‘ମମିଙ୍କ ବଏଫ୍ରେଣ୍ଡ ନୁହେଁ ସେ ମୋ ମାମୁଁ, ସେ ମୋ ମମିକୁ…’ ଡ୍ରାଇଭରଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମହିଳାଙ୍କ ପୁଅ, ସେ କହୁଛନ୍ତି ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଭୁବନେଶ୍ୱର ରେ  ଜଣେ ମହିଳା ଡ୍ରାଇଭର ପ୍ରେମରେ ପାଗଳ ହୋଇ ସ୍ୱାମୀଙ୍କୁ ହତୟଆ କରିବା ପାଇଁ ଗୁଣ୍ଡା ଲଗାଇ ଦେଇଥିଲେ । ଗତ ୧୬ତାରିଖରେ ଗୁଣ୍ଡାଙ୍କ ମରଣାନ୍ତକ ଆକ୍ରମଣରେ ସ୍ୱାମୀ ବଂଚିଯିବା ପରେ ପୁରା କାହାଣୀ ପଦାକୁ ଆସିଛି । ଡ୍ରାଇଭର ସହ ଅନୈତିକ ପ୍ରେମ ସଂପର୍କକୁ ନେଇ ସ୍ୱାମୀଙ୍କୁ ହଟାଇ ଦେବାକୁ ଉଦ୍ୟମ କରିଛି ସ୍ତ୍ରୀ ।

ପରକୀୟା ପ୍ରୀତି ନେଇ ଏପରି ଅଭିଯୋଗ ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ସ୍ତ୍ରୀ ସିଲସିଲା ବେହେରା ଓ ସ୍ୱାମୀ ବିନାୟକ ବେହେରା, ରେଳବାଇରେ ସିନିୟର ଇଲେକ୍ଟ୍ରିକାଲ ଇଂଜିନିୟର ଆଉ ପୁଲିସ ହେପାଜତରେ ଥିବା ବ୍ୟକ୍ତି ସିଲସିଲାଙ୍କ ଘର ଡ୍ରାଇଭର ଅଶୋକ ସାହୁ । ଘର ଅନୁଗୁଳ ହାଟତୋଟା ଅଂଚଳରେ ।

ଅଭିଯୋଗ ହେଉଛି ଯାହାକୁ ପାଇବା ପାଇଁ ସ୍ୱାମୀ ବିନାୟକଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଟଙ୍କା ଦେଇ ଭଡାଟିଆ ଗୁଣ୍ଡାଙ୍କୁ ଲଗାଇଥିଲା ସିଲସିଲା । ସୌଭାଗ୍ୟକୁ ସ୍ୱାମୀ ବଂଚିଗଲେ ଓ ପୁରା ଘଟଣା ଜଣାପଡିଲା । ପୁଲିସ ପ୍ରେମିକ ଡ୍ରାଇଭରକୁ ଗିରଫ କରିଥିବା ବେଳେ ସିଲସିଲା ଫେରାର ହୋଇଯାଇଛି । ଆଉ ଅଶୋକ ପୁଲିସ ଆଗର ସତ ମାନିଯାଇଛି ।

ତେବେ ଭୁବନେଶ୍ୱର ରେଳଷ୍ଟେସନରେ ସିନିୟର ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାର୍ଯ୍ୟରତ ବିନାୟକ ବେହେରାଙ୍କ ୨୦୧୮ରେ ପୁରୀ ବଦଳି ହୋଇଯାଇଥିଲେ । ହେଲେ ପୁଅ ପାଠ ପଢୁଥିବାରୁ ପରିବାର ରହୁଥିଲେ ଭୁବନେଶ୍ୱରରେ । ଏହାରି ଭିତରେ ଡ଼୍ରାଇଭର ଅଶୋକ ଓ ବିନାୟକଙ୍କ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା କୁହାଯାଉଛି । ସେପଟେ ବିନାୟକ ବେହେରାଙ୍କ ସ୍ତ୍ରୀ ସିଲସିଲା ବେହେରା ଅଭିଯୋଗକୁ ଖଣ୍ଡନ କରି ପାଲଟା ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସ୍ୱାମୀଙ୍କୁ ହତୟଆ ଯୋଜନା ବିଫଳ ହେବା ପରେ ଘରୁ ଫେରାର ହୋଇଯାଇଥିଲା ସିଲସିଲା । ଧଉଳି ଆପାର୍ଟମେଂଟରେ ପ୍ରେମିକ ଅଶୋକ ସହ ଲୁଚିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା । ଅଶୋକକୁ ପୋଲିସ ଧରିବାରେ ସଫଳ ହୋଇଥିବାବେଳେ ସିଲସିଲା ପଳାଇଛି । ପୁଲିସ ଏବେ ସିଲସିଲା ଓ ଭଡାଟିଆ ଗୁଣ୍ଡାଙ୍କୁ ଧରିବାକୁ ତନାଘନା ଚଲାଇଛି ।


ତେବେ ବର୍ତ୍ତମାନ ସେମାନଙ୍କ ପୁଅ ମିଡ଼ିଆ ଆଗରେ କହିଛନ୍ତି କି ଅଶୋକ ଅଙ୍କଲ ଯିଏ ସେ ହେଉଛନ୍ତି ମୋ ମାମୁଁ ଭଳି ସେ ମୁଁ ଯେତେବେଳେ ଛୋଟ ଥିଲି ସେବେଠୁ ତାଙ୍କୁ ଦେଖି ଆସିଛି ଏବଂ ସେ ମୋ ବାପା ମାଆ ଦୁହିଙ୍କ ସହ ଭଲ ସଂପର୍କ ରହିଛି । ତେବେ କିନ୍ତୁ ବର୍ତ୍ତମାନ ଯେଉଁ ଖବର ଆସୁଛି ତାହା ସମ୍ପୂର୍ଣ୍ଣ ମିଛ ଏବଂ ଏହା ହୁଏତ ମୋ ବାପାଙ୍କ ଷଡ଼ଯନ୍ତ୍ର ହୋଇ ପାରେ ।

ତେବେ ଶେଷରେ ସେ କହିଛନ୍ତି କି ଦୟାକରି ମିଡ଼ିଆ ବାଲା ଏପରି ଖବର ଦେଖାନ୍ତୁ ନାହିଁ ଏହା ଦ୍ୱାରା ମୋ ପାଠ ପଢ଼ାରେ ରେ ବାଧା ଆସୁଛି ଆଗକୁ ବୋର୍ଡ ପରୀକ୍ଷା ତେଣୁ ଆପଣ ଦୟାକରି ଏହି ନ୍ୟୁଜ ବନ୍ଦ କରନ୍ତୁ ଏବଂ ପୋଲିସ କୁ ନିଜ କାମ କରିବାକୁ ଦିଅନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *