ସାବାସ୍ ପୋଲିସ ଡ୍ରାଇଭର: ଗୁଳିଚୋଟ ଖାଇ ବୋହୁଥିଲା ଧାର ଧାର ରକ୍ତ, ତଥାପି ଆତଙ୍କବାଦୀଙ୍କୁ ଛୁଆଁଇ ଦେଲେନି ସେନା ଅସ୍ତ୍ରଶସ୍ତ୍ର ବସ୍…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜେୱାନ ଅଞ୍ଚଳରେ ସୋମବାର ଦିନ ପୋଲିସ ବସ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ହେବା ସମୟରେ ୨ ଜଣଙ୍କ ମୃ-ତ୍ୟୁ ହୋଇଥିବା ସମୟରେ ୧୨ ଜଣ ଆହତ ହୋଇଛନ୍ତି । ଯଇଶ ଏ ମହମ୍ମଦର ତିନିଜଣ ସମେତ ୩ ଜଣ ଆତଙ୍କବାଦୀ ପୋଲିସ କର୍ମଚାରୀଙ୍କୁ ହ-ତ୍ୟା କରିବା ସହିତ ଅସ୍ତ୍ରଶସ୍ତ୍ର ଲୁଟିବା ପାଇଁ ଯୋଜନା କରିଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।

ଏହି ଆତଙ୍କବାଦୀ ମାନେ AK-47s ସହିତ ସଶସ୍ତ୍ର ଥିଲେ ଏବଂ ଜମ୍ମୁ-କାଶ୍ମୀର ପୋଲିସ ଟିମ ର ସମୟ ଏବଂ ଗତିବିଧିକୁ ରେକର୍ଡ କରିବା ପାଇଁ ଆକ୍ରମଣ ପୂର୍ବ ରୁ ଏକ ରିସେପ୍ସ କରିଥିଲେ ଯେଉଁଥିରେ ୨୪ ରୁ ଅଧିକ କର୍ମଚାରୀ ରହିଥିଲେ ବୋଲି ପୋଲିସ କହିଛି । ଗୁପ୍ତଚର ଇନପୁଟ ଏବଂ ଇଣ୍ଟରସେପ୍ଟ ସୂଚନା ଅନୁଯାୟୀ ଏହି ବ୍ୟକ୍ତିମାନେ ଟାୟାର ଉପରକୁ ଗୁଳି ଚଳାଇ ବସକୁ ଅଟକାଇବାକୁ ଯୋଜନା କରିଥିଲେ ଏବଂ ଡ୍ରାଇଭର ଙ୍କୁ ମଧ୍ୟ ହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଏହାପରେ ସେମାନେ ପୋଲିସ ପାର୍ଟି ଉପରେ ଆକ୍ରମଣ କରିବା ସହ ଅସ୍ତ୍ରଶସ୍ତ୍ର ଛଡାଇ ନେବାକୁ ଯୋଜନା କରିଥିଲେ । ଯେପରି ସେମାନେ ଡିସେମ୍ବର ୧୦ ରେ ବାନ୍ଦିପୋରାରେ, ଯେଉଁଥିରେ ୨ ଜଣ ପୋଲିସ କର୍ମଚାରୀ ନିହତ ହୋଇଥିଲେ । କାଶ୍ମୀର ରେ ଆତଙ୍କବାଦୀ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଯୋଗାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଏହି କାରଣରୁ ମାଓବାଦୀମାନେ ପୋଲିସ କର୍ମଚାରୀ ଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଅସ୍ତ୍ରଶସ୍ତ୍ର ଛଡାଇ ନେଉଥିବା ସୂଚନା ମିଳିଛି ।

ପୁଲୱାମା ବିସ୍ପୋରଣରେ ଘାଟିରେ ସୁରକ୍ଷା ବାହିନୀ ଉପରେ ପ୍ରଥମ ବଡ ଆକ୍ରମଣ ହୋଇଥିଲା ଯେଉଁଥିରେ ଫେବ୍ରୁଆରି ୨୦୧୯ ରେ ୪୦ ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀ ସହିଦ ହୋଇଥିଲେ । ଆତଙ୍କବାଦୀ ମାନେ ପ୍ରଥମେ ପୋଲିସ ଡ୍ରାଇଭରକୁ ଗୁଳି କରିଥିଲେ । କିନ୍ତୁ ଧାରା ଧାରା ର-କ୍ତ ବୋହିବା ପରେ ମଧ୍ୟ ଆତଙ୍କବାଦୀ ମାନଙ୍କୁ ଅସ୍ତ୍ରଶସ୍ତ୍ର ରେ ଭର୍ତ୍ତି ହୋଇଥିବା ଗାଡି କୁ ଛୁଇଁବାକୁ ସେ ଦେଇନଥିଲେ ।

ଗାଡି କୁ ନ ଅଟକାଇ ଆଗକୁ ନେଇ ଚାଲୁଥିଲେ । ଏହି ଆତଙ୍କବଦୀ ଭିତରୁ ଦୁଇଜଣ ପାକିସ୍ତାନୀ ବୋଲି ଜଣା ପଡିଛନ୍ତି । ଉପରୋକ୍ତ ସୂତ୍ର ଅନୁଯାୟୀ, ଆତଙ୍କବାଦୀ ମାନେ ଏହାକୁ ପ୍ଲାଟ କରିବା ପାଇଁ ପ୍ରଥମେ ବସ ର ଡାହାଣ ଟାୟାରରେ ଗୁଳି ଚଳାଇଥିଲେ ଏବଂ ପରେ କନେଷ୍ଟବଳ ନରୀନ୍ଦର ତଥା ଡ୍ରାଇଭର ଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ଚଳାଇବା କ୍ଷଣି ସେ ଡ୍ରାଇଭର ଅନୁଭବ କାଲେ ଯେ ଏହା ଏକ ଆତଙ୍କବାଦୀ ଆକ୍ରମଣ ଏବଂ ସେ କ୍ୟାମ୍ପର ସୁରଖିର ପରିସର ଭିତରକୁ ନେବା ପାଇଁ ବସ ଚଲାଉଥିଲେ ।

ମାତ୍ର ଆତଙ୍କବାଦୀ ମାନେ ନିର୍ଦ୍ଧିଷ୍ଟ ସମୟ ଗୁଳି ଲଗାତାର ଚଳାଇ ସମସ୍ତ ଟାୟାର ଫଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଡ୍ରାଇଭର କୌଣସି ପ୍ରକାରେ ବସକୁ ଟାଣି ନେଇ କ୍ୟାମ୍ଫ ଭିତରକୁ ନେଇଯାଇଥିଲେ । ଏହାପରେ ଆତଙ୍କବାଦୀ ମାନେ ପଳାଇଯାଇଥିଲେ । ଅନ୍ଧାର ତଥା କୁହୁଡି ଥିବାରୁ ସେମାନେ ଘଟଣା ସ୍ଥଳରୁ ପଳାଇବାରେ ସଫଳ ହେଲେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *