ପିଲା କାନ୍ଦୁଛନ୍ତି ସାର କାନ୍ଦୁଛନ୍ତି, ଗୁରୁ ଶିଷ୍ୟ ପରମ୍ପରାର ଅନ୍ୟ ଏକ ମଧୁର ଚିତ୍ର, ଥରେ ଏହି Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଗତ କିଛି ସମୟ ହେବ ଏକ ଏଭଳି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ କିଛି ସମୟ ପାଇଁ ଭାବ ବହୁଳ ହୋଇଯିବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ତେବେ ଭାଇରାଲ ହେଉଥିବା ଭିଡିଓଟି ହେଉଛି ଏକ ସ୍କୁଲ ପରିସରର  । ସ୍କୁଲ ପରିସର ମଧ୍ୟରେ ଥିବା ସମସ୍ତ ପିଲା ମାନେ କାନ୍ଦୁ ଥିବାର ନଜର ଆସୁଛନ୍ତି କେବଳ ଏତିକି ନୁହେଁ ସେହି ସ୍କୁଲରେ ଥିବା ଜଣେ ଶିକ୍ଷକ ମଧ୍ୟ କାନ୍ଦୁ ଛନ୍ତି । ତେବେ ଏହି କାନ୍ଦିବା ପଛରେ ଥିବା କାରଣ କଣ ତାହା ବିଷୟରେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ସରକାରୀ ଚାକିରିରେ କେତେବେଳେ କେଉଁଠି ବଦଳି ହେବ ତାହା ବା କିଏ କହିବ । ସରକାରୀ ସ୍କୁଲରେ ପାଠ ପଢାଉ ଥିବା ଶିକ୍ଷକ ମାନଙ୍କର ମଧ୍ୟ ବଦଳି ହୁଏ । ହେଲେ ସ୍କୁଲରେ ପାଠ ପଢୁଥିବା ଛାତ୍ର ମାନଙ୍କୁ ବୁଝେଇବ କିଏ । ଭାଇରାଲ ହେଉଥିବା ଭିଡିଓ ଦେଖି ଯାହା ଜଣା ପଡୁଛି ଏହି ପିଲା ମାନେ କାନ୍ଦି କାନ୍ଦି କହୁଛନ୍ତି ସାର ଆପଣ ଯାନ୍ତୁ ନାହିଁ ।

ମିଡିଆ ରିପୋର୍ଟସ ଅନୁସାରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ରୁ ଆସିଛି ଗୁରୁ ଶିଷ୍ୟ ପରମ୍ପରାର ଅନ୍ୟ ଏକ ମଧୁର ଚିତ୍ର । ଗୁରୁଙ୍କ ଆଖିରେ ଲୁହ ଶିଷ୍ୟଙ୍କ ଆଖିରେ ବି ଲୁହ । ଡାବୁଗାଁ ବ୍ଲକରେ ଥିବା ମେଡେନା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ବାରିକଙ୍କ ବଦଳି ଖବର ଶୁଣିବା ପରେ ସ୍କୁଲ ଛାତ୍ର ମାନଙ୍କ ଆଖିରୁ ଲୁହ ଝରି ଯାଇଥିଲା ।

ସାରଙ୍କର ନିସ୍ଵାର୍ଥପର ଭଲ ପାଇବା ଆଜି ପିଲା ମାନଙ୍କୁ ବାନ୍ଧି ଦେଇଛି । ଛାତ୍ର ଛାତ୍ରୀଙ୍କର ଏଭଳି କାଣ୍ଡ ଦେଖି ଅଭିଭାବକ ଓ ଗ୍ରାମବାସୀ ମାନେ ବିଦ୍ୟାଳୟକୁ ଆସି ଛାତ୍ର ଛାତ୍ରୀଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ । ବ୍ଲକ ଅଦକ୍ଷ, ସରପଞ୍ଚ, ପରିଚାଳନା କମିଟି ଓ ଗ୍ରାମବାସୀ ଡିଓଙ୍କୁ ଭେଟି ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ କରିବା ପାଇଁ ଦାବି କରିଛନ୍ତି ।

ସୋସିଆଲ ମିଡିଆରେ ଏହି ଖବରଟି ବର୍ତ୍ତମାନ ବହୁତ ଭାଇରାଲ ହେଉଛି ଓ ସମସ୍ତ ଲୋକ ଏହି ଗୁରୁ ଶିଷ୍ୟଙ୍କ ପ୍ରେମ ଦେଖି ବହୁତ ପ୍ରଶଂସା କରୁଛନ୍ତି । ତେବେ ବନ୍ଧୁଗଣ ଏଭଳି ଦୃଶ୍ୟ ଦେଖି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *