇଛନ୍ତି ।

ଏନେଇ ସେହି ସ୍ଥାନରେ ଥିବା ଜଣେ ମହିଳା ନିଜର ବୟାନ ଦେଇ କହିଛନ୍ତି-‘ତାର ବାପା ନାହିଁ ସେ ହୀନିମାନ ହୋଇ ବୁଲୁଛି । ଗତ କାଲି ସେ ସାହି ପଡିସାଙ୍କୁ ଏକାଠି କଲା । ଥାନା ଗାଡି ବି ଆସିଥିଲା ତାକୁ ନ୍ୟାୟ ମିଳୁ ସେ ପାଞ୍ଚ ଜଣଙ୍କ ସହ ଗଣତି ହେଉ । ବାହାଘର ହେଇଥିଲା ସମସ୍ତେ ଜାଣିଛନ୍ତି ତା ପରେ ତାର ପିଲା ହେବ ୬ ମାସ ହେବ ସେ ଗର୍ଭବତୀ ଅଛି’ ।

ଆଗକୁ ସେ କହିଛନ୍ତି-‘ଏହି ସମୟରେ କଣ ତାକୁ ହଇରାଣ କରିବା କଥା ।ଯଦି ତାର ବର କଣ କଲା ଶାଶୁ ବି ଯାଇକି ଲୁଚି ଛନ୍ତି । ତପସ୍ଵିନୀ କେସ କେମିତି ହେଇଛି ତା ସ୍ଵାମୀ ପୁଣି ଦରମା ପତ୍ର ଦେଉଛି ଟି । ତା ସ୍ଵାମୀର ଆଉ ଗୋଟେ ଅଛି ସେ ନାଗରୀ ସହ ନାଟ କରି ପିଲାଟିକୁ ହଇରାଣ କରୁଛି । ଆମେ ତ ସମସ୍ତେ ଦେଖୁଚୁ କିଏ ନ ଜାଣିଛି ସମସ୍ତେ ତା ବିଷୟରେ ଜାଣିଛନ୍ତି’ ।

ଆଗକୁ ସେ କହିଛନ୍ତି-‘ତା ଘର ଲୋକ ବାହାଘର କରିଦେଲେ ତାକୁ ବାଟକୁ ଆଣିବା ପାଇଁ ସେ ବାଟକୁ କଣ ଆସିବ ସେ ତ ଖାଲି ଅବାଟକୁ ଯାଉଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *