ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ଆଉ ଏକ ଏକ୍ସପ୍ରେସ୍ , ବଞ୍ଚିଗଲେ ଶହ ଶହ ଯାତ୍ରୀ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଅଳ୍ପକେ ବର୍ତ୍ତିଗଲା ଆଉ ଏକ ବଡ ରେଳ ଦୁର୍ଘଟଣା । ସାବଧାନତା ହେତୁ ଆଜି ଶହ ଶହ ଯାତ୍ରୀମାନଙ୍କ ଜୀବନ ସୁରକ୍ଷିତ ହୋଇଛି । ଗତଦୁଇ ଦିନ ତଳେ 6 ଟା ବେଳେ ବାହାନଗା ବାଲେଶ୍ଵର ରେଳ ପଟା ରେ ତିନୋଟି ରେଳଗାଡି ଦୁର୍ଘଟଣା ଖବର ଶୁଣି ସମଗ୍ର ଦେଶ ସ୍କବ୍ଦ ହେଇଯାଇଛି ।

ଶହ ଶହ ଲୋକମାନଙ୍କ ଜୀବନ ହାନି ଏବଂ ଦିନକୁ ଦିନ ମୃତ୍ୟୁହାର ବୃଦ୍ଧିକୁ ନେଇ ଚିନ୍ତା ରହିଥିବା ବେଳେ ଭଗବାନଙ୍କ ଦୟାରୁ ବଞ୍ଚିଗଲା ଆଉ ଏକ ଏକ୍ସପ୍ରେସ୍ । ତେବେ କୁହାଯାଉଛି ଯେ ଏହି ଦୁର୍ଘଟଣା ପାଇଁ ପୂର୍ବରୁ ଷଡଯନ୍ତ୍ର କରଯାଇଥିଲା ମାତ୍ର ତାହା ହେଉ ହେଉ ବଞ୍ଚିଗଲା ଯାତ୍ରୀ ମାନେ ଠିକଠାକ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବାର ସୂଚନା ମିଳିଛି ।

ଏହି ଘଟଣାଟି  ହେଉଛି କନ୍ୟା କୁମାରୀ ଚେନ୍ନାଇ ଏକ୍ସପ୍ରେସ୍  ର ଶୁକ୍ରବାର ରାତି 11;30 ଟାଏ ର । ତିଛି ଠାରୁ 21 କିଲୋମିଟର ଥିବା ସମୟପୁରାମ ଅତିକ୍ରମ କରୁଥିବା ବେଳେ ରେଳର ଲୋକ ପାଇଲଟ ରଘୁରମଣ ଓ ସହକାରୀ ରେଳ ଚାଳକ  ବିନୋଦ ରେଳ ଧାରଣା ଉପରେ କିଛି କଳା ଜିନିଷ ରଖାଯିବାର ଦେଖିଥିଲେ ।

ଉଭୟ ତାହାକୁ ଭଲ ଭାବରେ ଦେଖିଲା ପରେ ତାହା ଏକ ଟ୍ରକ ଟାୟାର ବୋଲି ଚିହ୍ନି ପାରିଥିଲେ ଏବଂ ସଚେତନତା ସହ ରେଳ ଗାଡିର ବେଗକୁ ସ୍ଲୋ କରିଦେଇଥିଲେ । ରେଳ ଗାଡିର ବେଗ କମ୍ ହେବା ଦ୍ଵାରା ଗାଡି ଧୀର ହୋଇଥିଲା କିନ୍ତୁ ଟାୟାର ଉପରେ ଦେଇ ଯିବାକୁ ପଡିଥିଲା ତେବେ ଏହି ସମୟ କୋଣସି ପ୍ରକାରର ହାନି ହୋଇନଥିବା ବେଳେ ଗାଡିର ବିଦ୍ୟୁତ ସମସ୍ୟା ଯୋଗୁ ଗାଡି ବନ୍ଦ ହୋଇଯାଇଥିଲା ।

ତେବେ ଖବର ପାଇଥିବା ପୋଲିସ କର୍ମଚାରୀ ଏବଂ ଟେକନିକାଲ ଟୀମ୍ ଗହତନ ସ୍ଥଳରେ ଗାଡିର ମରାମତି କରି ଗାଡିକୁ ଠିକ କରିଦେଇଥିଲେ । ରେଳଗାଡି କିଛି ସମୟ ପାଇଁ ରହିଥିଲା ମାତ୍ର ତ୍ରୁଟି ସଜାଡିବା ପରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥାନକୁ ଯାଇଥିଲେ ।

ତେବେ ରେଳଧାରଣ ଉପରେ ଦୁର୍ଘଟଣା ଘଟାଇବା ଉଦେଶ୍ୟରେ କିଛି ଦୁଷ୍ଟଲୋକେ ଟାୟାରକୁ ରଖିଥିଲେ ମାତ୍ର ଚାଳକଙ୍କ ସଚେତନା ହେତୁ ବଡ ବିପଦରୁ ବଞ୍ଚିଗଲେ ।

Leave a Reply

Your email address will not be published. Required fields are marked *