ମ୍ୟାଜିକ ନମ୍ବର ଛୁଇଁଲେ ଦ୍ରୌପଦୀ, ଦ୍ଵନ୍ଦରେ ଏବେ 4 ଦଳ…

ବନ୍ଧୁଗଣ, ସାଧାରଣତଃ ରାଷ୍ଟ୍ରପତି ନିର୍ବାଚନ ସମୟରେ କିଏ କାହା ପଟରେ କେଉଁ ଦଳ କାହାକୁ ସମର୍ଥନ କରୁଛି ? ଆଉ କିଏ ଦ୍ଵନ୍ଦ ରେ ପଡିଛି ? NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ବିଜେଡି, ଜେଡ଼ିୟୁ, ଏଲଜେପି (ରାମବିଳାସ) ଏବଂ ୱାଇଏସଆର କଂଗ୍ରେସ ସମର୍ଥନ ଘୋଷଣା କରିଛି । ବିଜେଡି ପାଖରେ ଥିବା ୨.୮୫ ପ୍ରତିଶତ ଭୋଟ ଏବଂ ୱାଇଏସଆର କଂଗ୍ରେସ ପାଖରେ ୪ ପ୍ରତିଶତ ଭୋଟ ରହିଅଛି । ଏହି ଦୁଇ ଦଳର ଭୋଟ ପ୍ରତିଶତ ମିଶାଇଲେ ଦ୍ରୌପଦୀ ଙ୍କ ସମର୍ଥନରେ ଭୋଟ ପ୍ରତିଶତ ୫୫.୭୫ ପ୍ରତିଶତ ରେ ପହଞ୍ଚିଛି ।

ଏହା ଦ୍ଵାରା ଦ୍ରୌପଦୀ ଙ୍କ ବିଜୟ ପ୍ରାୟ ନିଶ୍ଚିତ ଜଣାପଡୁଛି । ତେବେ ଦ୍ରୌପଦୀ ଙ୍କ ସମର୍ଥନ ରେ ଏନଡିଏ, ବିଜେଡି, ଜେଡ଼ିୟୁ, ଏଲଜେପି (ରାମବିଳାସ), ୱାଇଏସଆର କଂଗ୍ରେସ ରହିଛନ୍ତି । ଏନଡିଏ ସହଯୋଗୀ ନଥାଇ ମଧ୍ୟ ସହଯୋଗ କରିଛନ୍ତି ଦୁଇ ଆଞ୍ଚଳିକ ଦଳ ବିଜେଡି ଏବଂ YSRCP କଂଗ୍ରେସ ।

ସେପଟେ ମିଳିତ ବିରୋଧୀ ଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଜସବନ୍ତ ସିହ୍ନା ଙ୍କ ସମର୍ଥନରେ ରହିଛନ୍ତି କଂଗ୍ରେସ, ଟିଏମସି, ଏନସିପି, ଶିବସେନା, ସିପିଆଇ, ସିପିଏମ, ସିପିଆଇଏମଏଲ, ଡିଏମକେ, ଆରଜେଡି, ଏସ୍ପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡିଏସ, ଆରଏଲଡି, ଆରଏସପି, ଆଇୟୁଏମଏଲ, ଏବଂ ଜେଏମ । ଜେଏମ ଙ୍କୁ ଯଦିଓ ବିରୋଧୀ ସାଥିରେ ନେଇ ଚାଲିଛନ୍ତି ତେବେ ଏବେ ଯାଏଁ ଦଳ ତାହାର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ ।

ଦ୍ଵନ୍ଦ ରେ ରହି ବିରୋଧୀ ଙ୍କୁ ସମର୍ଥନ ଜଣାଇବ ନା ଦ୍ରୌପଦୀ ଙ୍କ ସହିତ ରହିବ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ବର୍ତ୍ତମାନ ପାଇଁ ଆମଆଦ୍ମିପାର୍ଟି, ଟିଆରଏସ, ଅକାଳୀ ଦଳ, ଏଆଇଏମଆଇଏମ, କାହା ସପକ୍ଷରେ ସମର୍ଥନ ଘୋଷଣା କରି ନାହାଁନ୍ତି । ଏମାନଙ୍କ ଉପରେ ସମସ୍ତଙ୍କ ନଜର ରହିଅଛି । ତେବେ ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ମାଧ୍ୟମରେ ଦ୍ରୌପଦୀ ମୁର୍ମୁ ଏ ପର୍ଯ୍ୟନ୍ତ ଆସିପାରିଛନ୍ତି । ଏବଂ ତାଙ୍କ ଜୀବନରେ ଅନେକ ସଘର୍ଷ ର ସାମ୍ନା କରିଛନ୍ତି ସେ ।

କିନ୍ତୁ କଥାରେ ଅଛି କଷ୍ଟ କଲେ ତାହାର ସୁଫଳ ସୁନିଶ୍ଚିତ । ନିଜ ସ୍ଵାମୀ ଏବଂ ଦୁଇ ପୁଅ ଙ୍କୁ ହରାଇ ଦ୍ରୌପଦୀ ନିଜ ଝିଅ ସହିତ ସୁଖେ ଦୁଃଖେ ଚାଲି ଆସିଛନ୍ତି । ଉଭୟ ମା’ ଏବଂ ଝିଅ ଇତିଶ୍ରୀ ଆଗକୁ ବଢିବାର ଉପାୟ ବାହାର କରି ଆଗକୁ ବଢିଚାଲିଛନ୍ତି । ମାତ୍ର ଏତେ ବଡ ପଦବୀ ନିମନ୍ତେ ପ୍ରାର୍ଥୀ ଘୋଷଣା ହେବା ପରେ ମଧ୍ୟ ଦ୍ରୌପଦୀ ଙ୍କ ମନରେ ଅହଂକାର ଭାବ ଦେଖିବାକୁ ମିଳିନାହିଁ । ବନ୍ଧୁଗଣ ଏହି ମହତ୍ବପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *